ଆଜିକାଲି ଲିପଷ୍ଟିକ ଲଗାଇବା ଏକ ଟ୍ରେଣ୍ଡ ପାଲଟିଗଲାଣି । ମହିଳାମାନେ ଖାସ୍ କରି ନିଜକୁ ଏକ ଡିଫରେଣ୍ଟ ଲୁକ୍ ଦେବା ପାଇଁ ବିଭିନ୍ନ ପ୍ରକାର ଲିପଷ୍ଟିକ୍ ବ୍ୟବହାର କରୁଥାନ୍ତି । ମାର୍କେଟରେ ମଧ୍ୟ ଅନେକ ଭେରାଇଟ୍ର ଲିପଷ୍ଟିକ ଉପଲବ୍ଧ ହେଉଛି । ତେବେ ଆମେ ସାଧାରଣତଃ ଜାଣିଛେ ମହିଳାଙ୍କ ଚାଲିଚଳଣରୁ ସେମାନଙ୍କ ପର୍ସନାଲିଟି ସମ୍ପର୍କରେ ଜଣାପଡିଥାଏ । ତେବେ କେବଳ ଚାଲିଚଳଣ ନୁହେଁ ବରଂ ଏବେ ମହିଳାଙ୍କ ଲିପଷ୍ଟିକ କଲର ମଧ୍ୟ ସେମାନଙ୍କ ପର୍ସନାଲିଟି ସମ୍ପର୍କରେ ଅବଗତ କରାଇବ ।
ଲାଲ୍ ରଙ୍ଗ
ଯେଉଁ ମହିଳା ବ୍ରାଇଟ୍ ରେଡ୍ କଲରର ଲିପଷ୍ଟିକ ଲଗାଇବାକୁ ପସନ୍ଦ କରିଥାଆନ୍ତି ସେମାନେ ଖୁବ୍ ଆତ୍ମବିଶ୍ବାସୀ ହୋଇଥାଆନ୍ତି । ଏମାନେ ସର୍ବଦା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଆନ୍ତି । ଏମାନଙ୍କ ସ୍ବଭାବ ଖୁବ୍ ବୋଲ୍ଡ ଏବଂ ଉର୍ଜାବାନ ହୋଇଥାଆନ୍ତି ।
ଗୋଲାପୀ ରଙ୍ଗ
ଏହି କଲରକୁ ସାଧାରଣତଃ ଗାର୍ଲି କଲର ବୋଲି କୁହାଯାଇଥାଏ । ଯେଉଁ ମହିଳା କିମ୍ବା ଝିଅଙ୍କର ଏହି ରଙ୍ଗ ପ୍ରିୟ ହୋଇଥାଏ ସେମାନଙ୍କ ହୃଦୟ ଖୁବ୍ ପରିଷ୍କାର ହୋଇଥାଏ । ପିଙ୍କ କଲରକୁ ପସନ୍ଦ କରୁଥିବା ମହିଳା ଖୁବ୍ ସମ୍ବେଦନଶୀଳ ଏବଂ ଯେ କୌଣସି ପରିସ୍ଥିତିରେ ପଜେଟିଭ୍ ରହିଥାଆନ୍ତି । ନିଜର ପର୍ସନାଲିଟି ପାଇଁ ଏମାନେ ସମସ୍ତଙ୍କ ମନ କିଣିବାରେ ସକ୍ଷମ ହୋଇଥାଆନ୍ତି ।
ୱାଇନ କଲର