ହାଇଦ୍ରାବାଦ:ଆମ ଦେଶରେ ବିଭିନ୍ନ ଆଞ୍ଚଳିକ ଭାଷାରେ ସାମ୍ବାଦିକତା ପାଠ୍ୟକ୍ରମ ରହିଛି । ତନ୍ମଧ୍ୟରୁ ଗୋଟିଏ ହେଉଛି ଉର୍ଦ୍ଦୁ ସାମ୍ବାଦିକତା । ଏହା ଆଜି ୨୦୦ ବର୍ଷ ପୂରଣ କରିଛି । ଏହି ଅବସରରେ ହାଇଦ୍ରାବାଦର ମୌଲାନା ଆଜାଦ ନ୍ୟାସନାଲ ଉର୍ଦ୍ଦୁ ବିଶ୍ବବିଦ୍ୟାଳୟର ବିଭିନ୍ନ ଅଡିଟୋରିୟମରେ ଏନେକ ଗଣମାଧ୍ୟମ ପ୍ରତିନିଧି ଏକତ୍ର ହୋଇଥିଲେ । କାର୍ଯ୍ୟକ୍ରମରେ ଗଣମାଧ୍ୟମର ପୃଷ୍ଠଭୂମି, ଧର୍ମ କିପରି ହେବା ଉଚିତ । ଯାହାକୁ ନେଇ ତର୍କବିତର୍କ ହୋଇଥିବା ଦେଖିବାକୁ ମିଳିଥିଲା । ଏହାସହିତ ଉର୍ଦ୍ଦୁ ଭାଷାକୁ କେବଳ ଗୋଟିଏ ଧର୍ମରେ ସୀମିତ ନ ରଖି ଏହାକୁ ଏକ ଭାଷା ଭାବେ ଗ୍ରହଣ କରିବା ଉଚିତ୍ ବୋଲି ମତ ପ୍ରକାଶ ପାଇଥିଲା ।
ଖବର ପ୍ରସାରଣ ପାଇଁ ଭାଷା ହେଉଛି ଏକ ମାଧ୍ୟମ । ଯାହା ମାଧ୍ୟମରେ ଖବର ପ୍ରସାରିତ ହୁଏ । ମାତ୍ର ଯେତେବେଳେ ଏକ ନିର୍ଦ୍ଦିଷ୍ଟ ଭାଷାରେ ଖବର ପ୍ରସାରିତ ହୁଏ ତାହା ସୂଚନା ପ୍ରବାହକୁ ସୀମିତ କରେ ଏବଂ ବିଷୟବସ୍ତୁର ସତ୍ୟତାକୁ ବହୁ ମାତ୍ରାରେ କ୍ଷୁର୍ଣ୍ଣ କରିଥାଏ । କାରଣ ଲୋକେ ଏହି ଭାଷାକୁ ବୁଝିପାରିନଥାନ୍ତି ଏବଂ ସହଜରେ ପ୍ରଭାବିତ ହୋଇଥାନ୍ତି । ସମାଜରେ ଅନେକ ଭାଷା ଅଛି ଯାହା ଖବର ପ୍ରସାରଣ ପାଇଁ ବ୍ୟବହୃତ ହୁଏ । ତେବେ ସୂଚନା ଯାତ୍ରୀ ହେଲେ ଭାଷା ହେଉଛି ଏକ ଯାନ । ଯେପରି ଯାନ ସଠିକ ମାର୍ଗରେ ନଗଲେ ଯାତ୍ରୀ ପଥଭ୍ରଷ୍ଟ ହେବ ଠିକ ସେହିପରି ଭାଷାରେ ପରିବର୍ତ୍ତନ କିମ୍ବା ଭାଷାକୁ ପ୍ରଭାବିତ କରାଗଲେ ସୂଚନାର ବିଶ୍ବସନୀୟତା ନଷ୍ଟ ହୁଏ ।
ଉର୍ଦ୍ଦୁ ସାମ୍ବାଦିକତାକୁ ୨୦୦ବର୍ଷ ପୂର୍ତ୍ତି:-
ଗତ ରବିବାର ଦେଶର ବିଭିନ୍ନ ସ୍ଥାନରୁ ପ୍ରତିନିଧୀମାନେ ହାଇଦ୍ରାବାଦର ମୌଲାନା ଆଜାଦ ନ୍ୟାସନାଲ ଉର୍ଦ୍ଦୁ ବିଶ୍ବବିଦ୍ୟାଳୟର ବିଭିନ୍ନ ଅଡିଟୋରିୟମରେ ଏକତ୍ରିତ ହୋଇଥିଲେ । ଏଠାରେ ଉର୍ଦ୍ଦୁ ସାମ୍ବାଦିକତାର ୨୦୦ବର୍ଷ ପୂର୍ତ୍ତିକୁ ପାଳନ କରାଯାଇଥିଲା । ଏହି ସାମ୍ବାଦିକତା କିପରି ଗୋଟିଏ ଧର୍ମ ମଧ୍ୟରେ ସୀମିତ ରହିବ ନାହିଁ ଅର୍ଥାତ ଅନ୍ୟ ଧର୍ମାବଲମ୍ବୀ ମାନେ ମଧ୍ୟ ଏହି ସାମ୍ବାଦିକତା କରିପାରିବେ ସେ ନେଇ ଆଲୋଚନା ହୋଇଥିଲା । ଅଂଶଗ୍ରହଣକାରୀମାନେ ଯେଉଁମାନେ ମୁଖ୍ୟତଃ ଅଣ-ଉର୍ଦ୍ଦୁରୁ ଆସିଥିଲେ । ସେମାନେ ଉର୍ଦ୍ଦୁରେ ସାମ୍ବାଦିକତା ଅନ୍ୟ ଭାଷାରେ ସାମ୍ବାଦିକତା ସହିତ କିପରି ସମାନ ତାହା ବିଷୟରେ ଆଲୋଚନା କରିଥିଲେ ।