ହାଇଦ୍ରାବାଦ:ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ ଏଲ-1 ସଫଳତାର ସହିତ ଆଗକୁ ବଢ଼ି ଚାଲିଛି । ବର୍ତ୍ତମାନ ଲାଗରେଞ୍ଜ ପଏଣ୍ଟ (ଏଲ-1) ଅଭିମୁଖେ ଅଗ୍ରସର ହୋଇଥିବା ବେଳେ ଏନେଇ ବଡ ବୟାନ ଦେଇଛନ୍ତି ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ । ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ ଏଲ ଆସନ୍ତା ମାସର ପ୍ରଥମ ସପ୍ତାହରେ ଅର୍ଥାତ 2024 ଜାନୁଆରୀ ମାସରେ ପ୍ରଥମ ସପ୍ତାହରେ ଲାଗରେଞ୍ଜ ପଏଣ୍ଟରେ ପହଞ୍ଚିବା ନେଇ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ । ଏହାସହିତ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଆସନ୍ତା ବର୍ଷ ମାନବ ମିଶନ ଗଗନଯାନ ସହିତ ଅନେକ ପରୀକ୍ଷଣ କରିବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି ।
ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ସମୟରେ ମନ୍ତ୍ରୀ କହିଛନ୍ତି, "ମହାକାଶ ପ୍ରଯୁକ୍ତିବିଦ୍ୟାର ବିକାଶ ପରେ ଦେଶର ଜନତା ଚନ୍ଦ୍ରଯାନ-3 ଏବଂ ଆଦିତ୍ୟ ଏଲ-1 ଭଳି ମହାକାଶ ଗବେଷଣା ସଫଳତାକୁ ଦେଖିବାରେ ସକ୍ଷମ ହୋଇଥିଲେ । ପ୍ରଥମ ସୌର ମିଶନ ଆଦିତ୍ୟ ଏଲ-1ର ଉତକ୍ଷେପଣ ଦେଖିବା ପାଇଁ 10 ହଜାରରୁ ଅଧିକ ସାଧାରଣ ଲୋକ ଉପସ୍ଥିତ ରହିଥିବା ବେଳେ ଭାରତର ପ୍ରଥମ ମୁନ୍ ମିଶନ ଚନ୍ଦ୍ରଯାନ-3ର ଉତକ୍ଷେପଣ ସମୟରେ 1000 ଗଣମାଧ୍ୟମ ପ୍ରତିନିଧୀ ଉପସ୍ଥିତ ରହିଥିଲେ । ଏହାସହ ଚଳିତ ଆର୍ଥିକ ବର୍ଷର ଶେଷ 9ମାସ ଅର୍ଥାତ ଏପ୍ରିଲରୁ ଡିସେମ୍ବର ମାସ ସୁଦ୍ଧା ଭାରତ ସ୍ପେସ୍ ଷ୍ଟାର୍ଟଅପରେ 1000 କୋଟିରୁ ଅଧିକ ନିବେଶ ହୋଇଛି।"
ଏହା ମଧ୍ୟ ପଢନ୍ତୁ: Aditya L1 Mission: ଆଦିତ୍ୟ L1ର ସଫଳ ଉତକ୍ଷେପଣ, ଖୋଲିବ ସୂର୍ଯ୍ୟ ରହସ୍ୟ