ଓଡିଶା

odisha

By ETV Bharat Odisha Team

Published : Jan 12, 2024, 7:49 PM IST

ETV Bharat / opinion

ଯୁବ ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ସଶକ୍ତ ଭାରତ ଗଠନ ପାଇଁ ଶକ୍ତି

National Youth Day: ଆଜି ଜାତୀୟ ଯୁବ ଦିବସ । ଦିବସ ପାଳନର ଇତିହାସ, ଭାରତରେ ଯୁବକମାନଙ୍କ ସ୍ଥତି ଉପରେ ଜାଣିବା ପାଇଁ ପଢନ୍ତୁ ଅବସରପ୍ରାପ୍ତ ପ୍ରଫେସର ହିମାଚଳମ ଦଶରାଜୁ ଏହି ଆଲେଖ୍ୟ ।

National Youth Day
National Youth Day

ଲେଖକ: ହିମାଚଳମ ଦଶରାଜୁ(ଅବସରପ୍ରାପ୍ତ ପ୍ରଫେସର, କମର୍ସ ଆଣ୍ଡ ମ୍ୟାନେଜମେଣ୍ଟ)

ହାଇଦ୍ରାବାଦ:ଆଜି ଜାତୀୟ ଯୁବ ଦିବସ । ପ୍ରତ୍ୟେକ ବର୍ଷ ଜାନୁଆରୀ 12ରେ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀକୁ ରାଷ୍ଟ୍ରୀୟ ଯୁବ ଦିବସ ଭାବରେ ପାଳନ କରାଯାଏ । ଦେଶରେ ଯୁବପିଢିଙ୍କ ମନୋବଳକୁ ସୁଦୃଢ କରିବା ପାଇଁ ପରାମର୍ଶ ଦେଉଥିଲେ ସ୍ବାମୀ ବିବେକାନନ୍ଦ । ଦେଶ ଗଠନରେ ଯୁବକମାନଙ୍କୁ ସ୍ବାମୀ ବିବେକାନନ୍ଦଙ୍କ ପ୍ରେରଣା ଏକ ପ୍ରକାର ସ୍ତମ୍ଭ ବୋଲି ବିବେଚନା କରାଯାଏ । ସେ ସାରା ଦୁନିଆକୁ ଭାରତର ଯୁବ ଶକ୍ତିର ପରିଚୟ ଦେଉଥିଲେ ଓ ସବୁବେଳେ ଯୁବକଙ୍କୁ ନିଜ ଅନ୍ତର୍ନିହିତ ଶକ୍ତି ସହ ପରିଚୟ କରାଉଥିଲେ ।

"ଗୁରୁ ପରି କାମ କରିବା ଉଚିଚ, ଦାସ ଭଳି ନୁହେଁ, ନିରନ୍ତର କାର୍ଯ୍ୟ ଜାରି ରଖିବା ଉଚିତ୍‌ କିନ୍ତୁ ଦାସର କାର୍ଯ୍ୟ କରିବା ଉଚିତ ନୁହେଁ । " କୌଣସି ବିଷୟକୁ କେବେ ମନା କରନ୍ତୁ ନାହିଁ କିମ୍ବା ଏହା ସମ୍ଭବ ନୁହେଁ ବୋଲି କହିବା ଉଚିତ ନୁହେଁ, କାରଣ ତୁମେ ଅସୀମ ।" "ସମସ୍ତ ଶକ୍ତି ଆପଣଙ୍କ ଭିତରେ ରହିଛି । ଆପଣ ସବୁ କିଛି କରିପାରିବେ ।" ଏଭଳି ବକ୍ତବ୍ୟ ଦେଇ ଯୁବବର୍ଗକୁ ଉତ୍ସାହିତ କରୁଥିଲେ ସ୍ବାମୀ ବିବେକାନନ୍ଦ । ଯୁବକମାନେ କୌଣସି ସ୍ଥାନରେ କଣ କରିବା ପାଇଁ ଇଚ୍ଛା କରୁଥିଲେ ଉଚ୍ଛା ଏବଂ ଉଦ୍ୟମ ଆବଶ୍ୟ ବୋଲି କୁହାଯାଇଛି । ସ୍ବାମୀ ବିବେକାନନ୍ଦ ଯୁବକମାନଙ୍କ ପାଇଁ ପ୍ରକୃତ ପ୍ରେରଣା ଉତ୍ସ ଏବଂ ଯୁବକମାନେ ଦେଶର ମେରୁଦଣ୍ଡ ବୋଲି ସର୍ବଦା ଭାବିଥାଆନ୍ତି ।

