ଓଡିଶା

odisha

ETV Bharat / lifestyle

80% କୋରୋନା ସୁସ୍ଥଙ୍କ ଠାରେ ଦେଖାଦେଉଛି ହାର୍ଟ ସମସ୍ୟା: ରିପୋର୍ଟ - corona virus

କୋରୋନାରେ ସୁସ୍ଥ ହେବା ପରେ ମଧ୍ୟ ଲୋକଙ୍କ ଠାରେ ଅନ୍ୟ ରୋଗ ଗୁଡିକ ଦେଖାଯାଉଥିବା ଏକ ରିପୋର୍ଟରେ ଦେଖାଯାଇ ଥିବାବେଳେ, ଏବେ କିନ୍ତୁ ଏଥିରୁ ସୁସ୍ଥ ହୋଇଥିବା 80 ପ୍ରତିଶତ ଲୋକଙ୍କ ଠାରେ ହାର୍ଟ ଜନିତ ସମସ୍ୟା ବୃଦ୍ଧି ପାଉଥିବା ସ୍ପଷ୍ଟ ହୋଇଛି । ଅଧିକ ପଢନ୍ତୁ...

କୋରୋନାରେ ସୁସ୍ଥ ହୋଇଥିବା 80% ଲୋକଙ୍କ ଠାରେ ଦେଖାଦେଉଛି ହାର୍ଟ ସମସ୍ୟା: ରିପୋର୍ଟ
କୋରୋନାରେ ସୁସ୍ଥ ହୋଇଥିବା 80% ଲୋକଙ୍କ ଠାରେ ଦେଖାଦେଉଛି ହାର୍ଟ ସମସ୍ୟା: ରିପୋର୍ଟ

By

Published : Jul 30, 2020, 7:15 PM IST

ହାଇଦ୍ରାବାଦ: କୋଭିଡ-19 ସମଗ୍ର ବିଶ୍ୱରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି । ବର୍ତ୍ତମାନ ସୁଦ୍ଧା ବିଶ୍ୱରେ 16.7 ମିଲିୟନରୁ ଅଧିକ ସଂକ୍ରମଣ ମାମଲା ରିପୋର୍ଟ ହୋଇଛି । ଏହା ଉଚ୍ଚ ବିପଦ ବର୍ଗ କିମ୍ବା ପୂର୍ବରୁ ଅସୁସ୍ଥ ଲୋକମାନଙ୍କ ପାଇଁ ସବୁଠାରୁ ବିପଜ୍ଜନକ ବୋଲି ବିବେଚନା କରାଯାଏ । ଏହି ଭୁତାଣୁ ରେସ୍ପାୟରେଟରୀ ସଂକ୍ରମଣ ଭାବରେ ଶରୀର ଉପରେ ଆଟାକ କରିବା ଆରମ୍ଭ କରେ। ଏହା ସ୍ନାୟୁ ପ୍ରଣାଳୀ ଉପରେ ଆକ୍ରମଣ କରିପାରେ । ହଜମ ପ୍ରକ୍ରିୟା ଏବଂ ମସ୍ତିସ୍କ ଉପରେ ମଧ୍ୟ ପ୍ରଭାବ ପକାଇପାରେ ।

ବର୍ତ୍ତମାନ, ନୂତନ ଅନୁସନ୍ଧାନରୁ ଜଣାପଡିଛି ଯେ କୋଭିଡ-19 ର ଦୀର୍ଘକାଳୀନ ଫଳାଫଳ ଅଧିକ ବିପଜ୍ଜନକ ହୋଇପାରେ । ଯେଉଁଥିରେ ରୋଗୀମାନଙ୍କର ହୃଦଘାତ ଏବଂ 80 ପ୍ରତିଶତ କ୍ଷେତ୍ରରେ କ୍ଷତି ହୋଇଥିବା ଜଣାପଡିଛି।

