ହାଇଦ୍ରାବାଦ: ଦିନକୁ ଦିନ ବିଗିଡିବାରେ ଲାଗିଛି ବାୟୁମଣ୍ଡଳ । ବାୟୁ ପ୍ରଦୂଷଣ ଯୋଗୁଁ ପ୍ରତିବର୍ଷ ଅନେକ ଲୋକଙ୍କ ଅକାଳ ବିୟୋଗ ଘଟୁଛି । ବାୟୁମଣ୍ଡଳରେ ବିଷାକ୍ତ କଣିକା, ଉପାଦାନ ବିଶେଷ କରି ଶ୍ବାସକ୍ରିୟା ମାଧ୍ୟମରେ ଶରୀର ଭିତରକୁ ଯାଇ ଫୁସଫୁସ, ହୃତପିଣ୍ଡ ଓ ମସ୍ତିଷ୍କ ଉପରେ ଗଭୀର ପ୍ରଭାବ ପକାଏ । ବାୟୁ ପ୍ରଦୂଷକ ମଧ୍ୟରେ ସୂକ୍ଷ୍ମ କଣିକା (PM 2.5) ଅଧିକ ଘାତକ ହୋଇଥାଏ । ଏହା ଖୁବ ସହଜରେ ଶ୍ବାସକ୍ରିୟା ସମୟରେ ନାକ ଦ୍ବାରା ଶରୀର ଭିତରକୁ ପ୍ରବେଶ କରେ । ତେବେ ଏହି ବାୟୁ ପ୍ରଦୂଷକର ପରିମାଣ ୨୦୨୨ ଓ ୨୦୨୩ ତୁଳନାରେ କମିଛି ନା ବଢିଛି ସେ ନେଇ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ଦ୍ବାରା ଏକ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ ଦେଶର ୭ଟି ସହରର ତଥ୍ୟ ରହିଛି ।
ବୋର୍ଡ ଦ୍ବାରା ଦେଶର ୭ଟି ସହର ଦିଲ୍ଲୀ, ଚଣ୍ଡିଗଡ଼, ଲକ୍ଷ୍ନୌ, ବାରଣାସୀ, ପାଟନା, କୋଲକାତା ଓ ମୁମ୍ବାଇ ସହରରେ ଗତ ୨ ବର୍ଷ ମଧ୍ୟରେ ସୂକ୍ଷ୍ମ କଣିକାର ମାତ୍ରା ବାୟୁମଣ୍ଡଳରେ କେତେ ଅଛି ସେ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ବୋର୍ଡ ଏକ ଗ୍ରାଫ ମାଧ୍ୟମରେ ଏହି ବାୟୁ ପ୍ରଦୂଷକର ମାତ୍ରାର ତଥ୍ୟ ସାମ୍ନାକୁ ଆଣିଛି । ୨୦୨୨ ଅପେକ୍ଷା ୨୦୨୩ ନଭେମ୍ବର ମାସରେ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ସର୍ବାଧିକ ରହିଛି ।
ଦିଲ୍ଲୀ:-୨୦୨୨ ଅପେକ୍ଷା ୨୦୨୩ରେ ଦିଲ୍ଲୀରେ ଶୀତ ଋତୁରେ ପ୍ରଦୂଷଣ ମାତ୍ରାରେ ବୃଦ୍ଧି ଘଟିଥିଲା । ପାଣିପାଗରେ ପରିବର୍ତ୍ତନ ଏବଂ ନିର୍ଗମନ ବୃଦ୍ଧି ଏହାର କାରଣ ରହିଥିଲା । ଅନ୍ୟପଟେ ମୌସୁମୀର ଆଗମନ ପରେ ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସ୍ତର ହ୍ରାସ ପାଇଥିଲା । ପ୍ରଦୂଷଣକୁ ହ୍ରାସ କରିବା ଲାଗି ଏଠାରେ ବ୍ୟାପକ ଯୋଜନାର ଆବଶ୍ୟକତା ରହିଛି । ଯାହାଦ୍ବାରା ରାଜଧାନୀବାସୀ ଋତୁକାଳୀନ ଆହ୍ବାନର ସମ୍ମୁଖୀନରୁ ବଞ୍ଚିତ ହେବେ ।
ଚଣ୍ଡିଗଡ଼:-ହରିୟାଣା ଓ ପଞ୍ଜାବର ରାଜଧାନୀ ଚଣ୍ଡିଗଡ଼ରେ ଗତବର୍ଷ ୨୦୨୩ରେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇଥିଲା । ୨୦୨୨ ଅପେକ୍ଷା ୨୦୨୩ ମସିହା ଜାନୁଆରୀ, ଫେବୃଆରୀ ମାସ ସହିତ ଅଗଷ୍ଟରୁ ନଭେମ୍ବର ପର୍ଯ୍ୟନ୍ତ ପ୍ରଦୂଷଣ ମାତ୍ରାଧିକ ଥିଲା । ଏହି ମାସ ବ୍ୟତୀତ ଅନ୍ୟ ମାସ ଗୁଡ଼ିକରେ ପ୍ରଦୂଷଣର ମାତ୍ରା ସ୍ଥିର ରହିଥିବା ବେଳେ କିଛି କିଛି ମାସରେ ହ୍ରାସ ମଧ୍ୟ ପାଇଥିଲା ।
ଲକ୍ଷ୍ନୌ:-ଉତ୍ତରପ୍ରଦେଶର କ୍ୟାପିଟାଲ ସିଟି ଲକ୍ଷ୍ନୌ ସହରରେ ପ୍ରଦୂଷଣକୁ ରୋକିବା ପାଇଁ ନିୟାମକ ପ୍ରୟାସ ସତ୍ତ୍ବେ ପ୍ରଭାବଶାଳୀ ନୀତି କାର୍ଯ୍ୟକାରୀ ପାଇଁ ପ୍ରଦୂଷଣ ସ୍ତରର ବିସ୍ତୃତ ମୂଲ୍ୟାଙ୍କନ ଜରୁରୀ । କେବଳ ଅଗଷ୍ଟ ଏବଂ ସେପ୍ଟେମ୍ବରରେ ଲକ୍ଷ୍ନୌର ପ୍ରଦୂଷଣ ସ୍ତର 40 mg/m3 ରହିଛି । ଏହି ମାସରେ ପ୍ରଦୂଷଣର ମାତ୍ରା ହ୍ରାସ କରିବା ଉପରେ ବିଶେଷ ଧ୍ୟାନ ଦେବା ଉଚିତ । ବର୍ଷସାରା ବାୟୁ ଗୁଣବତ୍ତା ମାନ ହ୍ରାସ ପାଇଁ ସ୍ଥାୟୀ ତଥା ତୀବ୍ର ପଦକ୍ଷେପଗୁଡ଼ିକର ଗୁରୁତ୍ବର ଆବଶ୍ୟକ ରହିଛି ।