ହାଇଦ୍ରାବାଦ: କର୍କଟ ରୋଗ ଭଳି ଏକ ଭୟଙ୍କର ରୋଗରୁ ପନିପରିବା ରକ୍ଷା କରିପାରିବେ । ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । ବାସ୍ତବରେ, ଫଳ ଏବଂ ପନିପରିବା ଫାଇବରରେ ପରିପୂର୍ଣ୍ଣ, ତେଣୁ ଏହାକୁ ଖାଇବା ଦ୍ୱାରା ଆପଣ ଓଜନ ହ୍ରାସ କରିବା ସହିତ କର୍କଟ ଭଳି ପ୍ରମୁଖ ରୋଗରୁ ମଧ୍ୟ ରକ୍ଷା ପାଇପାରିବେ ।
ଏହି ପନିପରିବାରେ ଅନେକ ପ୍ରକାରର ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ । ଯାହା ଶରୀରରେ କର୍କଟ କୋଷକୁ ବଢିବାରେ ରୋକିଥାଏ । ଏହା ବ୍ୟତୀତ, ଏହା ଆପଣଙ୍କୁ ମଧୁମେହ ଏବଂ ହୃଦଘାତ ଭଳି ରୋଗରୁ ରକ୍ଷା କରିବାରେ ମଧ୍ୟ ସହାୟକ ହୋଇଥାଏ । ତେଣୁ ଜାଣନ୍ତୁ କିଛି ପନିପରିବା ବିଷୟରେ ଯାହା ଆପଣଙ୍କୁ କର୍କଟ ରୋଗରୁ ରକ୍ଷା କରିବାରେ ଲାଭଦାୟକ ହେବ ।
ବିନ୍ସ
ଏହି ବିନ୍ସସ ଫାଇବରରେ ଭରପୂର ଅଟେ । ରିସର୍ଚ ଅନୁଯାୟୀ, ବିନ୍ସ ଖାଇବା ଦ୍ୱାରା କୋଲୋକ୍ଟଲ ଭଳି କର୍କଟ ରୋଗରୁ ରକ୍ଷା ମିଳିଥାଏ। ଆପଣ ସପ୍ତାହରେ 3 ରୁ 4 ଥର ବିନ୍ସ ଜରୁରୀ ଖାଆନ୍ତୁ । ଏହା ବ୍ୟତୀତ ଆପଣ ସାଲାଡ ଏବଂ ବିଭନ୍ନ ବ୍ୟଞ୍ଚନରେ ପକାଇ ଖାଇପାରିବେ ।
ବ୍ରୋକୋଲି
ବ୍ରୋକୋଲି ଦୁନିଆର ସବୁଠାରୁ ସୁସ୍ଥ ପନିପରିବା ମଧ୍ୟରୁ ବିବେଚନା କରାଯାଏ । ବ୍ରୋକୋଲି ଏକ କର୍କଟ ବିରୋଧୀ ପନିପରିବା ଭାବରେ ବିବେଚନା କରାଯାଏ । ବାସ୍ତବରେ, ବ୍ରୋକୋଲିର ଆଇସୋଥାୟୋକାନେଟ ଉପାଦାନ ମିଳିଥାଏ । ଯାହା ଆପଣଙ୍କ ଶରୀରରେ କର୍କଟ କୋଷକୁ ବଢିବାରେ ରୋକିଥାଏ ଏବଂ ଶରୀରରେ ଥିବା ମଇଳାକୁ ସଫା କରିଥାଏ । ଏହା ସହିତ, ଏହାର ଅକ୍ସିଡେଟିଭ ଗୁଣ ଅଛି, ଯାହା ଚାପ ହ୍ରାସ କରିବାରେ ସହାୟକ ହୋଇଥାଏ । ଏହା ସହିତ ଏଥିରେ ସଲଫୋରାଫେନ ନାମକ ଏକ ସାଇଟୋକେମିକାଲ ଥାଏ, ଯାହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ ।