ଓଡିଶା

odisha

ETV Bharat / lifestyle

ଶୀତଦିନେ ରଖନ୍ତୁ ତ୍ବଚାର ସ୍ବତନ୍ତ୍ର ଯତ୍ନ... - ସ୍ବାସ୍ଥ୍ୟ ଟିପ୍ସ

ସାଧାରଣ ଦିନ ମାନଙ୍କରେ ତ୍ବଚାର ଯତ୍ନ ଯେତେ ସହଜ ଓ ସୁବିଧାଜନକ ଶୀତଦିନେ ଏହା ସେତିକି ଜଟିଳ । ତେଣୁ ଏହି ଦିନମାନଙ୍କରେ ତ୍ବଚାକୁ ଆବଶ୍ୟକ କିଛି ସ୍ବତନ୍ତ୍ର ଯତ୍ନ । ଏଥିପାଇଁ ଜାଣି ରଖନ୍ତୁ କିଛି ଘରୋଇ ଉପଚାର...

ଡିଜାଇନ ଫଟୋ

By

Published : Nov 12, 2019, 11:15 PM IST

ହାଇଦ୍ରାବାଦ: ଆରମ୍ଭ ହୋଇଛି ଶୀତ ଋତୁ । ଆଉ ଶୀତ ସହ ଆରମ୍ଭ ହୋଇଛି ତ୍ବଚାର ଶୁଷ୍କତା । ସାଧାରଣ ଦିନମାନଙ୍କରେ ତ୍ବଚାର ଯତ୍ନ ଯେତେ ସହଜ ଓ ସୁବିଧାଜନକ ଶୀତ ଦିନେ ଏହା ସେତିକି ଜଟିଳ । କାରଣ ଶୀତ ଦିନରେ ତ୍ବଚା ଜଲଦି ଶୁଷ୍କ ହେବା ସହ ଟାଇଟ ଓ ହାଲକା ଆସ୍ତରଣଯୁକ୍ତ ହୋଇଯାଏ । ତେଣୁ ଏହି ଦିନମାନଙ୍କରେ ତ୍ବଚାକୁ ଆବଶ୍ୟକ କିଛି ସ୍ବତନ୍ତ୍ର ଯତ୍ନ । ଏଥିପାଇଁ ଜାଣି ରଖନ୍ତୁ କିଛି ଘରୋଇ ଉପଚାର...

1- ନଡିଆ ତେଲ

ଶୁଷ୍କ ତ୍ବଚା ପାଇଁ ନଡିଆ ତେଲ ଏକ ମ୍ୟାଜିକ ପରି କାମ କରେ । ଏହା ତ୍ବଚାକୁ ତୁରନ୍ତ ହାଇଡ୍ରେଟ କରିବା ସହ ତ୍ବଚାକୁ ନରମ କରିବାରେ ସାହାଯ୍ୟ କରିଥାଏ । ତ୍ବଚାର କୋଷ ମଧ୍ୟରେ ଶୀତ ଯୋଗୁଁ ସୃଷ୍ଟି ହୋଇଥିବା ଗ୍ୟାପକୁ ଏହା ଭରିବାରେ ମଧ୍ୟ ସହାୟକ । ତେଣୁ ତ୍ବଚାକୁ ନରମ ଓ ହାଇଡ୍ରେଟ ରଖିବା ପାଇଁ ଆପଣ ରାତିରେ ଶୋଇବା ପୂର୍ବରୁ କିଛି ବୁନ୍ଦା ନଡିଆ ତେଲ ଲଗାଇ ପାରନ୍ତି ।

2- ପେଟ୍ରୋଲିୟମ ଜେଲି

ପେଟ୍ରୋଲିୟମ ଜେଲି ବା ସରଳ ଭାଷାରେ ମିନେରାଲ ତୈଳ। ବର୍ଷ ବର୍ଷ ଧରି ଏହାର ବ୍ୟବହାର ହୋଇ ଆସୁଛି । ଏହା ତ୍ବଚାରେ ଏକ ଆସ୍ତରଣ ସୃଷ୍ଟି କରେ । ଯାହାକି ତ୍ବଚାର ଆର୍ଦ୍ରତା ବଜାୟ ରଖିବାରେ ମଧ୍ୟ ସାହାଯ୍ୟ କରେ । ତେଣୁ ଶୁଷ୍କ ଓ ପ୍ୟାଚି ତ୍ବଚାରୁ ମୁକ୍ତି ପାଇବା ପାଇଁ ଆବଶ୍ୟକ ମୁତାବକ ପେଟ୍ରୋଲିୟମ ଜେଲିର ବ୍ୟବହାର କରନ୍ତୁ ।

