ଓଡିଶା

odisha

ETV Bharat / science-and-technology

Flying Bike: ବିଶ୍ବର ପ୍ରଥମ ଫ୍ଲାଇଙ୍ଗ୍ ବାଇକ୍ ପ୍ରସ୍ତୁତ, ଜାଣନ୍ତୁ କେତେ ରହିଛି ମୂଲ୍ୟ - ଫ୍ଲାଇଙ୍ଗ୍‌ ବାଇକ୍ ପ୍ରସ୍ତୁତ ଖବର

ଆକାଶରେ ବାଇକରେ ଉଡିବାର ସ୍ବପ୍ନ ସାକାର ହେବାକୁ ଯାଉଛି । ପୃଥିବୀର ପ୍ରଥମ ଫ୍ଲାଇଙ୍ଗ୍‌ ବାଇକ୍(Flying Bike) ପ୍ରସ୍ତୁତ କଲା ଜାପାନ କମ୍ପାନୀ । ଅଧିକ ପଢନ୍ତୁ

Flying Bike: ବିଶ୍ବର ପ୍ରଥମ ଫ୍ଲାଇଙ୍ଗ୍ ବାଇକ୍ ପ୍ରସ୍ତୁତ, ଜାଣନ୍ତୁ କେତେ ରହିଛି ମୂଲ୍ୟ
Flying Bike: ବିଶ୍ବର ପ୍ରଥମ ଫ୍ଲାଇଙ୍ଗ୍ ବାଇକ୍ ପ୍ରସ୍ତୁତ, ଜାଣନ୍ତୁ କେତେ ରହିଛି ମୂଲ୍ୟ

By

Published : Sep 17, 2022, 7:34 PM IST

ନୂଆଦିଲ୍ଲୀ: ଜୀବନରେ କେବେ ନା କେବେ ନିଶ୍ଚିତ ରୂପେ ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହୋଇଥିବେ, ଘଣ୍ଟା ଘଣ୍ଟା ରାସ୍ତାରେ ଅଟକି ରହିଥିବେ । ଏହି ସମୟରେ ନିହାତି ଭାବେ ମନକୁ ଆସେ ସମ୍ଭବତଃ ଏପରି ହୁଅନ୍ତାନି... ଆମ ବାଇକ୍ କିମ୍ବା କାର୍ ଉଡି ପାରନ୍ତାନି । ବର୍ତ୍ତମାନ ଏହି କଳ୍ପନା ବାସ୍ତବ ରୂପ ନେବାକୁ ଯାଉଛି ।

ଆଜ୍ଞା ହଁ... ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଏପରି ଏକ ବାଇକ୍ ତିଆରି କରାଯାଇଛି, ଯାହା ସହଜରେ ବାୟୁରେ ଉଡିପାରିବ(Flying Bike) । ଜାପାନିଜ କମ୍ପାନୀ ଏୟାରୱିନ୍ସ(AERWINS Technologies) ଫ୍ଲାଇଙ୍ଗ ବାଇକ୍ ସ୍ୱପ୍ନକୁ ସାକାର କରିଛି । ଆମେରିକାର ଡେଟ୍ରୋଇଟ୍ ସହରରେ ଚାଲିଥିବା ଅଟୋ ଶୋ’ରେ ଏହାର ଡେବ୍ୟୁ କରାଯାଇଛି । ଏହାର ନାମ ଏକ୍ସଟୁରିଜ୍‌ମୋ(Ex Turismo) ରଖାଯାଇଛି ଏବଂ ଏହାକୁ ହୋଭରବାଇକ୍(Hoverbike) ମଧ୍ୟ କୁହାଯାଉଛି ।

ବାଇକର କାର୍ଯ୍ୟ ଦକ୍ଷତା ବିଷୟରେ କହିବାକୁ ଗଲେ, ଏହା ଘଣ୍ଟା ପ୍ରତି 100 କିଲୋମିଟର ବେଗରେ 40 ମିନିଟ୍ ଉଡିପାରେ । ରିପୋର୍ଟ ଅନୁଯାୟୀ, ଭାରତୀୟ ମୂଲ୍ୟରେ ଏହାର ମୂଲ୍ୟ ପ୍ରାୟ 6 କୋଟି ହେବ ।

ବିଶେଷତା କ’ଣ ?

