ଓଡିଶା

odisha

ETV Bharat / opinion

ଏପି ଲ୍ୟାଣ୍ଡ ଟାଇଟଲିଂ ଆକ୍ଟ 2022; ବର୍ତ୍ତମାନର ନ୍ୟାୟିକ ବ୍ୟବସ୍ଥାକୁ କରିବ କ୍ଷୁର୍ଣ୍ଣ ! - Opinion news

AP Land Titling Act 2022: ଆନ୍ଧ୍ରପ୍ରଦେଶ ଜମି ଟାଇଟଲିଂ ଆକ୍ଟ 2022 ସମ୍ବିଧାନ ବିରୁଦ୍ଧ । ଏହା ଅଦୃଶ୍ୟ ବିବାଦ, ଜମି ଜବରଦଖଲ ଏବଂ ମକଦ୍ଦମା ଦାୟର କରିବ । ଏହାସହ ସିଭିଲ କୋର୍ଟର ଅଧିକାରକୁ ହଟାଇ ବର୍ତ୍ତମାନର ନ୍ୟାୟିକ ବ୍ୟବସ୍ଥାକୁ କ୍ଷୁର୍ଣ୍ଣ କରିବ ବୋଲି କହିଛନ୍ତି ଲେଖକ ଡଃ ଅନନ୍ତ ଏସ । ପଢନ୍ତୁ ଏହି ଆଲେଖ୍ୟ

AP Land Titling Act 2022
AP Land Titling Act 2022

By ETV Bharat Odisha Team

Published : Jan 9, 2024, 10:56 PM IST

ଲେଖକ- ଡଃ ଅନନ୍ତ ଏସ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ଜମି ଟାଇଟଲିଂ ଆକ୍ଟ (APLA) 2022 ଗତବର୍ଷ ଡିସେମ୍ବର 31 ତାରିଖଠାରୁ କାର୍ଯ୍ୟକାରୀ ହୋଇଛି । ଏହାର କିଛି ସମୟ ପରେ ଜିଲ୍ଲା ନ୍ୟାୟପାଳିକା (ପୂର୍ବରୁ କୁହାଯାଉଥିବା ସବଅର୍ଡିନେଟ କୋର୍ଟ)ରେ କାର୍ଯ୍ୟ କରୁଥିବା ଆଡଭୋକେଟ୍ସ କୋର୍ଟ କାମକୁ ବୟକଟ କରିଛନ୍ତି । ତାଙ୍କ କହିବା କଥା ଏହି ଆକ୍ଟ ସିଭିଲ କୋର୍ଟଙ୍କ ନ୍ୟାୟ ବ୍ୟବସ୍ଥାକୁ ହଟାଇ ବର୍ତ୍ତମାନର ନ୍ୟାୟ ବିତରଣ ବ୍ୟବସ୍ଥାକୁ ଗଭୀର ଭାବରେ ପରିବର୍ତ୍ତନ କରୁଛି ।

APLA ରାଜ୍ୟର ସମସ୍ତ ଅସ୍ଥାବର ସମ୍ପତ୍ତି ଉପରେ ଏକ ରେକର୍ଡ ପ୍ରସ୍ତୁତ କରିବ ଏବଂ ବିଜ୍ଞପ୍ତି ଜାରି କରିବ । ଏହାସହ ସମ୍ପତ୍ତି ଉପରେ କୌଣସି ଦାବି ରଖୁଥିବା ବ୍ୟକ୍ତିଙ୍କୁ ନିଜ ଦାବି ରଖିବା ଲାଗି ସୂଚିତ କରେ । ଏହି ଅଧିନିୟମରେ ଦର୍ଶାଯାଇଛି ଯେ ସମସ୍ତଙ୍କର ଅସ୍ଥାବର ସମ୍ପତ୍ତି ଉପରେ କୌଣସି ଦାବି ଥିବା ବ୍ୟକ୍ତିଙ୍କୁ APLAରେ ସେମାନଙ୍କର ଦାବି ପଞ୍ଜିକରଣ କରିବାକୁ ପଡିବ ଏବଂ ଏହି ବାଧ୍ୟତାମୂଳକ ପଞ୍ଜୀକରଣ ପାଇଁ ସର୍ବାଧିକ ସମୟ ସୀମା 2 ବର୍ଷ ରହିବ । ଯଦି କୌଣସି ବିବାଦ ଉପୁଜେ, ତେବେ ସେହି ସମ୍ପତ୍ତି ରେଜିଷ୍ଟର ଅଫ ଡିସପୁଟ୍‌ରେ ପ୍ରବେଶ କରିବ।

ଅଧିନିୟମରେ ଏପରି ନିୟମ ନିହାତି ଚିନ୍ତାଜନକ । ଯଦି କୌଣସି ସୁଯୋଗ ନେଇ, ଅନ୍ୟ ଜଣେ ଦାବିଦାରଙ୍କ ଦ୍ବାରା ଦାବି ପଞ୍ଜୀକୃତ ହୁଏ ଏବଂ ଦାବିଗୁଡିକର ମୂଳ ଧାରକଙ୍କ ପାଖରେ କୌଣସି ସୂଚନା ନଥାଏ ଏବଂ ଯଦି କୌଣସି ବିବାଦ ନ ଉପୁଜେ, ତେବେ ଏହାକୁ ପଞ୍ଜୀକୃତ କରିଥିବା ବ୍ୟକ୍ତିଙ୍କ ଦାବିର ସତ୍ୟତା ନିର୍ବିଶେଷରେ ଅନ୍ତିମତା ହାସଲ କରିବ।

