ହାଇଦ୍ରାବାଦ:ବିଶ୍ବ ପାଇଁ ଏବେ ଚିନ୍ତା ବଢାଉଛି ଜଳବାୟୁରେ ପରିବର୍ତ୍ତନ । ଜଳବାୟୁରେ ସନ୍ତୁଳନ ରକ୍ଷା କରିବା ଏବେ ଏକ ପ୍ରମୁଖ ବିଷୟ । ଏଥିପ୍ରତି ବିଶେଷକରି ସାଧାରଣ ଜନତା ସଚେତନ ହେବା ଆବଶ୍ୟକ । ନଚେତ ଭବିଷ୍ୟତରେ ଏହା ମନୁଷ୍ୟ ସମାଜ ପ୍ରତି ଘାତକ ହୋଇପାରେ । ଏବେଠାରୁ ଜଳବାୟୁ ପରିବର୍ତ୍ତନ ଅନେକ ଗଣମାଧ୍ୟମ ସଂସ୍ଥାର ଶିରୋନାମା ପାଲଟିଛି । ରାଜନୀତି, ସହର, ଜାତୀୟ, ଅନ୍ତର୍ଜାତୀୟ ବିଟ୍ ପରି ଜଳବାୟକୁ ମଧ୍ୟ ଏକ ବିଟ୍ ଭାବେ ଗଣାଯିବାକୁ ନେଇ ଗଣମାଧ୍ୟମ ସଂସ୍ଥା ଗୁଡ଼ିକ ସ୍ଥିର କରିପାରିନାହାନ୍ତି ।
ଅଧିକ ମିଡିଆ କଭରେଜ ଆବଶ୍ୟକ:- କୋଭିଡ ମହାମାରୀ ପରେ ସ୍ବାସ୍ଥ୍ୟକୁ ନେଇ ମିଡିଆ କଭରେଜ ଅଧିକ ହେଉଛି । ହେଲେ ଏଯାବତ ଜଳବାୟୁ ପ୍ରତି ଗଣମାଧ୍ୟମ ସଂସ୍ଥା ସେତେଟା ଗୁରୁତ୍ବ ଦେଇନାହିଁ । ଏହାକୁ ଏକ ସ୍ବତନ୍ତ୍ର ବିଟ୍ ଭାବେ ଗଣନା କରିବା ନେଇ ଗଣମାଧ୍ୟମ ସଂସ୍ଥା ସ୍ଥିର କରିନାହିଁ । ନିକଟରେ ମୁମ୍ବାଇର ଏକ ରାଲିରେ ହିଟଷ୍ଟ୍ରୋକରେ ଘଟିଥିବା ମୃତ୍ୟକୁ ନେଇ ଖୁବ କମ ମିଡିଆ ସଂସ୍ଥା ହୁଏତ ଗୁରୁତ୍ବ ଦେଇ ବଡ଼ ଷ୍ଟୋରୀ କରିଥିବେ । ଆମେ ଏଯାବତ ଅଂଶୁଘାତ (Sunstroke) ପରି ହିଟଷ୍ଟ୍ରୋକ ମୃତ୍ୟୁକୁ ସେତେଟା ଗୁରୁତର ଭାବେ ଗ୍ରହଣ କରିନାହାନ୍ତି । ଅଂଶୁଘାତରେ ମୃତ୍ୟୁ ଅନେକ ଗଣମାଧ୍ୟମ ସଂସ୍ଥାର ହେଡଲାଇନରେ ଦେଖିବାକୁ ମିଳେ । ମାତ୍ର ହିଟଷ୍ଟ୍ରୋକରେ ମୃତ୍ୟୁକୁ ସେତେଟା ଗମ୍ଭୀର ଭାବେ ନିଆଯାଏନାହିଁ । ଅତ୍ୟଧିକ ଗରମ ସମୟରେ ଜଣେ ଲୋକ କଣ କରିବା ଉଚିତ ତାହା ଜାଣି ପାରୁନାହିଁ । ଯେପର୍ଯ୍ୟନ୍ତ ମିଡିଆ ଏହା ଉପରେ ଅଧିକ ଗୁରୁତ୍ବ ଦେବ ନାହିଁ, ସେପର୍ଯ୍ୟନ୍ତ ହିଟୱେଭକୁ ନେଇ ଲୋକେ ସତର୍କ ହେବେ ନାହିଁ ।
ମଧ୍ୟ ପୂର୍ବାଞ୍ଚଳରୁ ପ୍ରବାହିତ ହେଉଥିବା ଗରମ ପବନ ଭାରତ ମହାସାଗର ଉପରେ ପ୍ରଭାବ ପଡେ । ଏହା ପରିବେଶବିତଙ୍କୁ ବେଶ ଚିନ୍ତାରେ ପକାଇଛି । କାରଣ ଉତ୍ତପ୍ତ ମହାସାଗର ମଧ୍ୟରୁ ଗୋଟିଏ ହେଉଛି ଭାରତ ମହାସାଗର । ଯାହାକି ଭାରତୀୟଙ୍କ ଉପରେ ଗଭୀର ପ୍ରଭାବ ପକାଇପାରେ । କାରଣ ମୌସୁମୀ ଜଳବାୟୁର