ଓଡିଶା

odisha

ETV Bharat / science-and-technology

Aditya-L1: ଇସ୍ରୋର ମିଶନ ସୂର୍ଯ୍ୟ, ଆରମ୍ଭ ହେଲା କାଉଣ୍ଟଡାଉନ - ସୂର୍ଯ୍ୟ ମିଶନର ସିଧାପ୍ରସାରଣ

ଶନିବାର ପୂର୍ବାହ୍ନ 11.50ରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ ହେବ ଆଦିତ୍ୟ L-1 । ଭାରତର ଏହି ସୂର୍ଯ୍ୟ ମିଶନ ଉପରେ ସମସ୍ତଙ୍କର ନଜର ରହିଥିବା ବେଳେ ଆରମ୍ଭ ହୋଇଛି କାଉଣ୍ଟଡାଉନ । ଅଧିକ ପଢନ୍ତୁ

Aditya-L1
Aditya-L1

By ETV Bharat Odisha Team

Published : Sep 1, 2023, 10:52 AM IST

ହାଇଦ୍ରାବାଦ:ଭାରତ ମୁନ ମିଶନଚନ୍ଦ୍ରଯାନ-3ର ଐତିହାସିକ ସଫଳତା ପରେ ଏବେ ଇସ୍ରୋ ଆରମ୍ଭ କରିବାକୁ ଯାଉଛି ସୌର ମିଶନ । ଆସନ୍ତାକାଲି(ସେପ୍ଟେମ୍ବର 2 ତାରିଖ) ପୂର୍ବାହ୍ନ 11.50 ରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ମହାକାଶ କେନ୍ଦ୍ରରୁ ଏହି ଉପଗ୍ରହକୁ ଉତକ୍ଷେପଣ କରାଯିବ । ଇସ୍ରୋର ସୂର୍ଯ୍ୟ ମିଶନ ଉପରେ ସମସ୍ତଙ୍କର ନଜର ରହିଥିବା ବେଳେ ଏବେ ଠାରୁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ । ଏନେଇ ଇସ୍ରୋ ଚେୟାରମ୍ୟାନ ଏସ ସୋମନାଥ ପକ୍ଷରୁ ସୂଚନା ଦିଆଯାଇଛି ।

ପୃଥିବୀ ଏବଂ ସୂର୍ଯ୍ୟର ଦୂରତା ପ୍ରାୟ 15 କୋଟି କିଲୋମିଟର ହୋଇଥିବା ବେଳେ ଆଦିତ୍ୟ L1 ପୃଥିବୀ ଠାରୁ 15 ଲକ୍ଷ କିମି ପର୍ଯ୍ୟନ୍ତ ପଠାଯିବ । ସୂର୍ଯ୍ୟକୁ L-1 କକ୍ଷପଥରୁ ସୂର୍ଯ୍ୟଙ୍କ ବାହ୍ୟସ୍ତର (କରୋନା) ଏବଂ କ୍ରୋମୋସଫିର୍ ଉପରେ ଅଧ୍ୟୟନ କରାଯିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟରେ ପାଞ୍ଚଟି ଲାଗ୍ରାଞ୍ଜିଆନ୍‌ ପଏଣ୍ଟ ଅଛି । ଏହା ଉପରେ କୌଣସି ମହାକାଶଯାନର ମାଧ୍ୟାକର୍ଷଣ ସେଣ୍ଟ୍ରିପେଟାଲ୍ ଶକ୍ତି ସହିତ ସମାନ ହୋଇଥାଏ । ଫଳରେ ଯେକୌଣସି ମହାକାଶ ଯାନ ଦୀର୍ଘ ସମୟ ଧରି ଏଠାରେ ଅଟକି ରହି ଗବେଷଣା କରିପାରିବ । ସୂର୍ଯ୍ୟ ମିଶନ ପାଇଁ L1 ପଏଣ୍ଟ ସ୍ଥିର କରାଯାଇଛି । ଏହା ଭାରତର ପ୍ରଥମ ସୂର୍ଯ୍ୟ ମିଶନ ହୋଇଥିବା ବେଳେ ଏହା ଉପରେ ସମସ୍ତଙ୍କର ନଜର ରହିଛି ।