ଜାତୀୟ ଯୁବ ଦିବସ:ସ୍ୱାମୀ ବିବେକାନନ୍ଦଙ୍କ ଚିନ୍ତାଧାରା ଏବଂ ଆଦର୍ଶକୁ ସ୍ମରଣ କରିବା ସହିତ ପ୍ରତ୍ୟେକ ଯୁବକଙ୍କୁ ଅନୁପ୍ରାଣିତ କରିବ । ଏହି ଦିବସର ଲକ୍ଷ୍ୟ ଅଟେ । 1863 ଜାନୁଆରୀ 12ରେ କୋଲକାତାରେ ବିବେକାନନ୍ଦଙ୍କର ଜନ୍ମ ହୋଇଥିଲା । ସ୍ବାମୀ ବିବେକାନନ୍ଦ ୧୮୯୩ ମସିହାରେ ଚିକାଗୋରେ ସର୍ବପ୍ରଥମେ ଭାରତୀୟ ଧର୍ମ ଏବଂ ଆଧ୍ୟାତ୍ମିକତାର ପ୍ରଚାର କରିଥିଲେ । 1984 ମସିହାରେ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ବାର୍ଷିକୀକୁ ଜାତୀୟ ଯୁବ ଦିବସ ଭାବେ ପାଳନ କରିବା ନେଇ ଭାରତ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା । ଏହାପରେ 1985 ମସିହା ଠାରୁ ପ୍ରତିବର୍ଷ ଜାନୁଆରୀ 12 ତାରିଖକୁ ଜାତୀୟ ଯୁବ ଦିବସ ହିସାବରେ ପାଳନ କରାଯାଉଛି । ସ୍ବାମୀ ବିବେକାନନ୍ଦଙ୍କ ଆଦର୍ଶ ଦ୍ବାରା ଯୁବକମାନଙ୍କ ଦୈନନ୍ଦିନ ଜୀବନରେ ସମସ୍ୟା, ଶକ୍ତି, ଦୁର୍ବଳତା ଏବଂ ଆହ୍ବାନକୁ ସାମ୍ନା କରିବା ପାଇଁ ସାହାସ ଯୋଗାଇବ ।

ଏହା ମଧ୍ୟ ପଢନ୍ତୁ: ଆଜି ଜାତୀୟ ଯୁବ ଦିବସ, ଯୁବ ସମାଜର ଆଦର୍ଶ ସ୍ବାମୀ ବିବେକାନନ୍ଦ

ଭାରତରେ ଯୁବକମାନଙ୍କ ପ୍ରତିପୋଷଣ ଉପରେ ଅଭିବୃଦ୍ଧି ନିର୍ଭର କରିଥାଏ । ବିକଶିତ ରାଷ୍ଟ୍ର ଗଠନରେ ଯୁବକମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଆନ୍ତି । ଜାତିସଂଘ ସମଗ୍ର ବିଶ୍ୱରେ ଏସଡିଡି ହାସଲ କରିବାରେ ଯୁବକମାନଙ୍କୁ ଏକ ପ୍ରମୁଖ ଭୂମିକା ପ୍ରଦାନ କରିଥାଏ । ସାରା ବିଶ୍ବର ଦେଶ ମଧ୍ୟରୁ ଭାରତରେ ଅଧିକ ଯୁବକ ରହିଛନ୍ତି । ଏହି ସଂଖ୍ୟା ଆଗକୁ ମଧ୍ୟ ବଢିବା ନେଇ ଅନୁମାନ କରାଯାଉଥିବା ବେଳେ 2030 ମସିହାରେ 365 ମିଲିୟନ କେବଳ ଯୁବକ ରହିବା ନେଇ ଅନୁମାନ କରାଯାଉଛି । ଭାରତରେ 808 ମିଲିୟନ ଯୁବକ ରହିଛନ୍ତି । ଯାହାକି ସମୁଦାୟ ଜନସଂଖ୍ୟାର 66 ପ୍ରତିଶତ ଅଟେ ।

