ଓଡିଶା

odisha

ETV Bharat / science-and-technology

2023 ଶେଷ ସୁଦ୍ଧା ୧୩କୋଟିରେ ପହଞ୍ଚିବ ୫ଜି ମୋବାଇଲ ସବସ୍କ୍ରିପସନ: ଏରିକସନ ରିପୋର୍ଟ - ୬୧ କୋଟି ନୂଆ ୫ଜି ସବସ୍କିପସନ

5g mobile subscription in india : ଭାରତରେ ୫ଜି ମୋବାଇଲ ସବସ୍କ୍ରିପସନ ଏ ବର୍ଷ ଅନ୍ତ ସୁଦ୍ଧା ୧୩ କୋଟି ପହଁଚିବ । ଟେଲିକମ୍ କମ୍ପାନୀ ଏରିକସନର ଅନୁମାନ । ଅଧିକ ପଢନ୍ତୁ

2023 ଶେଷ ସୁଦ୍ଧା ୧୩ କୋଟି ପହଞ୍ଚିବ ୫ ଜି ମୋବାଇଲ ସବସ୍କ୍ରିପସନ :  ଏରିକସନ ରିପୋର୍ଟ
2023 ଶେଷ ସୁଦ୍ଧା ୧୩ କୋଟି ପହଞ୍ଚିବ ୫ ଜି ମୋବାଇଲ ସବସ୍କ୍ରିପସନ : ଏରିକସନ ରିପୋର୍ଟ

By ETV Bharat Odisha Team

Published : Nov 30, 2023, 10:29 PM IST

ନୂଆଦିଲ୍ଲୀ : ଭାରତରେ ୫ଜି ସବସ୍କ୍ରିପସନ ଏ ବର୍ଷ ଅନ୍ତ ସୁଦ୍ଧା ୧୩ କୋଟି ପହଁଚିବ ବୋଲି ଆଶା କରା ଯାଉଛି , ଯାହା ୨୦୨୯ ମସିହା ବେଳକୁ ବୃଦ୍ଧି ପାଇ ୮୬ କୋଟି ହେବାର ଅନୁମାନ କରାଯାଉଛି । ଗୁରୁବାର ଦିନ ପ୍ରକାଶ ପ୍ରମୁଖ ଟେଲିକମ୍ କମ୍ପାନୀ ଏରିକସନର ଏକ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁଯାୟୀ ୨୦୨୯ ମସିହା ଶେଷ ସୁଦ୍ଧା ଭାରତରେ ମୋବାଇଲ ସବସ୍କ୍ରିପସନ କ୍ଷେତ୍ରରେ ୫ଜି ସବସ୍କ୍ରିପସନ ୬୮ ପ୍ରତିଶତ ଭାଗିଦାରୀ ହେବାର ସମ୍ଭାବନା ଦେଖା ଦେଇଛି । ଏରିକସନ ଇଣ୍ଡିଆର ମୁଖ୍ୟ ନିତିନ ବଂସଲ କହିଛନ୍ତି ଯେ ଆମର ବୈଶ୍ବିକ ସ୍ତରରେ ବିସ୍ତାରତା ଏବଂ ଟେକ୍ନୋଲୋଜି ଦୁନିଆରେ ନେତୃତ୍ବ ନେବାର ଦକ୍ଷତା ଆମକୁ ଭାରତ କୁ ତାର ୫ଜି ଯାତ୍ରାରେ ସମର୍ଥନ ଦେବାକୁ ସକ୍ଷମ କରିଛି । ମୋବାଇଲ ନେଟୱର୍କ ଭାରତରେ ସାମାଜିକ ଏବଂ ଆର୍ଥିକ ପ୍ରଗତିକୁ ଆଗକୁ ବଢାଇବାରେ ମହତ୍ବପୂର୍ଣ ଭୂମିକା ତୁଲାଉଛି ଯାହାଦ୍ବାରା ଦେଶକୁ ଡିଜିଟାଲି ଭାବେ ସଶକ୍ତ ସମାଜରେ ପରିବର୍ତ୍ତନ ପାଇଁ ସରକାରଙ୍କ ଦୃଷ୍ଟିକୋଣର ସମର୍ଥନ ରହିଛି । ରିପୋର୍ଟ ଅନୁଯାୟୀ ୪ଜି ଦେଶରେ କନେକ୍ଟିଭିଟି ବଢାଇବା ଏବଂ ଡାଟା ବ୍ୟବହାରରେ ବୃଦ୍ଧିର କାରକ ସବସ୍କ୍ରିପସନ ଭାବେ ଉପଲବ୍ଧ ରହିଛି । ଦେଖାଯାଉଛି ଯେ ଧିରେ ଧିରେ ସବସ୍କ୍ରାଇବର ମାନେ ୫ ଜି ଆଡକୁ ମୁହାଁଉଛନ୍ତି , ଫଳରେ ୪ଜି ସବସ୍କ୍ରିପସନ ୨୦୨୩ ମସିହାରେ ୮୭ କୋଟିରୁ ହ୍ରାସ ପାଇ ୨୦୨୯ ବେଳକୁ ୩୯ କୋଟି ହେବାର ଅନୁମାନ ଅଛି ।

