ହାଇଦ୍ରାବାଦ:ବର୍ତ୍ତମାନ ସମୟରେ ବୃଦ୍ଧି ପାଇଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଚାହିଦା । ଆଜିକା ସମୟରେ ହେଡଲାଇନ ସାଜିଛି ଏଆଇ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ କୃତ୍ରିମ ବୁଦ୍ଧିମତା ମଧ୍ୟ କୁହାଯାଏ । ଜଟିଳ କାର୍ଯ୍ୟକୁ ସରଳ କରିବାରେ ସାହାଯ୍ୟ କରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ଟେକନିକାଲ ଯୁଗରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏକ ଭୂମିକା ଗ୍ରହଣ କରିଛି ।
AIକୁ ନେଇ IMFର ବୟାନ:ପ୍ରତ୍ୟେକ ଆଧୁନିକ ଜ୍ଞାନକୌଶଳର ଉଭୟ ସୁବିଧା ଏବଂ ଅସୁବିଧା ରହିଥାଏ । ଏହି କ୍ରମରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ସୁବିଧା ଏବଂ ଅସୁବିଧା ରହିଛି । ଏଆଇକୁ ନେଇ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ଏକ ରିପୋର୍ଟ ପ୍ରକାଶ କରିଛି । ସମଗ୍ର ବିଶ୍ବରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ 40 ପ୍ରତିଶତ ଚାକିରି ଉପରେ ପ୍ରଭାବ ପକାଇବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି ।
ଆଇଏମଏଫର ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଭା କହିଛନ୍ତି, "ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସମଗ୍ର ବିଶ୍ବରେ ଅସମାନତାକୁ ଆହୁରି ପ୍ରଭାବିତ କରିବ । ତେଣୁ ନିତୀ ନିର୍ଦ୍ଦାରଣକାରୀମାନେ ଏଭଳି ପ୍ରବୃତ୍ତି ଉପରେ ଧ୍ୟାନ ଦେବା ଉଚିତ । ଯାହା ଦ୍ବାରା ଟେକ୍ନୋଲୋଜିକୁ ନେଇ ଚିନ୍ତା ବୃଦ୍ଧି ପାଇବ ନାହିଁ ।" ଏହି ରିପୋର୍ଟ ଅନୁସାରେ, ଅର୍ଥବ୍ୟବସ୍ଥାରେ ପ୍ରାୟ 60 ପ୍ରତିଶତ ଚାକିରି ଉପରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପ୍ରଭାବ ପକାଇବ ବୋଲି ଆଇଏମଏଫ ରିପୋର୍ଟ ପ୍ରକାଶ ପାଇଛି ।