ଓ୍ବାର୍ଲ୍ଡ ୟୁଥ ରିପୋର୍ଟ(WYR)ର ରିପୋର୍ଟ ଅନୁସାରେ, ପ୍ରାୟ 200 ମିଲିୟନ ଯୁବକ ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି । ସେହିପରି 130 ମିଲିୟନ ଅଶିକ୍ଷିତ, 88 ମିଲିୟନ ବେକୋରୀ, 10 ମିଲିୟନ ଏଚଆଇଭି ସଂକ୍ରମିତ, 500 ମିଲିୟନ ଲୋକ ଦିନକୁ 2 ଡଲାରରୁ କମ୍ ଖର୍ଚ୍ଚ କରିଥାଆନ୍ତି । ସମସ୍ତ ଦେଶରେ ବେକାରୀ ମୁଖ୍ୟ ପ୍ରସଙ୍ଗ ହୋଇ ରହି ଆସିଛି । ଆର୍ଥିକ ଅଭିବୃଦ୍ଧି ପାଇଁ ଭାରତ ପାଇଁ ଏହା ଏକ ପ୍ରକାର ଚାଲେଞ୍ଜ ଅଟେ। ଫୋବର୍ସ ଇଣ୍ଡିଆ, ମନିଟରିଂ ଇଣ୍ଡିଆନ୍ ଇକୋନୋମିର ତଥ୍ୟ ଅନୁସାରେ ଦେଶର ଗ୍ରାମଞ୍ଚଳରେ ବେକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଦେଶର ବେକାରୀ ହାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଜୁଲାଇ 2023ରେ ଭାରତରେ ମୋଟ ବେକାରି ହାର 7.95 ପ୍ରତିଶତ ରହିଥିଲା । କିନ୍ତୁ ଅକ୍ଟୋବରରେ ଏହା ବୃଦ୍ଧି ପାଇ 10.05 ପ୍ରତିଶତରେ ପହଞ୍ଚିଥିଲା । 2022 ମସିହାରେ ଏହି ହାର 7.33, 2021ରେ 5.98 ଏବଂ 2020ରେ 8 ପ୍ରତିଶତ ରହିଥିଲା । CMIE ଅନୁଯାୟୀ, ଯୁବକମାନେ ବେକାରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଭାରତୀୟ ଯୁବକମାନେ ବହୁବିଧ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ଯୁବ ଭାରତ କଲ୍ୟାଣ ପାଇଁ ଏହା ଏକ ପ୍ରକାର ବଡ ଆହ୍ବାନ ଅଟେ ।

  • ଉଦୀୟମାନ ପ୍ରଯୁକ୍ତିବିଦ୍ୟାରେ ତାଲିମ ନେବା ସହିତ ବଶ୍ୟକ ଜ୍ଞାନ ଏବଂ କୌଶଳ ଦ୍ବାରା ଯିବକମାନଙ୍କୁ ଆଗକୁ ବଢିବା ଉଚିତ ।
  • ବିଶ୍ବ ସ୍ତରରେ ସୁଯୋଗ ପାଇବା ପାଇଁ AI ଭଳି ପ୍ରଯୁକ୍ତିବିଦ୍ୟାରେ ଦକ୍ଷତା ଅର୍ଜନ କରିବା ଉଚିତ ।
  • ଶିକ୍ଷାର ପ୍ରଚାର ଏବଂ ପ୍ରସାର ପାଇଁ ସରକାର ମଧ୍ୟ ପ୍ରୟାସ କରିବା ଜରୁରୀ ଅଟେ ।
  • ବେରୋଜଗାର ଏବଂ ଗରିବଙ୍କ ପାଇଁ ଶିକ୍ଷା ସମସ୍ୟାକୁ ଦୂର କରିବା ଲାଗି ସରକାର ରୋଜଗାର ସୁଯୋଗ ସୃଷ୍ଟି କରିବା ଉଚିତ ।
  • କ୍ରୀଡ଼ା, ରାଜନୀତି, କଳା, ପ୍ରଯୁକ୍ତିବିଦ୍ୟା ଏବଂ ଉଦ୍ୟୋଗୀତା ପରି କ୍ଷେତ୍ରରେ ଯୁବକମାନଙ୍କୁ ଉତ୍ସାହିତ କରିବା ଉଚିତ । ଯୁବକମାନେ ହିଁ ଆସନ୍ତାକାଲିର ନେତା ।
  • ଚାକିରି ପ୍ରଦାନକାରୀ ଉଦ୍ୟୋଗ ବୃଦ୍ଧି କରିବା ଉଚିତ।

ସର୍ବଦା ଶିଖରକୁ ଦେଖ ଏବଂ ଲକ୍ଷ୍ୟ କରିଲେ ଦିନେ ଦା ଦିନେ ଶିଖରରେ ପହଞ୍ଚି ପାରିବ ବୋଲି ବିବେକାନନ୍ଦ ସର୍ବଦା କହୁଥିଲେ। ଚେଣୁ ଛାତ୍ରମାନେ ସର୍ବଦା ଉଚ୍ଚାଭିଳାସୀ ହେବା ଉଚିତ। ଏହା କୌଣସି ଛାତ୍ର ପାଇଁ ସମ୍ଭବ ନୁହେଁ। ପ୍ରତିବଦ୍ଧତା, ଉତ୍ସର୍ଗୀକୃତ, ଆନ୍ତରିକତା ସହିତ କାର୍ଯ୍ୟ କରିବା ଦ୍ବାରା ଛାତ୍ରମାନେ ଶିଖରରେ ପହଞ୍ଚି ପାରିବେ। ଉତ୍ସର୍ଗୀକୃତ ଏବଂ ପ୍ରତିବଦ୍ଧତା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାନୁଷ୍ଠାନରେ ଶିକ୍ଷା ଦିଆଯିବା ଉଚିତ।

ABOUT THE AUTHOR

...view details