ଏକ୍ସ ଟୁରିଜିମୋ ବାଇକ୍‌ର ବିଶେଷତା ହେଉଛି ଏହାର ସୁନ୍ଦର ଲୁକ୍ । ଏହାକୁ ଏକ ସ୍ପୋର୍ଟସ୍ ବାଇକ୍ ଭଳି ଲୁକ୍ ଦିଆଯାଇଛି କିନ୍ତୁ ଏହା ଡ୍ରାଇଭର ପାଇଁ ବହୁତ ଆରାମଦାୟକ । ବର୍ତ୍ତମାନର ମଡେଲ୍ ହେଉଛି ଏକ ପେଟ୍ରୋଲ୍ ଚାଳିତ ବାଇକ୍ । ଏୟାରୱିନ୍ସ କମ୍ପାନୀ ଜାପାନରେ ଏହି ବାଇକ୍ ବିକ୍ରି କରୁଛି ଏବଂ କମ୍ପାନୀ କେବଳ ଏହି ମଡେଲରେ ସୀମିତ ରହିବନି, ଭବିଷ୍ୟତରେ ଛୋଟ ବାଇକ୍ ପ୍ରସ୍ତୁତ କରିବା ନେଇ ଲକ୍ଷ୍ୟ ରଖିଛି ।

Flying Bike: ବିଶ୍ବର ପ୍ରଥମ ଫ୍ଲାଇଙ୍ଗ୍ ବାଇକ୍ ପ୍ରସ୍ତୁତ, ଜାଣନ୍ତୁ କେତେ ରହିଛି ମୂଲ୍ୟ

କମ୍ପାନୀର ପ୍ରତିଷ୍ଠାତାଙ୍କ କହିବାନୁସାରେ, ସେ ବର୍ତ୍ତମାନ ଅନ୍ୟ ଏକ ପ୍ରୋଜେକ୍ଟରେ କାମ କରୁଛନ୍ତି, ଯେଉଁଥିରେ ଅନ୍ୟ ଏକ ଛୋଟ ଇଲେକ୍ଟ୍ରିକ୍ ମଡେଲ୍ ପ୍ରସ୍ତୁତ କରାଯାଉଛି । ଏହି ପ୍ରୋଜେକ୍ଟ ସମ୍ପୂର୍ଣ୍ଣ କରିବାକୁ ପ୍ରାୟ ଦୁଇରୁ ତିନି ବର୍ଷ ଲାଗିପାରେ ଏବଂ କମ୍ପାନୀର ନୂତନ ପ୍ରଡକ୍ଟ 2025 ସୁଦ୍ଧା ବଜାରକୁ ଆସିବ ବୋଲି ଆଶା କରାଯାଉଛି । ଏହା ସହିତ, ନୂତନ ମଡେଲ୍ ବର୍ତ୍ତମାନର ମଡେଲ୍ ତୁଳନାରେ ଶସ୍ତା ହୋଇପାରେ ।

ବାଇକ୍ ଚଲାଇବା ପରେ ଡେଟ୍ରୋଇଟ୍ ଅଟୋ ଶୋ’ର ସହ-ଅଧ୍ୟକ୍ଷ କହିଛନ୍ତି ଯେ, ହୋଭରବାଇକ୍ ଉତ୍କୃଷ୍ଟ ଏବଂ ବହୁତ ଆରାମଦାୟକ । ଏହାକୁ ଚଳାଇବାବେଳେ ବିଜ୍ଞାନର କଳ୍ପନାକୁ ଚଳଚ୍ଚିତ୍ରରୁ ଅଣାଯାଇଥିବା ଭଳି ଅନୁଭବ ହୋଉଥିଲା ଏବଂ ସେ ନିଜକୁ ଜଣେ 15 ବର୍ଷର ପିଲା ପରି ଅନୁଭବ କରୁଥିବା କହିଛନ୍ତି ।

ABOUT THE AUTHOR

...view details