(ଲେଖକ- ପିଭିଏସ ଶୈଳଜା, ସହକାରୀ ପ୍ରଫେସର, ଡକ୍ଟର ଆମ୍ବେଦକର ଆଇନ ମହାବିଦ୍ୟାଳୟ ହାଇଦ୍ରାବାଦ)
ହାଇଦ୍ରାବାଦ: ଗର୍ଭପାତ ହେଉଛି ଏପରି ଏକ ପ୍ରସଙ୍ଗ ଯାହାକୁ ନେଇ ପ୍ରାଚୀନ କାଳରୁ ଚର୍ଚ୍ଚା ହୋଇଆସୁଛି । ଆଜି ମଧ୍ୟ ଏହା ବିବାଦର ବିଷୟ ପାଲଟିଛି । ଏହି ବିତର୍କକୁ ୨ଟି ଶବ୍ଦରେ ବିଭକ୍ତ କରାଯାଇପାରେ । ଗୋଟିଏ ହେଉଛି ପ୍ରୋ-ଚଏସ ଓ ଅନ୍ୟଟି ପ୍ରୋ-ଲାଇଫ୍ । ଜଣେ ମହିଳାକୁ ନିଜ ଶରୀର ସମ୍ବନ୍ଧରେ ନିଷ୍ପତ୍ତି ନେବାର ଅଧିକାର ରହିଛି । ଏନେଇ ଆଇନ ମଧ୍ୟ ରହିଛି, ଯାହାକି ବ୍ୟକ୍ତିଗତ ପ୍ରସଙ୍ଗରେ ନିଷ୍ପତ୍ତି ନେବାର ସ୍ବାଧୀନତାକୁ ସୁନିଶ୍ଚିତ କରେ ।
ଜଣେ ମହିଳା କ୍ଷେତ୍ରରେ ଏହି ଅଧିକାର ଶାରୀରିକ ଅଖଣ୍ଡତାର ଅଧିକାର, ମୁକ୍ତ ଓ ଦାୟିତ୍ବପୂର୍ଣ୍ଣ ଭାବରେ ନିଷ୍ପତ୍ତି ନେବାର ଅଧିକାର, ଗୋଟିଏ ସନ୍ତାନ ସଂଖ୍ୟା ଓ ଏହା ଅନ୍ୟ ସନ୍ତାନ ମଧ୍ୟରେ ବ୍ୟବଧାନ ଏବଂ ଗୋପନୀୟତା ଅଧିକାର ଅନ୍ତର୍ଭୁକ୍ତ । ବ୍ୟକ୍ତିଗତ ସ୍ବାଧୀନତା ହେଉଛି ନାଗରିକର ମୌଳିକ ଅଧିକାର । ଏହା ଆମ ସମ୍ପ୍ରଦାୟର ସାଂସ୍କୃତିକ ତଥା ସାମାଜିକ ଚେତନାର ଏକ ଅଂଶ । ତେବେ ପ୍ରତ୍ୟେକ ମହିଳାଙ୍କର ବ୍ୟକ୍ତିଗତ ଅଧିକାର ମଧ୍ୟରେ ସେମାନଙ୍କ ଜୀବନ, ସ୍ବାଧୀନତା ଏବଂ ସୁଖର ଅନୁସନ୍ଧାନ ସହ ଗର୍ଭପାତ କରିବାର ଅଧିକାରକୁ ଅନୁମତି ଦେଇଥାଏ ।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ ପ୍ରତିବର୍ଷ ବିଶ୍ବରେ ପ୍ରାୟ ୭୦ ଲକ୍ଷ ଗର୍ଭପାତ ହୁଏ । ଯାହାକି ସର୍ବଭାରତୀୟ ସ୍ତରରେ ୧ ହଜାର ମହିଳା ମଧ୍ୟରେ ୩୯ ଜଣଙ୍କ ମଧ୍ୟରେ ଦେଖାଦିଏ । ଏହି ପରିସଂଖ୍ୟାନ ୧୯୯୦ ମସିହାରୁ ପ୍ରାୟ ସମାନ ରହିଆସିଛି । ୧୯୯୦–୯୪ରୁ ୨୦୧୫–୧୯ ମଧ୍ୟରେ ଚୀନ ଏବଂ ଭାରତକୁ ବାଦ ଦେଲେ ଆଇନଗତ ଗର୍ଭପାତ ଥିବା ଦେଶଗୁଡ଼ିକରେ ହାରାହାରି ଗର୍ଭପାତ ହାର ୪୩ ପ୍ରତିଶତ ହ୍ରାସ ପାଇଛି । ଅନ୍ୟପଟେ ଗର୍ଭପାତ ଉପରେ କଠୋର ପ୍ରତିବନ୍ଧକ ଥିବା ଦେଶରେ ହାରାହାରି ଗର୍ଭପାତ ହାର ପ୍ରାୟ ୧୨ ପ୍ରତିଶତ ବୃଦ୍ଧି ପାଇଛି ।
କେନ୍ଦ୍ରର ପ୍ରଜନନ ଅଧିକାର ଅନୁଯାୟୀ, ସମୁଦାୟ ୨୪ଟି ଦେଶ ଅଛି ଯେଉଁଠାରେ ଗର୍ଭପାତ ନିଷେଧ । ପ୍ରାୟ ୪୨ଟି ଦେଶ ମହିଳାଙ୍କ ଜୀବନ ବଞ୍ଚାଇବା ଲାଗି ଗର୍ଭପାତକୁ ଅନୁମତି ଦେଇଥାନ୍ତି । ସେହପରି ମହିଳାଙ୍କ ଅନୁମତି ପରେ ୭୨ଟି ଦେଶ ଗର୍ଭପାତକୁ ଅନୁମତି ଦିଅନ୍ତି । ଏହା କେବଳ ଗର୍ଭଧାରଣର ୧୨ ସପ୍ତାହ ମଧ୍ୟରେ ସମ୍ଭବ ହୋଇଥାଏ । ଭାରତ ସମେତ ଅନେକ ଦେଶ ମହିଳାମାନଙ୍କୁ ବ୍ୟାପକ ସାମାଜିକ ତଥା ଅର୍ଥନୈତିକ କାରଣରୁ ଗର୍ଭପାତ କରିବାର ଅଧିକାର ମଧ୍ୟ ଦେଇଥାନ୍ତି, ଯେପରିକି ମହିଳାଙ୍କ ଆର୍ଥିକ ଅବସ୍ଥା ଆଦି ।
ନିକଟରେ ସୁପ୍ରିମକୋର୍ଟ ଜଣେ ବିବାହିତା ମହିଳାଙ୍କ ୨୬ ସପ୍ତାହର ଗର୍ଭପାତ ପାଇଁ କରିଥିବା ଅନୁରୋଧକୁ ଗ୍ରହଣ କରିଥିଲେ । ଏହି ମାମଲା ସୁପ୍ରିମକୋର୍ଟରେ ୨ଟି ଭିନ୍ନ ବେଞ୍ଚକୁ ଦିଆଯାଇଥିଲା । ଏହାପରେ ଗର୍ଭପାତ କରିବାକୁ ମହିଳାଙ୍କ ନିଷ୍ପତ୍ତିର ସ୍ବାଧୀନତା ସମ୍ପର୍କରେ ବିଧାନସଭା ତର୍କ ହୋଇଥିଲା । ତେବେ ଗର୍ଭଧାରଣ ବା ଗର୍ଭପାତ କଥା ଆସିଲେ ଜଣେ ମହିଳାଙ୍କ ସ୍ବାସ୍ଥ୍ୟ, ପାରିବାରିକ ସମ୍ପର୍କ, ଅର୍ଥନୈତିକ ସମ୍ବଳ ଏବଂ ଚିକିତ୍ସା ସେବାର ଉପଲବ୍ଧତା ସାମ୍ନାକୁ ଆସେ । ବେଳେ ବେଳେ ଏହି ସମସ୍ତ ଦିଗ ଗର୍ଭଧାରଣ ବା ଗର୍ଭପାତ ନିଷ୍ପତ୍ତିକୁ ମଧ୍ୟ ପ୍ରଭାବିତ କରିଥାଏ । ତେବେ ଏଭଳି ସ୍ଥିତିରେ ନିଷ୍ପତ୍ତି ନେବାର ଅଧିକାର କେବଳ ଗର୍ଭବୀତଙ୍କ ହିଁ ରହିଥାଏ ।