ଓଡିଶା

odisha

Chandrayaan 3: ପ୍ରଜ୍ଞାନ ପରେ ସ୍ଲିପ୍‌ ମୋଡରେ ବିକ୍ରମ ଲ୍ୟାଣ୍ଡର, 22 ସେପ୍ଟେମ୍ବରରେ ଆକ୍ଟିଭ ଲକ୍ଷ୍ୟ

By ETV Bharat Odisha Team

Published : Sep 4, 2023, 4:41 PM IST

ରୋଭର ପ୍ରଜ୍ଞାନ ପରେ ଏବେ ଶୋଇଗଲା ବିକ୍ରମ ଲ୍ୟାଣ୍ଡର। ଲ୍ୟାଣ୍ଡର ଆଜି ସକାଳ 8ଟାରେ ସ୍ଲିପ୍‌ମୋଡ୍‌କୁ ଚାଲିଯାଇଥିବା ନେଇ ଇସ୍ରୋ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

Chandrayaan 3
Chandrayaan 3

ହାଇଦ୍ରାବାଦ: ଭାରତର ମୁନ ମିଶନ ଚନ୍ଦ୍ରଯାନ-3 ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ବେଳେ ଆଜି ଲ୍ୟାଣ୍ଡର ବିକ୍ରମ ସ୍ଲିପ୍‌ ମୋଡକୁ ଚାଲିଯାଇଛି । ପୂର୍ବରୁ ପ୍ରଜ୍ଞାନ ସ୍ଲିପ୍‌ ମୋଡକୁ ଚାଲିଯାଇଥିବା ବେଳେ ଆଜି ଲ୍ୟାଣ୍ଡର ବିକ୍ରମ ନିଷ୍କ୍ରିୟ ହୋଇଯାଇଥିବା କୁହାଯାଇଛି । ଏହା ପୂର୍ବଭଳି କାର୍ଯ୍ୟ କରିବ ନାହିଁ ବୋଲି ଇସ୍ରୋ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି ।

ଇସ୍ରୋ ପକ୍ଷରୁ ଆଜି ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇ କୁହାଯାଇଛି ଯେ, "ଚନ୍ଦ୍ରଯାନ-3ର ଲ୍ୟାଣ୍ଡର ଆଜି ସକାଳ ପ୍ରାୟ 8ଟା ସମୟରେ ସ୍ଲିପ ମୋଡକୁ ଚାଲିଯାଇଛି । ଏହାକୁ ନିରାପଦ ସ୍ଥାନରେ ସ୍ଥାପିତ କରାଯାଇଛି । ଏହାପୂର୍ବରୁ ChaSTE, Rambha-LP ଏବଂ ILSA ପେଲୋଡକୁ ଏକ ନୂତନ ସ୍ଥାନରେ ପରୀକ୍ଷଣ କରାଯାଇଥିଲା। ସେମାନେ ଯାହା ତଥ୍ୟ ସଂଗ୍ରହ କରୁଥିଲେ ତାହା ପୃଥିବୀକୁ ପହଞ୍ଚି ପାରୁଥିଲା।"

ପୋଲୋଡକୁ ବନ୍ଦ କରାଯାଇଛି: ଇସ୍ରୋ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, " ପୋଲୋଡକୁ ବର୍ତ୍ତମାନ ସ୍ବିଚଅଫ ବା ବନ୍ଦ କରିଦିଆଯାଇଛି। କିନ୍ତି ରିସିଭରକୁ ଆକ୍ଟିଭ ରଖାଯାଇଛି। ସୌର ଶକ୍ତି ଏବଂ ବ୍ୟାଟେରୀ ସରିଯିବା ପରେ ବିକ୍ରମ ଲ୍ୟାଣ୍ଡର ରୋଭର ପ୍ରଜ୍ଞାନ ପାଖରେ ଶୋଇପଡିବ। ତେବେ ପୁଣି ଥରେ 22 ଡିସେମ୍ବରରେ ପୁଣିଥରେ କାର୍ଯ୍ୟକ୍ଷମ ହେବ ବୋଲି ଲକ୍ଷ୍ୟ ରଖାଯାଇଛି। "

