ଓଡିଶା

odisha

ETV Bharat / lifestyle

ଲୋ-କ୍ୟୋଲୋରୀ ସୁଗାର ଫ୍ରିର ନାହିଁ କୌଣସି ସାଇଡ ଇଫେକ୍ଟ: USFDA

ଆମେରିକାର ଖାଦ୍ୟ ସୁରକ୍ଷା ପ୍ରାଧିକରଣ (USFDA) ସମସ୍ତ କମ କ୍ୟାଲୋରୀଯୁକ୍ତ ମିଠା ବ୍ୟବହାର ମାନବଙ୍କ ପାଇଁ ସମ୍ପୂର୍ଣ୍ଣ ନିରାପଦ ବୋଲି ସ୍ପଷ୍ଟ କରିଛି । ଅଧିକ ପଢନ୍ତୁ...

ଲୋ-କ୍ୟୋଲୋରୀ ସୁଗାର ଫ୍ରିର ନାହିଁ କୌଣସି ସାଇଡ ଇଫେକ୍ଟ: USFDA
ଲୋ-କ୍ୟୋଲୋରୀ ସୁଗାର ଫ୍ରିର ନାହିଁ କୌଣସି ସାଇଡ ଇଫେକ୍ଟ: USFDA

By

Published : Aug 2, 2020, 5:17 PM IST

ହାଇଦ୍ରାବାଦ: ବର୍ତ୍ତମାନ ସମୟରେ ଅଧିକାଂଶ ଲୋକଙ୍କ କାର୍ଯ୍ୟସୂଚୀ ବହୁତ ବ୍ୟସ୍ତ ହୋଇଯାଇଛି । ଏହି ସମୟରେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ସମୟ ନାହିଁ । ଅଧିକାଂଶ ଲୋକ ନିଜ ଖାଦ୍ୟରେ ଅଧିକ କ୍ୟାଲୋରୀ ଏବଂ ଅତ୍ୟଧିକ ପରିମାଣର ସୁଗାର ଜାତୀୟ ଖାଦ୍ୟ ଖାଉଛନ୍ତି । ଯେଉଁଥିପାଇଁ ସେମାନଙ୍କୁ ଆଗାମୀ ସମୟରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ଏହି ସମୟରେ, କମ କ୍ୟାଲୋରୀ ଏବଂ ସୁଗାର ଫ୍ରି ଖାଦ୍ୟ ଭବିଷ୍ୟତରେ ହେବାକୁ ଥିବା ସମସ୍ୟାକୁ ରୋକିପାରେ ।

ଯେଉଁମାନେ ସୁସ୍ଥ ଜୀବନଯାପନ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ସୁଗାର ଫ୍ରି ଜୀବନଶୈଳୀ ଏକ ଲୋକପ୍ରିୟ ଧାରା ପାଲଟିଛି । ଏହା ସହିତ, ଲୋକମାନେ ଧୀରେ ଧୀରେ ଅଧିକ କ୍ୟାଲୋରୀ ବିଷୟରେ ସଚେତନ ହେଉଛନ୍ତି ଏବଂ ସୁଗାର ଫ୍ରି ଜୀବନଶୈଳୀ ଗ୍ରହଣ କରୁଛନ୍ତି । 'ସୁଗାର ଫ୍ରି' ଏବଂ ଅନ୍ୟାନ୍ୟ କମ କ୍ୟାଲୋରୀ ମିଠା ସ୍ବାସ୍ଥ୍ୟ ସଚେତନ ବ୍ୟକ୍ତିଙ୍କ ଖାଦ୍ୟରେ ବର୍ତ୍ତମାନ ଆଡ ହୋଇଛି ।

ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ସୁଗାର ଫ୍ରି ଜରୁରୀ

ସର୍ବନିମ୍ନ କ୍ୟାଲୋରୀ ସହିତ ମିଠା ସ୍ବାଦ ପ୍ରଦାନ କରି, ସୁଗାର ଫ୍ରି ପରି କମ କ୍ୟାଲୋରୀ ଯୁକ୍ତ ମିଠା ଅଗଣିତ ଲୋକଙ୍କୁ ସେମାନଙ୍କର ସ୍ୱାସ୍ଥ୍ୟ ଏବଂ ଫିଟନେସ ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିଛି । ସୁଗାର ଫ୍ରିରେ ବ୍ୟବହୃତ ମୁଖ୍ୟ ଉପାଦାନଗୁଡ଼ିକ କୌଣସି ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରେ ନାହିଁ । ଏହି ଉପାଦାନ ଉପରେ ଅଧ୍ୟୟନ ଦର୍ଶାଏ ଯେ ଏହା ଓଜନ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ । ଯେଉଁ ବ୍ୟକ୍ତି ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ଏବଂ ସୁଗାର କମ ବ୍ୟବହାର କରୁଛନ୍ତି ସେମାନେ କୌଣସି ସୁଗାର ଫ୍ରି ପଦାର୍ଥ ବ୍ୟବହାର କରିପାରିବ ।

ମାନବ ଖାଦ୍ୟ ଯୋଗାଣରେ ସର୍ବାଧିକ ଅଧ୍ୟୟନ କରାଯାଇଥିବା ପଦାର୍ଥଗୁଡ଼ିକ ମଧ୍ୟରେ ଆସ୍ପାଟେର୍ମ ଅନ୍ତର୍ଭୁକ୍ତ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଉପରେ 100 ରୁ ଅଧିକ ଅଧ୍ୟୟନ ଦର୍ଶାଏ ଯେ ଏହା ମାନବ ସ୍ୱାସ୍ଥ୍ୟ ପାଇଁ କୌଣସି ପ୍ରକାରରେ କ୍ଷତିକାରକ ନୁହେଁ । ଦୁଇଜଣ FDA ବୈଜ୍ଞାନିକ ଖାଦ୍ୟରେ ଆସପାର୍ଟେମର ନିରାପତ୍ତା ସମ୍ବନ୍ଧରେ ବୈଜ୍ଞାନିକ ତଥ୍ୟ ସମୀକ୍ଷା କରି ସିଦ୍ଧାନ୍ତ ନେଇଥିଲେ ଯେ ନିର୍ଦ୍ଦିଷ୍ଟ ଅବସ୍ଥାରେ ସାଧାରଣ ଜନତାଙ୍କ ପାଇଁ ଏହା ନିରାପଦ ଅଟେ ।

For All Latest Updates

TAGGED:

sugarUSFDA

ABOUT THE AUTHOR

...view details