ହାଇଦ୍ରାବାଦ: ସମଗ୍ର ବିଶ୍ବରେ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ 5G ଟେକ୍ନୋଲୋଜି ପ୍ରସ୍ତୁତ ବୋଲି କହିଛନ୍ତି ଟେଲି ଯୋଗାଯୋଗ ବିଶେଷଜ୍ଞ କଲ୍ୟାଣୀ ବୋଗିନେନି । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି, ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍ ଏବଂ ଡାଟା ଆନାଲିଟିକ୍ସ ଭଳି ବୈଷୟିକ ଉଦ୍ଭାବନ ଯୋଗୁଁ ବିଶ୍ବ ଏବେ ଆମ ଆଙ୍ଗୁଠି ଟିପରେ ରହିଛି । ଯାହାକି ଶିକ୍ଷା, ସ୍ବାସ୍ଥ୍ୟସେବା ଏବଂ କୃଷି କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହୋଇପାରିଛି ।
5G ଟେକ୍ନୋଲୋଜି ସହିତ ହାଇ ସ୍ପିଡ୍ ଇଣ୍ଟରନେଟ୍ ଏବଂ ନାଗରିକ ସେବା ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇପାରିବ । ଏହାସହିତ ସୁଦୂର ଅଞ୍ଚଳରେ ଯେଉଁଠାରେ ନେଟୱର୍କ ସଂଯୋଗ ସମସ୍ୟା ଅଛି, ସେଠାରେ ବେତାର ବ୍ଲାକ୍-ହୋଲ୍ ଟେକ୍ନୋଲୋଜି ମାଧ୍ୟମରେ ନିରବଚ୍ଛିନ୍ନ ଅନଲାଇନ୍ ଶିକ୍ଷା ପ୍ରଦାନ କରାଯାଇପାରିବ । ଡକ୍ଟର କଲ୍ୟାଣୀ ଗତ ୩ ଦଶନ୍ଧି ଧରି ଆମେରିକାରେ ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ସେ ବର୍ତ୍ତମାନ ଭେରିଜନ୍ କମ୍ୟୁନିକେସନ୍(Verizon Communication) ସହିତ ଜଡିତ ଏବଂ 5G ଟେକ୍ନୋଲୋଜିର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।
ସେ ଆନ୍ଧ୍ରପ୍ରଦେଶର ବିଜୟୱାଡାର ଅଧିବାସୀ ହୋଇଥିବା ବେଳେ 1977 ମସିହାରେ SVU ଇଞ୍ଜିନିୟରିଂ କଲେଜରୁ ଇଲେକ୍ଟ୍ରିକାଲ୍ ଏବଂ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ଏହାପରେ ସେ IISc ବେଙ୍ଗାଲୁରୁରୁ ସ୍ନାତକତ୍ତୋର ହାସଲ କରିଥିଲେ । PhD ପାଇଁ ସେ ନ୍ୟୁୟର୍କର ବଫାଲୋ ୟୁନିଭର୍ସିଟିରେ ଅଧ୍ୟୟନ କରିଥିଲେ । ତେବେ ସେ ବିଶ୍ବରେ 5Gର ଭବିଷ୍ୟତକୁ ନେଇ ETV Bharatର ସ୍ବତନ୍ତ୍ର ସାକ୍ଷାତକାରରେ ଆଲୋଚନା କରିଛନ୍ତି ।
- ନୂତନ ଟେକ୍ନୋଲୋଜି ସ୍ବୟଂଚାଳିତ ଏବଂ ଚାକିରିର ସୁଯୋଗକୁ କିପରି ପ୍ରଭାବିତ କରିବ ?
5G ଶିଳ୍ପ ବିପ୍ଳବରେ ପାଦ ଥାପିବା ପରେ ଏଥିରେ ଉନ୍ନତି ଆସିବ । ଶିଳ୍ପଗୁଡ଼ିକର ଅବସ୍ଥା ବଦଳିଯିବ । ରୋବଟଗୁଡିକ ଅନେକ କାର୍ଯ୍ୟରେ ମଣିଷଙ୍କ ସ୍ଥାନ ନେବେ । କୃଷି କ୍ଷେତ୍ରରେ AI ଏବଂ IoT ଗୁରୁତ୍ବପୂର୍ଣ୍ଣ ହେବ । ଟେକ୍ନୋଲୋଜି ବ୍ୟବହାର କରି କୃଷକମାନେ ଜଳସେଚନ ଏବଂ କୀଟନାଶକ ଢାଞ୍ଚା ଉପରେ ନଜର ରଖିପାରିବେ। ଏହି ବ୍ୟବସ୍ଥାକୁ କିଛି ସ୍ଥାନରେ ଆରମ୍ଭ ହୋଇସାରିଲାଣି । ରୋବୋଟିକ୍ସ ଏବଂ ସେନ୍ସର କୃଷି କ୍ଷେତ୍ରରେ ନୂଆ ରେକର୍ଡ ସୃଷ୍ଟି କରିବ । ଏହି ସମସ୍ତ ବିକାଶ ଅର୍ଥନୈତିକ ଅଭିବୃଦ୍ଧି ଏବଂ ନିଯୁକ୍ତି ସୃଷ୍ଟିରେ ସହାୟକ ହେବ ।
- ଭାରତ କେବେ 5G ସେବା ଆରମ୍ଭ କରିବ ?
ପ୍ରଥମେ ଟେଲିକମ ବାହକ(telecom carrier)ମାନଙ୍କୁ 5G ସ୍ପେକ୍ଟ୍ରମ୍ ବଣ୍ଟନ କରାଯିବା ଜରୁରୀ । ତା’ପରେ, ସେହି ଅନୁଯାୟୀ 5G ଟାୱାର ସେଟ୍ ଅପ୍ କରାଯିବ । ଡାଟା କେନ୍ଦ୍ରଗୁଡିକ ଅପଗ୍ରେଡ ହେବା ସହିତ ମୋବାଇଲ୍ ଫୋନରେ ଚିପସେଟ ଏବଂ ଆପ୍ 5G ପାଇଁ ସକ୍ଷମ ହେବା ଉଚିତ । ମୋବିଲିଟି ନେଟୱାର୍କ ପ୍ରତିଷ୍ଠା ହେବା ଆବଶ୍ୟକ । ଏହି ପ୍ରକ୍ରିୟା ଗୁଡ଼ିକ କିଛି ସମୟ ନେବ । ୫G ଲଞ୍ଚ ପରେ ଭାରତର ଉପଭୋକ୍ତାଙ୍କ ନିକଟରେ ଏହା ପହଞ୍ଚିବାକୁ ଅତିକମରେ ୧୦ ବର୍ଷ ଲାଗିବ ।
- 5G କେଉଁ ପରିବର୍ତ୍ତନ ଆଣିବ ?