ଏହା ମଧ୍ୟ ପଢନ୍ତୁ: Chandrayaan-3: ପୁଣି ବିକ୍ରମ ଲ୍ୟାଣ୍ଡରର ସଫ୍ଟ ଲ୍ୟାଣ୍ଡିଂ କରାଇଲା ଇସ୍ରୋ, ହପ୍‌ ଟେଷ୍ଟ୍‌ରେ ପୁଣି ଛୁଇଁଲା ଚନ୍ଦ୍ରପୃଷ୍ଠ

ଦ୍ବିତୀୟ ଥର ସଫ୍ଟ ଲ୍ୟାଣ୍ଡିଂ କରିଛି ବିକ୍ରମ: କହିରଖୁଛୁ କି, ଏହା ପୂର୍ବରୁ ବିକ୍ରମ ଲ୍ୟାଣ୍ଡର ନିଜେ ଇଞ୍ଜିନ ଷ୍ଟାର୍ଷ୍ଟ କରିବା ସହିତ ଦ୍ବିତୀୟ ଥର ସଫ୍ଟ ଲ୍ୟାଣ୍ଡିଂ କରିଥିବା ନେଇ ଇସ୍ରୋ ପକ୍ଷରୁ ଆଜି ପୂର୍ବାହ୍ନରେ ସଚନା ଦିଆଯାଇଥିଲା । ଇସ୍ରୋ ପକ୍ଷରୁ ଟ୍ବିଟ୍‌ ଯୋଗେ କୁହାଯାଇଥିଲା, "ଗତକାଲି ଅର୍ଥାତ ସେପ୍ଟେମ୍ବର 3 ତାରିଖରେ ବିକ୍ରମର କିକ୍‌ ଷ୍ଟାର୍ଟ ସଫଳ ହୋଇଛି । ଏହି କିକ୍‌ ଷ୍ଟାର୍ଟ ଭବିଷ୍ୟତରେ ମାନବ ମିଶନ ପାଇଁ ଆଶା କରାଯାଉଛି । ଦ୍ବିତୀୟ ଥର ସଫ୍ଟ ଲ୍ୟାଣ୍ଡିଂ ପରେ ବିକ୍ରମରେ ରହିଥିବା ସବୁ ଯନ୍ତ୍ରାଂଶ ସଠିକ ଭାବେ କାର୍ଯ୍ୟକ୍ଷମ ହେଉଛି । ପରୀକ୍ଷଣ ପରେ ରାମ୍ପ୍‌, ChaSTE ଓ ILSA ପୁଣି ଫୋଲ୍ଡ ହୋଇ କାର୍ଯ୍ୟକ୍ଷମ ହେଉଛି ।"

40 ମିଟର ଉପରକୁ ଉଠି ପୁଣି ଚନ୍ଦ୍ରପୃଷ୍ଠ ଛୁଇଁଥିଲା ବିକ୍ରମ:ଇସ୍ରୋ ପକ୍ଷରୁ ଏକ୍ସରେ କୁହାଯାଇଥିଲା,"ଆମର ଆଉ ଏକ ପରୀକ୍ଷଣ ସଫଳ ହୋଇଛି । କମାଣ୍ଡ ମିଳିବା ପରେ ବିକ୍ରମ ପ୍ରଥମେ 40 ସେମି ଉପରକୁ ଉଠି ପୁଣି 30ରୁ 40 ସେମି ଦୂରରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ସଫଳ ହୋଇଛି। ଏହାପରେ ଭବିଷ୍ୟତରେ ମାନବ ମିଶନ ପାଇଁ ଆଶା ସଞ୍ଚାର ହେଉଛି।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details