କାହାକୁ ସାମ୍ନାରେ ଦେଖି ଆମେ ଯେପରି ଆମେ ତାର ସ୍ବଭାବ ବିଷୟରେ କହିଦେଇଥାଉ । ସେହିପରି କିଛି ଲୋକଙ୍କ ନାମ ଆଗରୁ ଥିବା ଆରମ୍ଭ ଅକ୍ଷରରୁ ମଧ୍ୟ ତାର ସ୍ବଭାବ ବିଷୟରେ ଅନ୍ଦାଜ ଲଗାଇ କହିଦେଇ ପାରିବା । ଆପଣ ଅନେକ ସମୟରେ ଏସ, ପି, ଆର ଅକ୍ଷର ଥିବା ଝିଅଙ୍କ ସ୍ବଭାବ ବିଷୟରେ ଜାଣିବାକୁ ପାଇଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ବି' ନାମ ଥିବା ଝିଅଙ୍କ ସ୍ବଭାବ ବିଷୟରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ଏହି ଅକ୍ଷର ଥିବା ଝିଅମାନଙ୍କ ବିଷୟରେ ...
1. ଯେଉଁ ଝିଅଙ୍କ ନାମର ପ୍ରଥମ ଅକ୍ଷର ବି' ରୁ ଆରମ୍ଭ ହୋଇଥାଏ ସେମାନେ ପ୍ରକୃତି ମାଆଙ୍କୁ ବହୁତ ଭଲ ପାଆନ୍ତି। ଏମାନଙ୍କୁ ପ୍ରକୃତିର ସୌନ୍ଦର୍ଯ୍ୟତାରେ ବିଭୋର ହୋଇଥାନ୍ତି । ଏମାନେ ମୁଖ୍ୟତଃ ସବୁଜ ରଙ୍ଗକୁ ପସନ୍ଦ କରିଥାନ୍ତି। ସାମାଜିକ କାର୍ଯ୍ୟରେ ଭାଗ ନେବାକୁ ଏମାନେ ବହୁତ ପସନ୍ଦ କରନ୍ତି।
2. ବି ' ନାମଧାରୀ ଝିଅବହୁତ ମୁଡି । ଏହି ଝିଅମାନେ କେତେବେଳେ ବଡବଡ କଥାକୁ ନଜର ଅନ୍ଦାଜ କରିଦିଅନ୍ତି ତ ଆଉ କେତେବେଳେ ଛୋଟ କଥାକୁ ନେଇ ଦୁଃଖ ଓ ଅଭିମାନ କରିଥାନ୍ତି।