ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟ୍ସଆପ୍ ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି । ଆସନ୍ତା ବର୍ଷ ଆରମ୍ଭରୁ କେତେକ ଡିଭାଇସ୍ରେ ହ୍ୱାଟ୍ସଆପ୍ ଚାଲିବ ନାହିଁ ବୋଲି କମ୍ପାନୀ କହିଛି । ଅତି ପୁରୁଣା ବା ଓଲ୍ଡ ଭର୍ସନ ଥିବା 49ଟି ଫୋନରେ ହ୍ବାଟ୍ସଆପ୍ କାମ କରିବନାହିଁ(After december 31st whatsapp will not work on 49 phones) ।
ଗିଜ୍ ଚାଇନା ପକ୍ଷରୁ ପ୍ରକାଶ ପାଇଥିବା ଏକ ରିପୋର୍ଟରେ କୁହାଯାଇଛି ଯେ, ପାଖାପାଖି ୪୯ଟି ସ୍ମାର୍ଟଫୋନ୍ରେ ଆଉ ଚାଲିବନି ହ୍ୱାଟ୍ସଆପ୍ । ଏହି ତାଲିକାରେ ବଡ଼ ବଡ଼ କମ୍ପାନୀର ନାଁ ରହିଛି । ସବୁଠାରୁ ବଡ଼ କଥା ହେଉଛି କି, ଅନେକ ଆଇଫୋନ୍ରେ ମଧ୍ୟ ହ୍ବାଟ୍ସଆପ୍ କାମ କରିବନି । ସେଥିରେ ଆପଲ, ସାମ୍ସଙ୍ଗ ଭଳି କମ୍ପାନୀ ମଧ୍ୟ ସାମିଲ ଅଛି ।
ଏହା ମଧ୍ୟ ପଢନ୍ତୁ:- WhatsApp New Features: ବିନା ନୋଟିଫିକେସନରେ ଗ୍ରୁପରୁ ହୋଇପାରିବେ Exit
ଏହି ଉପକରଣଗୁଡ଼ିକରେ ଗାଲାକ୍ସି ଏସ୍ ୨, ଗାଲାକ୍ସି କୋର, ଗାଲାକ୍ସି ଏସ୍ 2, ଗାଲାକ୍ସି ଏସ୍ ମିନି, ଗାଲାକ୍ସି ଟ୍ରେଣ୍ଡ ୨, ଗାଲାକ୍ସି ଟ୍ରେଣ୍ଡ ଲାଇଟ୍ ଏବଂ ଗାଲାକ୍ସି ଏକ୍ସକୋଭର ୨ ଅନ୍ତର୍ଭୁକ୍ତ ଅଛି । ଏହି ସମସ୍ତ ଡିଭାଇସ୍ ଆଣ୍ଡ୍ରଏଡ୍ 4.x କୁ ଅପଗ୍ରେଡ୍ କରାଯାଇଥିଲା, ଯାହା ସେମାନଙ୍କର ଶେଷ ପ୍ରମୁଖ ଆଣ୍ଡ୍ରଏଡ୍ ଆଇଓଏସ୍ ଅପଡେଟ୍ ଥିଲା । ରିପୋର୍ଟ ଅନୁଯାୟୀ, ଡିସେମ୍ବର 31, 2022 ପରେ ଏହିସବୁ ଫୋନରେ ହ୍ବାଟ୍ସଆପ୍ କାମ କରିବନି । ଅର୍ଥାତ୍ 2023 ପହିଲାରୁ ହ୍ବାଟ୍ସଆପ୍ ବନ୍ଦ ହୋଇଯିବ । ତେବେ କେଉଁସବୁ ଫୋନ୍ ପାଇଁ କମ୍ପାନୀ ଏହି ନିୟମ ଲାଗୁ କରିଛି ଜାଣନ୍ତୁ...
Apple iPhone 5
Apple iPhone 5c
Archos 53 Platinum
Grand S Flex ZTE
Grand X Quad V987 ZTE
HTC Desire 500
Huawei Ascend D
Huawei Ascend D1
Huawei Ascend D2
Huawei Ascend G740
Huawei Ascend Mate
Huawei Ascend P1
Quad XL
Lenovo A820
LG Enact
LG Lucid 2
LG Optimus 4X HD
LG Optimus F3
LG Optimus F3Q
LG Optimus F5
LG Optimus F6