ଏହା ମଧ୍ୟ ପଢନ୍ତୁ...ହ୍ବାଟ୍ସଆପ୍‌ରେ ଆସୁଛି ନୂଆ ଫିଚର, ଲାଷ୍ଟ ସିନ ବଦଳରେ ଏବେ ଦେଖାଯିବ ଏହି ସୂଚନା

ଭାରତରେ ପ୍ରତି ସ୍ମାର୍ଟଫୋନ ହାରାହାରି ଡାଟା ଟ୍ରାଫିକ ବିଶ୍ବସ୍ତରରେ ସର୍ବାଧିକ ରହିଛି । ଏହି ହାର ୨୦୨୩ ମସିହାରେ ପ୍ରତି ମାସ ୩୧ ଜିବି ରୁ ବଢି ୨୦୨୯ ବେଳକୁ ପ୍ରାୟ ୭୫ ଜିବି ହେବାର ଅନୁମାନ କରାଯାଉଛି । ଯାହା ୧୬ ପ୍ରତିଶତ ହାରାହାରି ବୃଦ୍ଧିକୁ ଦର୍ଶାଇଥାଏ । ମୋଟ ମୋବାଇଲ ସବସ୍କ୍ରିପସନ ୨୦୨୯ ମସିହାରେ ବଢି କରି ୧. ୨୭ ଆରବ ହେବାର ଅନୁମାନ ରହିଛି । ରିପୋର୍ଟରେ କୁହାଯାଇଛି ଯେ ୨୦୨୩ର ଶେଷ ଏବଂ ୨୦୨୯ର ମଧ୍ଯରେ ୬ ବର୍ଷ ରେ ବୈଶ୍ବିକ ୫ଜି ସଦସ୍ୟତା ୩୩୦ ପ୍ରତିଶତ ରୁ ଅଧିକ ବଢି ୧.୬ ଆରବ ରୁ ୫.୩ ଆରବ ଯାଏଁ ପହଁଚିବାର ଅନୁମାନ ରହିଛି । ତେବେ ୨୦୨୩ ମସିହା ପାଇଁ ୬୧ କୋଟି ନୂଆ ୫ଜି ସବସ୍କିପସନ ହେବ । ଏରିକସନର କାର୍ଯ୍ୟକାରୀ ଉପାଧ୍ୟକ୍ଷ ଏବଂ ନେଟୱର୍କ ପ୍ରମୁଖ ଫ୍ରେଡ୍ରିକ ଜେଜ୍ଡିଲିଙ୍ଗ କହିଛନ୍ତି ଯେ ଏହି ବର୍ଷ ବୈଶ୍ବିକ ସ୍ତରରେ ୬୦ କୋଟି ରୁ ଅଧିକ ୫ଜି ସବସ୍କ୍ରିପସନ ଯୋଡିହେବା ଏବଂ ପ୍ରତ୍ୟେକ କ୍ଷେତ୍ରରେ ବୃଦ୍ଧି ହେବା ଉଚ୍ଚମାନର କନେକ୍ଟିଭିଟିର ଆବଶ୍ୟକତା ତଥା ଚାହିଦାକୁ ଦର୍ଶାଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details