ତେବେ ଇସ୍ରୋ ଚେୟାରମ୍ୟାନ ଚେନ୍ନାଇ ଏୟାରପୋର୍ଟରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, "ଆଦିତ୍ୟ L1 ଉପଗ୍ରହକୁ ଲଞ୍ଚ କରିବା ପାଇଁ ଆମେ ସମସ୍ତେ ପ୍ରସ୍ତୁତ ରହିଛୁ । ରକେଟ୍‌ ଏବଂ ସାଟେଲାଇଟ ମଧ୍ୟ ପ୍ରସ୍ତୁତି ହୋଇ ରହିଛି । ଉତକ୍ଷେପଣ ପୂର୍ବରୁ ଆମର ରିହର୍ସଲ ମଧ୍ୟ ଶେଷ ହୋଇଛି । ଆଜି ଠାରୁ କାଉଣ୍ଟଡାଉଣ୍ଟ ଆରମ୍ଭ ହେବ । ଲଞ୍ଚ ହେବା ପରେ ଅଧିକ ସୂଚନା ପ୍ରଦାନ କରାଯିବ।"

ଇସ୍ରୋ ସୌରପୃଷ୍ଠରେ ହେଉଥିବା ପରିବର୍ତ୍ତନ, ସୌରଝଡ଼, ବିକିରଣ ଏବଂ କଣିକା ଉପରେ ଅଧ୍ୟୟନ କରିବା ନେଇ ଲକ୍ଷ୍ୟ ରଖିଛି । ସେଥିପାଇଁ ଲାଗ୍ରେଞ୍ଜ ପଏଣ୍ଟ (L-1) ଏହି ଅର୍ଥରେ ଏକ ସ୍ୱତନ୍ତ୍ର ସ୍ଥାନ, କାରଣ ସୂର୍ଯ୍ୟଙ୍କଠାରୁ ବାହାରୁଥିବା କରୋନାଲ ମାସ ଇଜେକ୍ସନ ଏବଂ ସୌର ଝଡ଼ ଏହି ପଥ ଦେଇ ପୃଥିବୀ ଆଡ଼କୁ ଯାଇଥାଏ । ସୂର୍ଯ୍ୟଙ୍କର ଫଟୋସ୍ପିୟର, କ୍ରୋମୋସ୍ପିଅର ଏବଂ ବାହ୍ୟସ୍ତର କୋରୋନାର ଅନୁଧ୍ୟାନ ପାଇଁ ଆଦିତ୍ୟ ଏଲ 1ରେ 7ଟି ପ୍ଲେଲୋଡ ରହିବ । ସୌରପୃଷ୍ଠର ବାହାର ପରସ୍ତ ବା (କରୋନା)କୁ ଅନୁଧ୍ୟାନ କରିବା ପାଇଁ ଇନଷ୍ଟଲ ହୋଇଥିବା କୋରନାଗ୍ରାଫ ପେଲୋଡ ବେଙ୍ଗାଲୁରୁରେ ଥିବା ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଆଷ୍ଟ୍ରୋଫିଜିକ୍ସ (IIA) ସ୍ବଦେଶୀ ଜ୍ଞାନକୌଶଳ ଆପଣାଇ ବିକଶିତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: Aditya-L1 Solar Mission: ସୂର୍ଯ୍ୟ ମିଶନ ନେଇ ଆରମ୍ଭ ହୋଇଛି କାଉଣ୍ଟଡାଉନ, ଜାଣନ୍ତୁ L1 ପଏଣ୍ଟ କଣ?

