ହାଇଦ୍ରାବାଦ:ପୁଣି ଟ୍ବିଟରରେ ନୂଆ ନିୟମ ଆଣିଲେ ଏଲନ ମସ୍କ । ବ୍ଲୁ ୟୁଜର୍ସଙ୍କ ବଢିଲା ଟ୍ବିଟର ଅକ୍ଷର । ବର୍ତ୍ତମାନ 25000 ଅକ୍ଷରରେ ଟ୍ବିଟ କରିପାରିବେ ବ୍ଲୁ ୟୁଜର୍ସ । ଏଲନ୍ ମସ୍କ ଦ୍ୱାରା ପରିଚାଳିତ ଟ୍ୱିଟର ବ୍ଲୁ ୟୁଜର୍ସଙ୍କ ପାଇଁ ଏକ ଟ୍ୱିଟ୍ ପାଇଁ ଅକ୍ଷରକୁ 25 ହଜାରକୁ ବୃଦ୍ଧି କରିଛି । ଏହାପୂର୍ବରୁ, କମ୍ପାନୀ ଫେବୃଆରୀରେ ଅକ୍ଷରକୁ 4,000କୁ ବୃଦ୍ଧି କରାଯାଇଥିଲା । ଏହାପରେ ଏପ୍ରିଲରେ ପୁଣି ବୃଦ୍ଧି କରାଯାଇ 1000 ହଜାର କରାଯାଇଥିବା ବେଳେ ଏବେ ପୁଣି ଏହାକୁ ବଢାଯାଇ 25 ହଜାର କରାଯାଇଛି । ଟ୍ୱିଟର ଇଞ୍ଜିନିୟର ପ୍ରାଚି ପୋଧାର ଗତ ସପ୍ତାହରେ ଟ୍ବିଟରର ପରିବର୍ତ୍ତନ ନେଇ ଘୋଷଣା କରିଥିଲେ । ସେ କହିଥିଲେ, ‘‘ଆମେ ଟ୍ବିଟରର ଅକ୍ଷର ସୀମାକୁ ବୃଦ୍ଧି କରିବାକୁ ଚାହୁଁଛୁ। ଏହାକୁ 10 ହଜାରରୁ 25 ହଜାରକୁ ବୃଦ୍ଧି କରୁଛୁ । ବର୍ତ୍ତମାନ ବ୍ଲୁ ୟୁଜର୍ସ ଲମ୍ବା ଟ୍ବିଟ କରି ଉପଭୋଗ କରନ୍ତୁ ।’’ ଏହାପରେ ଆଜି ଏଲନ ମସ୍କ ଟ୍ବିଟ କରି ଏହି ସୂଚନା ଦେଇଛନ୍ତି ।
କମ୍ପାନୀ ଏହାର ଟ୍ୱିଟର ବ୍ଲୁ ପେଜରେ ମଧ୍ୟ ପରିବର୍ତ୍ତନ କରିଛି । କମ୍ପାନୀ ଉଲ୍ଲେଖ କରିଛି ଯେ, "280 ଅକ୍ଷରରୁ ଅଧିକ ଟ୍ୱିଟ୍ କରିବାକୁ ଚାହୁଁଛନ୍ତି କି? ଲଙ୍ଗ ଟ୍ୱିଟ୍ ବ୍ଲୁ ୟୁଜର୍ସଙ୍କୁ 25,000 ଅକ୍ଷର ପର୍ଯ୍ୟନ୍ତ ଟ୍ୱିଟ୍ କରିବାକୁ ଅନୁମତି ଦିଆଯାଇଛି । ଆପଣ ଟ୍ୱିଟକୁ ଲମ୍ବା କରି ଲେଖିପାରିବେ ବା କମେଣ୍ଟରେ ମଧ୍ୟ ଅଧିକ ଅକ୍ଷରର ଲେଖିପାରିବେ । ତେବେ ଟ୍ବିଟରର ଅକ୍ଷର ବୃଦ୍ଧି କରିବା ସହ ଲମ୍ବା ଭିଡିଓ ଅପଲୋଡ କରିବାର କ୍ଷମତାକୁ ମଧ୍ୟ ବୃଦ୍ଧି କରାଯାଇଛି । ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ପେଡ୍ ୟୁଜର୍ସଙ୍କୁ ଗତ ବର୍ଷ ଡିସେମ୍ବରରେ 60 ମିନିଟ୍ ପର୍ଯ୍ୟନ୍ତ 1080p ଭିଡିଓ ଅପଲୋଡ୍ କରିବାକୁ ଅନୁମତି ଦେବା ଆରମ୍ଭ କରିଥିଲା ।"