ଏଭଳି ହେବା ଦ୍ବାରା ସିଭିଲ କୋର୍ଟ, ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ମାମଲା ସମେତ ଟାଇଟଲର ସମସ୍ତ ବିବାଦ APLAକୁ ଜଣାଇବାକୁ ପଡିବ । ଯାହା ଦ୍ବାରା ପୂର୍ବରୁ ଏ ନେଇ ଅସୁବିଧାରେ ପଡିଥିବା ବ୍ୟକ୍ତିଙ୍କ ପାଇଁ ଖର୍ଚ୍ଚ ବଢିବ । କାରଣ ଏଥିଲାଗି ଡକ୍ୟୁମେଣ୍ଟ ଦାଖଲ ଏବଂ ଦେୟ ଆବଶ୍ୟକ ହେବ । ଦେୟର ନିର୍ଦ୍ଦିଷ୍ଟତା ନେଇ କୌଣସି ସ୍ଥାନରେ ଉଲ୍ଲେଖ ନାହିଁ । ସମ୍ଭବତଃ ଏହି ଦେୟ ବୃଦ୍ଧି ପାଇବ । ଫଳରେ ପଞ୍ଜୀକରଣ ଖର୍ଚ୍ଚ ବଢିବ ।

ଏପି ଆଇନର ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ସମସ୍ୟା ହେଉଛି ଯେ ଉପରୋକ୍ତ ପରିବର୍ତ୍ତନ ଦ୍ବାରା ବିବାଦର ବିଚାର କରିବାର କ୍ଷମତା ବର୍ତ୍ତମାନର ସିଭିଲ୍ କୋର୍ଟରୁ ରାଜସ୍ବ କର୍ତ୍ତୃପକ୍ଷଙ୍କ ନିକଟକୁ ସ୍ଥାନାନ୍ତରିତ ହୋଇଛି । ଅନ୍ୟ ଅର୍ଥରେ ନ୍ୟାୟ ବିତରଣ ପ୍ରଣାଳୀର ବ୍ୟାପକ 'ଟ୍ରିବ୍ୟୁନାଲାଇଜେସନ' ଅଛି, ଯାହାକି ଆମ ଗଣତନ୍ତ୍ର ପାଇଁ କ୍ଷତିକାରକ କାରଣ ଏହା ସ୍ବାଧୀନ ନ୍ୟାୟପାଳିକାର ବିଚାରଧାରାକୁ କ୍ଷୁର୍ଣ୍ଣ କରୁଛି ।

ଟ୍ରିବ୍ୟୁନାଲର ସଦସ୍ୟମାନେ କାର୍ଯ୍ୟନିର୍ବାହୀ ୱିଙ୍ଗ ଦ୍ବାରା ନିଯୁକ୍ତ । ଏହି ସଦସ୍ୟମାନେ ହୁଏତ ଆଇନ ସମ୍ପର୍କରେ ବିଶେଷ ଆଇନ ସମ୍ପର୍କରେ ବିଶେଷ ଜାଣିନାହାଁନ୍ତି ବା ଏମାନେ ସରକାରଙ୍କ କଣ୍ଡେଇ । ତେଣୁ ନ୍ୟାୟିକ ସଦସ୍ୟଙ୍କ ଅଭାବ ଏବଂ ସମସ୍ତ ସଦସ୍ୟ ଅମଲାତନ୍ତ୍ର ହେବା ଚିନ୍ତାର କାରଣ । ଅମଲାତନ୍ତ୍ର ଜନସାଧାରଣଙ୍କ ସ୍ବାର୍ଥ ଏବଂ ଗଣତନ୍ତ୍ରକୁ କ୍ଷୁର୍ଣ୍ଣ କରୁଥିବା ନିଷ୍ପତ୍ତି ଗ୍ରହଣ କରିବାରେ ସକ୍ରିୟ ହୋଇଉଠିଛି । ଏଣୁ ବର୍ତ୍ତମାନର ପରିସ୍ଥିତି ଦେଖିଲେ କୌଣସି ଗ୍ୟାରେଣ୍ଟି ନାହିଁ ଯେ ଅମଲାତନ୍ତ୍ର ରାଜନୈତିକ ଶକ୍ତି ବିରୁଦ୍ଧରେ ଯାଇ ନାଗରିକଙ୍କ ସମ୍ପତ୍ତିକୁ ସୁରକ୍ଷା ସମ୍ପର୍କରେ କହିବ ।

(ଏହି ଆଲେଖ୍ୟ ଲେଖକଙ୍କ ସମ୍ପୂର୍ଣ୍ଣ ନିଜସ୍ବ ମତ)

ABOUT THE AUTHOR

...view details