ସୂର୍ଯ୍ୟ ମିଶନର ସିଧାପ୍ରସାରଣ:ଆଦିତ୍ୟ L-1 ଉପରେ ବର୍ତ୍ତମାନ ସାରା ବିଶ୍ବର ନଜର ରହିଛି । ତେବେ ଶନିବାର ହେବାକୁ ଥିବା ଏହି ଲଞ୍ଚିଂ ପ୍ରୋଗାମ ଦେଖିବା ପାଇଁ ଇସ୍ରୋ ପକ୍ଷରୁ ବ୍ୟବସ୍ଥା ମଧ୍ୟ କରାଯାଇଛି । ଶ୍ରୀହରିକୋଟା ଲଞ୍ଚ ପ୍ୟାଡରୁ ଆଦିତ୍ୟ L-1 ଉତକ୍ଷେପଣ ଦେଖିବା ପାଇଁ ସିଟ ବୁକିଂ ବ୍ୟବସ୍ଥା କରାଯାଇଛି । ତେବେ ଏହା ବ୍ୟତିତ ISROର ୱେବସାଇଟ୍ isro.gov.in ଦ୍ବାରା ମଧ୍ୟ ଦର୍ଶକ L-1 ର ଲଞ୍ଚର ଲାଇଭ୍ ଟେଲିକାଷ୍ଟ ଦେଖିପାରିବେ । ଅନ୍ୟପଟେ ଇସ୍ରୋର ୟୁଟ୍ୟୁବରେ ମଧ୍ୟ ଲାଇଭ ଷ୍ଟ୍ରିମ ଦେଖିପାରିବେ ଦର୍ଶକ।

ଆଦିତ୍ୟ L1ରେ ଲାଗିଛି ଏହି ଯନ୍ତ୍ରାଶଂ: ଭିଜିବଲ ଏମିଶନ ଲାଇନ୍ କରୋନାଗ୍ରାଫ୍ (VELC): ଭାରତୀୟ ଜ୍ୟୋତିର୍ବିଜ୍ଞାନ ସଂସ୍ଥା (ବେଙ୍ଗାଲୁରୁ) ଦ୍ୱାରା ବିକଶିତ । ଏହା ସୂର୍ଯ୍ୟଙ୍କ କରୋନା ଏବଂ ଆମିଶନ ଅଧ୍ୟୟନ କରିବ।

ସୋଲାର ଅଲ୍ଟ୍ରା-ଭାୟୋଲେଟ୍ ଇମେଜିଙ୍ଗ୍ ଟେଲିସ୍କୋପ୍ (SUIT): ଏହା ପୁଣେରେ ବିକଶିତ ହୋଇଛି। ଏହା ସୂର୍ଯ୍ୟଙ୍କ ଫଟୋଗ୍ରାଫି ଏବଂ କ୍ରୋମୋସଫିରର ଚିତ୍ର ଉଠାଇବ।

ସୋଲେକ୍ସ ଏବଂ ହାଲ 1OS: ସୋଲାର ଲୋ-ଏନର୍ଜି ଏକ୍ସ-ରେ ସ୍ପେକ୍ଟ୍ରୋମିଟର (ସୋଲେକ୍ସ) ଏବଂ ଉଚ୍ଚ ଶକ୍ତି L1 ଅର୍ବିଟିଂ ଏକ୍ସ ସ୍ପକ୍ଟୋମିଟର ବେଙ୍ଗାଲୁରୁ ସ୍ଥିତ ୟୁଆର ସେହ ସାଟେଲାଇଟ ସେଣ୍ଟର ଦ୍ବାରା ବିକଶିତ ହୋଇଛି । ଏହା ସୂର୍ଯ୍ୟ କିରଣର ଅଧ୍ୟୟନ କରିବ।

SPEX ଏବଂ PAP: ଭୌତିକ ଅନୁସନ୍ଧାନ ଲାବୋରେଟୋରୀ (ଅହମ୍ମଦାବାଦ) ଦ୍ବାରା ବିକଶିତ । ଏହାର କାମନ ସୌରଝଡ ଏବଂ ଶକ୍ତିକୁ ଅନୁଧ୍ୟାନ କରିବା ।

ମ୍ୟାଗ୍ନେଟିମିଟର (MAG): ଏହା ଇଲେକ୍ଟ୍ରୋ ଅପ୍ଟିକ୍ସ ସିଷ୍ଟମ ଲାବୋରେଟୋରୀ (ବେଙ୍ଗାଲୁରୁ) ଦ୍ୱାରା ବିକଶିତ । ଏହା L1 କକ୍ଷପଥରେ ଥିବା ଗ୍ରହର ଚୁମ୍ବକୀୟ କ୍ଷେତ୍ର ମାପିବ ବା ଅନୁଧ୍ୟାନ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details