ହାଇଦ୍ରାବାଦ:ସାଉଦି ଓ ଇରାନ ମଧ୍ୟରେ ହୋଇଥିବା ସଦ୍ୟ ସଦ୍ୟ ଚୁକ୍ତି ବିଶ୍ବରେ ପରିବର୍ତ୍ତନ ଆଣିବା ନେଇ ଚର୍ଚ୍ଚା ହେଉଛି । ଯେବେଠୁ ସାଉଦି ଆରବ ଓ ଇରାନ ପରସ୍ପର ସହ ହାତ ମିଳାଇଛନ୍ତି ସେବେଠୁ ମିଡିଲ ଇଷ୍ଟରେ ହଲଚଲ ସୃଷ୍ଟି ହୋଇଛି । ଦୁଇ ଦେଶ ମଧ୍ୟରେ ଦୀର୍ଘ ବର୍ଷ ଧରି ତିକ୍ତତା ଲାଗି ରହିଥିଲା । ଜଣେ ଅନ୍ୟକୁ ଆଖିରେ ଦେଖି ସହି ପାରୁ ନଥିଲା । ମାତ୍ର ଦୁଇ ଦେଶ ହାତ ମିଳାଇବା ପରେ ବିଶ୍ବରେ ଏକ ବଡ ପରିବର୍ତ୍ତନ ହେବା ଚର୍ଚ୍ଚା ହେଉଛି । ପଶ୍ଚିମ ଏସିଆରୁ ଉଦୀୟମାନ ନୂଆ ଧାରା ନୂଆ ବିଶ୍ବ ଗଠନରେ ଅବଦାନ ରଖିବ ।
ଚୀନ, ଋଷିଆ ପରେ ବର୍ତ୍ତମାନ ସାଉଦି ଆରବ ଓ ଇରାନ ତାଙ୍କର ଦୀର୍ଘତମ ଶତ୍ରୁତାକୁ ଭୁଲି ଯାଇଛନ୍ତି । ପରସ୍ପରର ହିତରେ ଅଛନ୍ତି ଦୁଇ ଦେଶ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସାଉଦି ଆରବ ସରକାର ବିରୋଧରେ ୟେମେନି ହୋଉଥିସଙ୍କ ମଧ୍ୟରେ ବିଦ୍ରୋହର ବହ୍ନି ଜଳାଇଥିବା ଇରାନ ବର୍ତ୍ତମାନ ବିବାଦର ଅନ୍ତ ଘଟାଇଛି । ଏବେ ସିରିୟା ଓ ଲେବାନାନ ମଧ୍ୟ ବିବାଦ ଉପରେ ପୂର୍ଣ୍ଣଚ୍ଛେଦ ପକାଇବା ନେଇ ପ୍ରସ୍ତୁତ ଥିବା ମନେ ହେଉଛି ।
ରାତାରାତି କୌଣସି ବିକାଶ ହୋଇନାହିଁ । ପଶ୍ଚିମ ଏସିଆରେ ଚୀନ ତାର ପ୍ରତିଛବି ତିଆରି କରିବା ପାଇଁ ପ୍ରୟାସ କରୁଛି ଏବଂ ଉକ୍ତ ଅଞ୍ଚଳରେ ଆମେରିକା ପ୍ରଭାବ କମ କରିବାକୁ ଉଦ୍ୟମ କରିଛି । ଏହି କ୍ଷେତ୍ରରେ ଚୀନ ତାର ଆଧାରକୁ ମଜବୁତ କରିବା ପାଇଁ ସେବେଠୁ ଲକ୍ଷ୍ୟ ରଖିଥିଲା ଯେବେ 2019ରେ ଟ୍ରମ୍ପ ସରକାର ସାଉଦି ତୈଳ ପ୍ଲାଣ୍ଟ ଉପରେ ହୋଉଥି ବିଦ୍ରୋହୀ ଆକ୍ରମଣ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେଇଥିଲେ । ପରେ ବାଇଡେନ ସାଉଦି ଆରବ ବିରୋଧରେ ଟ୍ରମ୍ପଙ୍କ ଉଦ୍ୟମକୁ ପଣ୍ଡ କରିଥିଲେ । ବାସ୍ତବରେ ସାଉଦି ଆରବକୁ ଏହି କ୍ଷେତ୍ରରେ ନିର୍ବାଚନୀ ଅଭିଯାନ ଜରିଆରେ ସାଉଦିକୁ ନିନ୍ଦିବା ଆରମ୍ଭ କରିଥିଲା ଆମେରିକା । ଆମେରିକା ସେନା ରାତିଆଧିଆ ଆଫଗାନିସ୍ତାନ ଛାଡିବା ପରେ ସାଉଦ ସରକାରଙ୍କ ସାହସ ବଢିଥିଲା । ଦେଶକୁ ତାଲିବାନ ଦୟା ଉପରେ ଛାଡି ଦେଇଥିଲା । ଏହାପରେ ଗୋଟିଏ ବୁଝାମଣା ହୋଇଥିଲା ଯାହାକୁ ଦୋହା ଡିଲ କୁହାଯାଏ ।
ୟୁକ୍ରେନରେ ଚାଲିଥିବା ଯୁଦ୍ଧ ପରିଣାମସ୍ବରୂପ ବାଇଡେନଙ୍କୁ ତାଙ୍କ ସ୍ଥିତି ପରବର୍ତ୍ତନ କରିବାକୁ ପଡିଥିଲା । ଯଦି ସମାଧାନ ବାଟ ନ ବାହାରେ ବର୍ଦ୍ଧିତ ତେଲ ଦର ତାଙ୍କ ସରକାରଙ୍କୁ ଦୋହଲାଇ ଦେବ ବୋଲି ସେ ଅନୁମାନ କରିଥିଲେ । ପାଖାପାଖି ଗୋଟିଏ ବର୍ଷ ପୂର୍ବେ ବାଇଡେନ ସାଉଦି ଆରବ ଗସ୍ତ ପାଇଁ ଯୋଜନା କରିଥିଲେ । ମୁଖ୍ୟ ଉଦ୍ଦେଶ୍ୟ ଥିଲା ସାଉଦି ସରକାର ତେଲ ଉତ୍ପାଦନ ବଢାଇବାକୁ ରାଜି କରିବା । ଯାହା ତେଲ ଦର କମାଇବାରେ ସହାୟକ ହୋଇଥାନ୍ତା ।
ବର୍ଦ୍ଧିତ ଇନ୍ଧନ ବଜାର ଥିବା ଯାହା ୟୁଏସ ସରକାରଙ୍କୁ ପଶ୍ଚିମ ଏସିଆ ଦେଶଠୁ ସାହାଯ୍ୟ ମାଗିବାକୁ ବାଧ୍ୟ କରିଥିଲା । ମାତ୍ର ଚୀନ ସହଯୋଗୀ ଋଷ ଆମେରିକା ପ୍ରୟାସ ଉପରେ ରୋକ ଲଗାଇବା ପାଇଁ ଚୁକ୍ତି କରି ନେଇଥିଲା । ଋଷିଆ ଏବଂ ସାଉଥ ଆରବ ପରସ୍ପର ମଧ୍ୟରେ ଅଧିକରୁ ଅଧିକ ତୈଳ ଉତ୍ପାଦନ କରି ଦର କମାଇବାକୁ ଚୁକ୍ତି କରିଥିଲା । ଋଷ ତାର ଯୋଜନା ଅନୁସାରେ କାର୍ଯ୍ୟ କରିଥିଲା । ଆମେରିକାକୁ ତାର ଶତ୍ରୁ ଭାବେ ଦେଖିଥିଲା ।
ବର୍ତ୍ତମାନ ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ଜାରି ରହିଛି । ୟୁକ୍ରେନ ଉପରେ ମିସାଇଲ ମାଡ କରୁଛି ଋଷ । ଏହି ସମୟରେ ସାଉଥ ଆରବ ତୈଳ ଉତ୍ପାଦନ କମ କରିଛି ଯାହା ଋଷ ହିତରେ ରହିଛି । ସମାନକ୍ରମେ ଋଷ ସହଯୋଗୀ ଚୀନ ପୁରୁଣା ଶତ୍ରୁ ଦେଶ ସାଉଦ ଆରବ ଓ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତି କରିଥିଲା । ଚୀନ ସଂସଦ ଚାଲିଥିବା ସମୟରେ ପଶ୍ଚିମ ଏସିଆ ଏବଂ ମିଡଲ ଇଷ୍ଟରେ ରାଜନୈତିକ ଦୃଶ୍ୟକୁ ପୁନଃଗଠନ କରିଥିଲା ।