ଓଡିଶା

odisha

By

Published : Nov 28, 2022, 3:21 PM IST

ETV Bharat / science-and-technology

ହ୍ବାଟସ୍‌ଆପ୍‌ ପରେ ଟ୍ବିଟରରୁ ଡାଟା ଚୋରି, ଯାଇଛି 54 ଲକ୍ଷ ବ୍ୟବହାରକାରୀ ବ୍ୟକ୍ତିଗତ ତଥ୍ୟ

ହ୍ବାଟସ୍‌ଆପ୍‌ ପରେ ଟ୍ବିଟରରେ ଡାଟା ଲିକ୍ ହୋଇଥିବା ଅଭିଯୋଗ(5.4mn Twitter users' data leaked online) । ଏନେଇ ପ୍ରଥମେ ଟ୍ବିଟ ଯୋଗେ ସୂଚନା ଦେଇଥିବା ସୁରକ୍ଷା ବିଶେଷଜ୍ଞ ଚାଡ ଲୋଡ୍‌କୁ ଟ୍ବିଟରରୁ ସସ୍ପେଣ୍ଡ କଲା କମ୍ପାନୀ । ଅଧିକ ପଢନ୍ତୁ

ହ୍ବାଟସ୍‌ଆପ୍‌ ପରେ ଟ୍ବିଟରରୁ ଡାଟା ଚୋରି, ଯାଇଛି 54 ଲକ୍ଷ ବ୍ୟବହାରକାରୀ ବ୍ୟକ୍ତିଗତ ତଥ୍ୟ
ହ୍ବାଟସ୍‌ଆପ୍‌ ପରେ ଟ୍ବିଟରରୁ ଡାଟା ଚୋରି, ଯାଇଛି 54 ଲକ୍ଷ ବ୍ୟବହାରକାରୀ ବ୍ୟକ୍ତିଗତ ତଥ୍ୟ

ନୂଆଦିଲ୍ଲୀ: ହ୍ବାଟସ୍‌ଆପ୍‌ ପରେ ଟ୍ବିଟରରେ ଡାଟା ଲିକ୍ । ପାଖାପାଖି 54 ଲକ୍ଷ ବ୍ୟବହାରକାରୀଙ୍କ ଡାଟା ଲିକ୍ ହୋଇଥିବା ଜଣାପଡିଛି(5.4mn Twitter users' data leaked online, to grow even bigger) । ନିକଟରେ ଟ୍ବିଟରର ମଙ୍ଗ ଧରିଥିବା ବିଶ୍ବର ଅରବପତି ଏଲନ ମସ୍କ ପ୍ଲାଟଫର୍ମ ବ୍ୟବହାରକାରୀଙ୍କ ଡାଟା ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ନିୟମ ଆପଣାଉଥିବା ଦାବି କରୁଛନ୍ତି । ମାତ୍ର ଏହା ସାଇବର ଲୁଟେରାଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରୁନାହିଁ । ଏକ ଇଣ୍ଟରନାଲ୍ ବଗ୍ ମାଧ୍ୟମରେ ଏହି ଡାଟା ଚୋରି ହୋଇଛି ।

ସୂଚନା ଅନୁସାରେ, ହ୍ବାଟସ୍‌ଆପ୍‌ ଡାଟା ଚୋରି କରିଥିବା ଅନଲାଇନ୍ ହ୍ୟାକର ଫୋରମ୍ ମଧ୍ୟ ଟ୍ବିଟର ଡାଟା ଲିକ୍ କରିଛି । ଅଧିକନ୍ତୁ, ଅନଲାଇନ୍ ବିକ୍ରୟ ପାଇଁ ପ୍ରାୟ 5.4 ନିୟୁତ ତଥ୍ୟ ରେକର୍ଡ କରାଯାଇଥିଲା । ସେଥିମଧ୍ୟରୁ ଅତିରିକ୍ତ ଭାବେ 1.4 ନିୟୁତ ଟ୍ୱିଟର ପ୍ରୋଫାଇଲ୍ ରହିଛି, ​​ଯାହା ଏକ ଭିନ୍ନ ଟ୍ୱିଟର ଆପ୍ଲିକେସନ୍ ପ୍ରୋଗ୍ରାମିଂ ଇଣ୍ଟରଫେସ୍ (Application Programming Interface, API) ବ୍ୟବହାର କରି ସଂଗୃହିତ ହୋଇଥିଲା, ଯାହାକି କିଛି ଲୋକଙ୍କ ମଧ୍ୟରେ ବ୍ୟକ୍ତିଗତ ଭାବରେ ସେୟାର୍ ହୋଇଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ:- 50 କୋଟି WhatsApp ବ୍ୟବହାରକାରୀଙ୍କ ଡାଟା ଲିକ୍, ଅନ୍‌ଲାଇନ୍‌ରେ ବିକ୍ରି ହେଉଛି ଫୋନ୍ ନମ୍ବର

ବ୍ଲିପିଂ କମ୍ପ୍ୟୁଟର(Bleeping Computer)ର ରିପୋର୍ଟରେ କୁହାଯାଇଛି ଯେ, ପ୍ରୋଫାଇଲରେ ପ୍ରାଇଭେଟ୍ ଥିବା ବ୍ୟକ୍ତିଗତ ଫୋନ୍ ନମ୍ବର ଏବଂ ଇମେଲ୍ ଆଡ୍ରେସ୍ଗୁଡିକ୍ ଲିକ୍ ହୋଇଛି । ସୁରକ୍ଷା ବିଶେଷଜ୍ଞ ଚାଡ ଲୋଡ୍‌ର ପ୍ରଥମେ ଟ୍ୱିଟରରେ ଏହି ସୂଚନା ପ୍ରକାଶ କରିଥିଲେ, ମାତ୍ର ଏହାର କିଛି ସମୟ ପରେ ତାଙ୍କୁ ପ୍ଲାଟଫର୍ମରୁ ସସ୍ପେଣ୍ଡ କରାଯାଇଥିଲା ।

ଲୋଡର୍ ଟ୍ୱିଟରରେ ପୋଷ୍ଟ କରି କହିଥିଲେ ଯେ, "ମୁଁ ବର୍ତ୍ତମାନ ୟୁଏଇ ଏବଂ ଆମେରିକାର ଲକ୍ଷ ଲକ୍ଷ ଟ୍ୱିଟର ଆକାଉଣ୍ଟକୁ ପ୍ରଭାବିତ କରୁଥିବା ଏକ ବୃହତ ଟ୍ୱିଟର ତଥ୍ୟ ଉଲ୍ଲଂଘନ କରିବାର ପ୍ରମାଣ ପାଇଛି । ମୁଁ ପ୍ରଭାବିତ ଆକାଉଣ୍ଟଗୁଡିକର ଏକ ନମୁନା ସହିତ ଯୋଗାଯୋଗ କରିଛି ଏବଂ ସେମାନେ ନିଶ୍ଚିତ କରିଛନ୍ତି ଯେ, ଲିକ୍ ହୋଇଥିବା ତଥ୍ୟ ସଠିକ୍ । ତେବେ ଏହି ଉଲ୍ଲଂଘନ 2021 ପୂର୍ବରୁ ଘଟି ନଥିଲା ।"

(This story has not been edited by ETV Bharat and is auto-generated from a syndicated feed.)

ABOUT THE AUTHOR

...view details