ହାଇଦ୍ରାବାଦ: ଚଷମା କମ୍ପାନୀ Titan EYE+ ବଜାରରେ ପ୍ରବେଶ କରାଇଛି ଏହାର ପ୍ରଥମ ସ୍ମାର୍ଟ ଗ୍ଲାସ(Smart Glass) । ଏହାର ନାମ ରଖା ଯାଇଛି Titan EyeX । ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ନିର୍ମାଣ ହୋଇଛି ଏହି ସ୍ମାର୍ଟ ଗ୍ଲାସ । ଏଥିରେ ଅଡ଼ିଓ, ଟଚ୍ କଣ୍ଟ୍ରୋଲ ସହିତ ଫିଟନେସ ଫିଚର ମଧ୍ୟ ରହିଛି । ଏହି ସ୍ମାର୍ଟ ଫୋନ ଉଭୟ Android ଓ iOS ଡିଭାଇସ ଦ୍ବାରା କାର୍ଯ୍ୟକ୍ଷମ ହୋଇପାରିବ । ସବୁଠୁ ଖାସ କଥା ହେଉଛି ଏହି ସ୍ମାର୍ଟ ଗ୍ଲାସଟି ସନଗ୍ଲାସ, ସ୍ପେକ୍ଟାକଲ ଓ କମ୍ପ୍ୟୁଟର ଗ୍ଲାସ ପାଇଁ ବ୍ୟବହାର ଉପଯୋଗୀ ହୋଇପାରିବ । ଏହାସହିତ ସେଲଫି ନେବା ଭଳି ଫିଚର ରହିଛି ଏହି ସ୍ମାର୍ଟ ଗ୍ଲାସରେ ।
୮ ଘଣ୍ଟା ରହିବ ବ୍ୟାଟେରୀ ଚାର୍ଜ:-
ସାଧାରଣତଃ ଲୋକମାନେ ବିଭିନ୍ନ କାର୍ଯ୍ୟ ପାଇଁ ବିଭିନ୍ନ ପ୍ରକାର ଚଷମାର ବ୍ୟବହାର କରିଥାନ୍ତି । ଦିନରେ ବାହରକୁ ଯିବା ସମୟରେ ଖରାକୁ ରକ୍ଷା ପାଇବା ପାଇଁ ସନଗ୍ଲାସ ବ୍ୟବହାର କରୁଥିବା ବେଳେ ଆଖି ସମସ୍ୟା ପାଇଁ ସ୍ପେକ୍ଟାକଲ ଓ କମ୍ପ୍ୟୁଟର ଲାଇଟ୍ରୁ ରକ୍ଷା ପାଇବା ପାଇଁ କମ୍ପ୍ୟୁଟର ଗ୍ଲାସ ବ୍ୟବହାର କରିଥାନ୍ତି । କିନ୍ତୁ ଆପଣ ଏହି ସ୍ମାର୍ଟ ଗ୍ଲାସ ବ୍ୟବହାର କଲେ ଅନ୍ୟ କେଉଁ ଗ୍ଲାସର ଆବଶ୍ୟକ ପଡିବ ନାହିଁ । ଏହାସହିତ ସ୍ମାର୍ଟ ଗ୍ଲାସ ପ୍ରାୟ ୮ ଘଣ୍ଟା ପର୍ଯ୍ୟନ୍ତ ଚଷମାକୁ ଚାର୍ଜ ରଖିପାରିବ ।
ସ୍ମାର୍ଟଗ୍ଲାସର ମୂଲ୍ୟ ?