ଜର୍ଣ୍ଣାଲ ଅଫ ଆମେରିକୀୟ ମେଡିକାଲ ଆସୋସିଏସନ (ଜିଏଏମଏ) ଏକ ନମୁନା ଅଧ୍ୟୟନ ପାଇଁ ଏପ୍ରିଲ-ଜୁନ ମଧ୍ୟରେ ଜର୍ମାନୀର ଫ୍ରାଙ୍କଫର୍ଟରୁ 100ଟି କୋଭିଡ ଆକ୍ରାନ୍ତଙ୍କ ଏମଆରଆଇ ଫଳାଫଳ ଯାଞ୍ଚ କରିଛି। ଏହି ସମସ୍ତ ରୋଗୀଙ୍କୁ 40-50 ବର୍ଷ ବୟସ ମଧ୍ୟରେ ସୁସ୍ଥ ବିବେଚନା କରାଯାଉଥିଲା ଏବଂ ସଂକ୍ରମଣରୁ ସଫଳତାର ସହ ଚିକିତ୍ସା କରାଯାଇ ସୁସ୍ଥ କରାଯାଇଥିଲା।

ଏହି 100 ଜଣଙ୍କ ମଧ୍ୟରୁ 67 ଆକ୍ରାନ୍ତଙ୍କ ମଧ୍ୟରେ ମଧ୍ୟମ ଲକ୍ଷଣ ରହିଥିଲା ​​ଏବଂ ଘରେ ସୁସ୍ଥ ହୋଇଥିବାବେଳେ ଅବଶିଷ୍ଟ 23 ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅନୁସନ୍ଧାନକାରୀ ହାର୍ଟରେ କୋଭିଡ-19ର ପ୍ରଭାବ ଅଧ୍ୟୟନ କରିବା ପାଇଁ ଏମଆରଆଇ, ବ୍ଲଡ ଟେଷ୍ଟ, ଏବଂ ହାର୍ଟ ଟିସୁ ବାୟୋପ୍ସି ସହିତ ବିଭିନ୍ନ ଟୁଲ୍ସ ବ୍ୟବହାର କରିଥିଲେ। 50ଟି ସୁସ୍ଥ ସ୍ବେଚ୍ଛାସେବୀ ଗ୍ରୁପ ସହିତ ବିପଦ ଥିବା 57 ଜଣ ଥିବା ଏକ ଗୋଷ୍ଠୀକୁ ଅବଜରବ କରଯାଇଥିଲା ।

ଦେଖାଗଲା ଯେ ସୁସ୍ଥ ଥିବା 100 ଆକ୍ରାନ୍ତଙ୍କ ମଧ୍ୟରୁ 78 ଜଣଙ୍କର ହୃଦଘାତ ଏବଂ ଶରୀର ଫୁଲିବା ଲକ୍ଷଣ ରହିଛି । ଗବେଷକ କ୍ଲାଇଡ ଡବ୍ଲୁ, ୟାନ୍ସି, ଏମଡି ଏବଂ ଗ୍ରିଗ ସି ଙ୍କ ଅନୁଯାୟୀ, ଏତେ ସଂଖ୍ୟକ ଲୋକ ହୃଦ୍‌ରୋଗର ସ୍ବାସ୍ଥ୍ୟର ଲକ୍ଷଣ ରେକର୍ଡ ହେବା ଏହା ପ୍ରମାଣ କରୁଛି ଯେ, ବହୁତ କିଛି ଅଛି ଯାହା ଆମେ ସଂକ୍ରମଣର ଦୀର୍ଘକାଳୀନ ଫଳାଫଳ ବିଷୟରେ ଅବଗତ ନାହୁଁ ।

ଅଧ୍ୟୟନରେ ଏହା ମଧ୍ୟ ଦର୍ଶାଯାଇଛି ଯେ ସଂକ୍ରମଣର ଗମ୍ଭୀରତା, ନିରାକରଣ କିମ୍ବା ପୁନରୁଦ୍ଧାର ପାଇଁ ନିଆଯାଇଥିବା ସମୟ (TTR) ରେ ସମସ୍ତ ଅଂଶଗ୍ରହଣକାରୀ ଏକ ପ୍ରକାର ହୃଦଘାତର ଶିକାର ହୋଇଥିଲେ

ABOUT THE AUTHOR

...view details