3- ଓଟମିଲ ବାଥ

ସକାଳ ଜଳଖିଆ ପାଇଁ ଓଟ୍ସ ଯେମିତି ସ୍ବାସ୍ଥ୍ୟକର, ଶୀତ ଦିନେ ତ୍ବଚାର ଯତ୍ନ ପାଇଁ ମଧ୍ୟ ଏହା ସେହିପରି ଉପାଦେୟ । ଶୀତ ଦିନେ ତ୍ବଚା ଶୁଷ୍କ ହେବା ସହ କୁଣ୍ଡେଇ ମଧ୍ୟ ହୋଇଥାଏ । ଏସବୁରୁ ରକ୍ଷା ପାଇବାକୁ ହେଲେ ଗାଧୋଇବା ସମୟରେ ପାଣିରେ କିଛି ଓଟ୍ସ ଗୁଣ୍ଡ ମିଶାନ୍ତୁ କିମ୍ବା ଓଟ୍ସଯୁକ୍ତ ଯେକୌଣସି ବାଥ କ୍ରିମର ବ୍ୟବହାର କରନ୍ତୁ । ଓଟ୍ସରେ ଥିବା ଆଣ୍ଟି-ଫ୍ଲେମେଟୋରୀ ଓ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ଯୋଗୁଁ ତ୍ବଚା ନିଜ ଚମକ ପୁଣି ଫେରପାଏ ।

4- ସୂର୍ଯ୍ୟମୁଖୀ ତେଲ

ତ୍ବଚାକୁ ହାଇଡ୍ରେଟ କରାଇବାର ଏକ ପ୍ରାକୃତିକ ଉପାୟ ହେଉଛି ସୂର୍ଯ୍ୟମୁଖୀ ତେଲ । ସୂର୍ଯ୍ୟମୁଖୀ ମଞ୍ଜିରେ ଥିବା ଭିଟାମିନ ଇ ତ୍ବଚାର ଆର୍ଦ୍ରତା ବଜାୟ ରଖିବାରେ ସାହାଯ୍ୟ କରିଥାଏ । ଏଥିସହ ଏହା ଦୀର୍ଘ ସମୟ ପାଇଁ ତ୍ବଚାକୁ ମଏଶ୍ଚର ରଖିବାରେ ସହାୟକ ହୁଏ । ଏହି ତେଲ ଶୀତ ଦିନେ ତ୍ବଚାକୁ ଜୀବନ୍ତ କରିବା ସହ ଶ୍ବାସ, ଆର୍ଥ୍ରିଟିସ ଓ ତ୍ବଚାର କୋଷିକା ପୁନଃନିର୍ମାଣ କରିବା ପାଇଁ ଲାଭଦାୟକ ହୋଇଥାଏ ।

5- ମହୁ

ଶରୀର ଯତ୍ନ ପାଇଁ ଅନ୍ୟ ଏକ ପ୍ରାକୃତିକ ଉପାଦାନ ହେଉଛି ମହୁ । ଏଥିରେ ଅନେକ ଭିଟାମିନ, ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟିମାଇକ୍ରୋବାଇୟାଲ ଓ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ରହିଛି । ଯାହାକି ତ୍ବଚାର ରିପେୟାରମେଣ୍ଟ ସହ ତ୍ବଚାର ଶ୍ବାସକ୍ରିୟା ପାଇଁ ଜରୁରୀ । ଏହାକୁ ଆପଣ ତ୍ବଚୀରେ ସିଧାସଳଖ ଲଗାଇପାରିବେ । ଏହାକୁ ଆପଣ ଫେସ ମାସ୍କ ଆକାରରେ ଲଗାଇପାରିବେ । ଏହାଛଡା ନଖଉଷୁମ ପାଣିରେ ଏହି ଫେସ ମାସ୍କକୁ ସଫା କରିପାରିବେ । ତ୍ବଚା ଶୁଷ୍କତା ପାଇଁ ଆପଣ ଏହାକୁ ଓଟମିଲ ସହ ମଧ୍ୟ ବ୍ୟବହାର କରିପାରିବେ ।

6- ଅଲିଭ ଅଏଲ ଓ ଚିନି ମିଶ୍ରଣ

ତ୍ବଚାରେ ଜମିଥିବା ଡେଡ ସ୍କିନ ସେଲକୁ ହଟାଇବାକୁ ହେଲେ ଅଲିଭ ଅଏଲ ଆପଣଙ୍କ ପାଇଁ ଏକ ଲଭଦାୟକ ଅପ୍ସନ । କିଛି ଚିନି ସହ ଅଲିଭ ଅଏଲର ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହାକୁ ତ୍ବଚାରେ ଏକ ସ୍କ୍ରବ ଆକାରରେ ବ୍ୟବହାର କରନ୍ତୁ । ଏହାପରେ ତ୍ବଚାରେ ଫରକକୁ ନିଜେ ଅନୁଭବ କରନ୍ତୁ । ଏହା ସନ୍‌ ଟ୍ୟାନରୁ ମୁକ୍ତି ପାଇବାରେ ମଧ୍ୟ ସାହାଯ୍ୟ କରିବ ।

ଏହା ବ୍ୟତୀତ ଦୈନିକ ଆଧାରରେ ତ୍ବଚାରେ ମଏଶ୍ଚରାଏଜର ଲଗାନ୍ତୁ । ଅଧିକ କେମିକାଲଯୁକ୍ତ କୌଣସି ପଦାର୍ଥଠାରୁ ନିଜକୁ ଦୂରେଇ ରଖନ୍ତୁ । ଏଥିସହ ତ୍ବଚାକୁ ହାଇଡ୍ରେଟ ରଖିବା ପାଇଁ ପର୍ଯ୍ୟାପ୍ତ ପାଣି ପିଅନ୍ତୁ ।

ABOUT THE AUTHOR

...view details