ନିର୍ଦ୍ଧାରଣ ଭାରତ ମହାସାଗରକୁ ନେଇ ନିର୍ଦ୍ଧାରିତ ହୋଇଥାଏ । ସେପଟେ ପ୍ରଶାନ୍ତ ମହାସାଗର ପାର୍ଶ୍ବରୁ ଆସୁଥିବା ଗରମ ପବନ ସମାନ ଭାବରେ ଭାରତ ପାଇଁ ମହତ୍ତ୍ବପୂର୍ଣ୍ଣ । କାରଣ ଭାରତ ମହାସାଗର ପଟରୁ ଆସୁଥିବା ଗରମ ପବନକୁ ଥଣ୍ଡାରେ ପରିଣତ କରିବାର କ୍ଷମତା ରଖିଥାଏ ପ୍ରଶାନ୍ତ ମହାସାଗର । ଯାହାଦ୍ବାରା ମୌସୁମୀ ଜଳବାୟୁ ମଧ୍ୟ ପ୍ରଭାବିତ ହୋଇଥାଏ ।
ଭାରତ ମହାସାଗର ଯୋଗୁଁ ଉତ୍ତାପ ତରଙ୍ଗ (Heat Wave) ଉତ୍ପନ୍ନ ହୁଏ । ଯଦି ଏହା ଏକ ନିର୍ଦ୍ଦିଷ୍ଟ ସୀମା ଅତିକ୍ରମ କରେ, ତେବେ ଏହା ଲୋକଙ୍କ ପାଇଁ ଘାତକ ପ୍ରମାଣିତ ହୁଏ । ଯଦି ପ୍ରାକ୍ ଚେତାବନୀ ଜାରି କରାଯାଏ, ତେବେ ଏହି କାରଣରୁ ମୃତ୍ୟୁ ବହୁ ପରିମାଣରେ ହ୍ରାସ କରାଯାଇପାରେ । ପ୍ରାକ ସୂଚନା ଯୋଗୁଁ ୨୦୧୫ ପର ଠାରୁ ଉତ୍ତାପ ତରଙ୍ଗ ଯୋଗୁଁ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଛି । ବୈଜ୍ଞାନିକ ଏବଂ ବିଶେଷଜ୍ଞଙ୍କ ସାହାଯ୍ୟରେ ଲୋକମାନଙ୍କ ଉପରେ ଯେପରି ଜଳବାୟୁ ପରିବର୍ତ୍ତନର ପ୍ରଭାବ ନ ପଡିବ ତାହା ଉପରେ ସରକାର ପ୍ରଚେଷ୍ଟା କରୁଛନ୍ତି । ଗୁଜୁରାଟ ସମେତ ଅନେକ ରାଜ୍ୟ ହିଟୱେଭ ଆକ୍ସନ୍ ପ୍ଲାନ୍ (HAP) ପ୍ରସ୍ତୁତ କରିଛନ୍ତି । ଏହି ଆକ୍ସନ ପ୍ଲାନରେ ସଫଳ ହୋଇଛି ଅହମ୍ମଦାବାଦ ।
ଉତ୍ତାପର ପ୍ରଭାବକୁ ହ୍ରାସ କରିବା ପାଇଁ ଜାତୀୟ ସ୍ତରରେ ପଦକ୍ଷେପ ନେବା ଆବଶ୍ୟକ । ମହିଳା, ଶିଶୁ ଏବଂ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ପାଇଁ ହିଟୱେଭ ଅଧିକ ବିପଜ୍ଜନକ ଅଟେ । ଶ୍ରମିକ ଏବଂ କୃଷକମାନଙ୍କ ପାଇଁ ହିଟୱେଭ ମଧ୍ୟ ଘାତକ ସଦୃଶ୍ୟ । କାରଣ ଏମାନେ ଦୀର୍ଘ ସମୟ ଧରି ଉତ୍ତାପର ସମ୍ମୁଖୀନ ହୋଇଥାନ୍ତି । ଉତ୍ତାପ ଯୋଗୁଁ ଶ୍ରମିକଙ୍କ କାମ ମଧ୍ୟ ପ୍ରଭାବିତ ହୁଏ । ହିଟୱେଭ ଯୋଗୁଁ ୨୨ହଜାର କୋଟି ଘଣ୍ଟା ଶ୍ରମିକଙ୍କ କାର୍ଯ୍ୟ ନଷ୍ଟ ହୁଏ । ହାରାହାରି ୨୦ ବର୍ଷରେ ୨.୩ କୋଟି (୨୩ ନିୟୁତ) ଚାକିରି ପ୍ରଭାବିତ ହୁଏ । ଆସନ୍ତା ୭ ବର୍ଷ ମଧ୍ୟରେ କାର୍ଯ୍ୟ ସମୟ ସୀମା ହ୍ରାସ ୨୫ ପ୍ରତିଶତକୁ ବୃଦ୍ଧି ପାଇବ ।