ଓଡିଶା

odisha

ETV Bharat / lifestyle

ଗୁଡ କୋଲେଷ୍ଟ୍ରଲ ବୃଦ୍ଧି ସହ ରକ୍ତ ପ୍ରବାହ ଠିକ ରଖିଥାଏ ରେଡ ଓ୍ବାଇନ - Red wine keeps blood flow normal

ରେଡ ଓ୍ବାଇନକୁ 15 ଦିନ ମଧ୍ୟରେ ସୀମିତ ଭାବେ ସେବନ କଲେ ଆମ ଶରୀରରକୁ ମିଲିଥାଏ ଅନେକ ଫାଇଦା । ଅଧିକ ପଢନ୍ତୁ...

ଗୁଡ କୋଲେଷ୍ଟ୍ରଲ ବୃଦ୍ଧି ସହ ରକ୍ତ ପ୍ରବାହ ଠିକ ରଖିଥାଏ ରେଡ ଓ୍ବାଇନ
ଗୁଡ କୋଲେଷ୍ଟ୍ରଲ ବୃଦ୍ଧି ସହ ରକ୍ତ ପ୍ରବାହ ଠିକ ରଖିଥାଏ ରେଡ ଓ୍ବାଇନ

By

Published : Jul 26, 2020, 6:05 PM IST

ହାଇଦ୍ରାବଦ: ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ, ଏହି କଥା କାହାକୁ ଅଜଣା ନାହିଁ । କିନ୍ତୁ ସାଉଥ କାଲିଫର୍ନିଆ ୟୁନିଭରସିଟି ଏବଂ ହଣ୍ଟିଂଗଟନ ମେଡିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଦ୍ୱାରା ନିକଟରେ ହୋଇଥିବା ଏକ ଅଧ୍ୟୟନରେ ଏକ କିମ୍ବା ଦୁଇ ସପ୍ତାହ ମଧ୍ୟରେ ସୀମିତ ପରିମାଣର ରେଡ ଓ୍ବାଇନ ପିଇବା ଦ୍ବାରା ଆପଣଙ୍କୁ ହାର୍ଟ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

ଗବେଷକ ରବର୍ଟ ଏ କ୍ଲୋନରଙ୍କ ଅନୁଯାୟୀ, ରେଡ ଓ୍ବାଇନ ନାଲି ରଙ୍ଗର ଅଙ୍ଗୁରୁରେ ପ୍ରସ୍ତୁତ ହୋଇଥାଏ । ଏହାର ଚୋପା, ରସ ଏବଂ ମଞ୍ଜିରେ ବହୁ ପରିମାଣର ଆଣ୍ଟିଅକ୍ସିଡାଣ୍ଟ ରହିଥାଏ ଯାହାକୁ 'ପଲିଫେନୋଲ' କୁହାଯାଏ । କୋଲେଷ୍ଟ୍ରଲ ସ୍ତର ହ୍ରାସ କରିବା ସହିତ, ଏହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ମଧ୍ୟ ପ୍ରଭାବଶାଳୀ ହୋଇଥାଏ ।

କ୍ଲୋନର କହିଛନ୍ତି ଯେ, ହ୍ବାଇଟ ଓ୍ବାଇନ ଅପେକ୍ଷା ରେଡ ଓ୍ବାଇନ ପ୍ରସ୍ତୁତ କରିବା ପାଇଁ ଅଙ୍ଗୁରରେ ଫର୍ମେସନ ପ୍ରକ୍ରିୟା ଅଧିକ ସମୟ ନେଇଥାଏ । ଏହାଦ୍ବାରା ନାଲି ଅଙ୍ଗୁରରେ ଅଧିକ ପରିମାଣର 'ପଲିଫେନୋଲ' ତିଆରି ହୋଇଥାଏ । ବିଶେଷତଃ ରିସବରାଟ୍ରୋଲ ଯାହା ହୃଦରୋଗକୁ ଦୂରେଇ ରଖିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।

ହୃଦଘାତରେ ମୃତ୍ୟୁ ଆଶଙ୍କା କମିଯିବ

'ପୋଲିଫେନୋଲ 'ବାସ୍ତବରେ ଖରାପ କୋଲେଷ୍ଟ୍ରଲ ନାମକ ଲୋ-ଡେନସିଟି ଲିପୋପ୍ରୋଟେନ (LDL) ଅକ୍ସିଡେସନ ପ୍ରକ୍ରିୟାକୁ ମନ୍ଥର କରିଥାଏ । ଏହା ଧମନୀ କାନ୍ଥରେ ଜମେ ନାହିଁ । ଫଳସ୍ୱରୂପ, ରକ୍ତ ପ୍ରବାହ ସମୟରେ ଧମନୀ ଉପରେ କୌଣସି ଅତିରିକ୍ତ ଚାପ ପଡେ ନାହିଁ । ସେଥିମଧ୍ୟରେ ସୁଗମ ରକ୍ତ ପ୍ରବାହ ହେତୁ ହୃଦଘାତରେ ମୃତ୍ୟୁ ହେବାର ଆଶଙ୍କା ବହୁତ କମିଯାଏ । ହାର୍ଟ କୋଷଗୁଡ଼ିକର ଉନ୍ନତି ପାଇଁ ଆବଶ୍ୟକ ଅମ୍ଳଜାନ ଯୋଗାଣ ବୃଦ୍ଧିରେ 'ପଲିଫେନୋଲ' ମଧ୍ୟ ପ୍ରଭାବଶାଳୀ ।

HDL ସ୍ତର ବଢାଇବାରେ ସାହାଯ୍ୟ କରିବ

କ୍ଲୋନର କହିଛନ୍ତି ଯେ, ହାଇ-ଡେନସିଟି ଲିପୋପ୍ରୋଟେନ (HDL) ଅର୍ଥାତ 'ଭଲ କୋଲେଷ୍ଟ୍ରୋଲ' ର ସ୍ତର ବଢାଇବାରେ ରେଡ ଓ୍ବାଇନ ମଧ୍ୟ ସହାୟକ ହୋଇଥାଏ । HDL ଖରାପ କୋଲେଷ୍ଟ୍ରଲକୁ ଧମନୀ କାନ୍ଥରେ ଲାଗିବାରୁ ରୋକି ରକ୍ତ ପ୍ରବାହକୁ ବଜାୟ ରଖେ ।

ସପ୍ତାହରେ ଦୁଇ ରୁ ତିନି ଗ୍ଲାସ ରେଡ ଓ୍ବାଇନ ପିଇବା ଦ୍ୱାରା LDL ସ୍ତରରେ 8 ପ୍ରତିଶତ ହ୍ରାସ ଏବଂ HDL ମତ୍ରାରେ 17 ପ୍ରତିଶତ ବୃଦ୍ଧି ଘଟିବାରେ ସାହାଯ୍ୟ କରିଥାଏ ।

ABOUT THE AUTHOR

...view details