ଆଜିକାଲି ଅନଲାଇନ ମୋଡ୍ରେ ଶିକ୍ଷାଦାନ ହେଉଥିବାରୁ ପିଲାଙ୍କ ଆଖି ଯତ୍ନ ଜରୁରୀ ହୋଇପଡିଛି । ତ୍ୱରିତ ଓ ସଠିକ ସମୟରେ ଆଖି ସମସ୍ୟାର ସମାଧାନ କରାଗଲେ, ଆଗକୁ ଦୃଷ୍ଟିଶକ୍ତି ଜନିତ ସମସ୍ୟା ସୃଷ୍ଟି ହେବ ନାହିଁ । ଏ ବାବଦରେ ଅଧିକ ଜାଣିବା ପାଇଁ ଇଟିଭି ଭାରତ ପକ୍ଷରୁ ବିଶେଷଜ୍ଞ ଡକ୍ଟର ମଞ୍ଜୁ ଭଟ୍ଟେଙ୍କୁ ଯୋଗାଯୋଗ କରାଯାଇଥିଲା ।
ପ୍ରଶ୍ନ -୧ ଶିଶୁମାନଙ୍କ ମଧ୍ୟରେ ସାଧାରଣ ଆଖି ସମସ୍ୟା ସବୁ କଣ ରହିଥାଏ ?
ଉ- ରିଫ୍ରାକଟିଭ ତ୍ରୁଟି ଓ ମାୟୋପିୟା ଭଳି ରୋଗ ଶିଶୁମାନଙ୍କ ମଧ୍ୟରେ ସାଧାରଣ । ଏହାଛଡା ଆଲର୍ଜିକ କଂଜକ୍ଟିଭିଟିସ ଭଳି ଋତୁକାଳୀନ ରୋଗ ମଧ୍ୟ ଶିଶୁଙ୍କୁ ହୋଇଥାଏ । କେତେବେଳେ ଶିଶୁଙ୍କୁ ସେମାନଙ୍କ ଆଖି ପରୀକ୍ଷା କରାଇବାକୁ ପଡେ ?
ଉ- ପ୍ରିସ୍କୁଲ ବା କିଣ୍ଡର ଗାର୍ଟେନରେ ଥିଲା ବେଳେ ହିଁ ଶିଶୁମାନଙ୍କ ଆଖି ପରୀକ୍ଷା କରାଗଲେ ଭଲ । ଏପରି ହେଲେ ଶିଶୁଙ୍କଠାରେ ଆଖି ସମସ୍ୟା ଶୀଘ୍ର ଜଣାପଡିବା ସହ ଚିକିତ୍ସା ବି କରାଯାଇପାରିବ, ଯାହା ଫଳରେ ଆଗକୁ ଆଉ ସମସ୍ୟା ରହିବ ନାହିଁ । ଶିଶୁମାନଙ୍କଠାରେ କୌଣସି ଆଖି ସମସ୍ୟା ଦେଖାଗଲେ,ଆରମ୍ଭରୁ ହିଁ ଚକ୍ଷୁ ବିଶେଷଜ୍ଞଙ୍କୁ ଦେଖାଇବା ପ୍ରତିକାର ବ୍ୟବସ୍ଥା କରିବା ଦରକାର ।
ପ୍ରଶ୍ନ -ଆମେ କିପରି ଆଖିର ଯତ୍ନ ନେଇପାରିବା ?
ଉ- ଭଲ ଆଲୋକିତ ରୁମରେ ହିଁ ଲେଖାପଢା କରିବା ଦରକାର । ଏହାଛଡା ଯେତେ କମ୍ ସମୟ ଟିଭି, ମୋବାଇଲ ଦେଖିବା ସେତେ ଭଲ । ଅର୍ଥାତ୍ ସ୍କ୍ରିନ ଟାଇମ୍ କମ କରିବା ଦରକାର ।
ପ୍ରଶ୍ନ – ଶିଶୁମାନଙ୍କ ମଧ୍ୟରେ ଆଖି ସମସ୍ୟା ସଂପର୍କରେ କେମିତି ଜାଣିବା ?
ଉ- ଶିଶୁଙ୍କ ଠାରେ ବିଭିନ୍ନ ପ୍ରକାର ଆଖି ସମସ୍ୟା ଦେଖାଯାଏ । ସଂକ୍ରମଣ ଓ ଆଖିଧରା ସହଜରେ ଧରାପଡିଯାଏ । ଦୃଷ୍ଟିଶକ୍ତିରେ ସମସ୍ୟା ହେବା କଥା ଶିଶୁ ବା ଶିକ୍ଷକ ନ କହିଲେ ଜାଣିହେବ ନାହିଁ । ଅନେକ ସମୟରେ ଛୁଆମାନେ ବହି ଓ ଅନ୍ୟାନ୍ୟ ସାମଗ୍ରୀ ସବୁ ଖୁବ୍ ନିକଟରୁ ଦେଖନ୍ତି, ଆଖି ମଳନ୍ତି । ଟିଭି ଦେଖିବା ବେଳେ ସାଧାରଣତଃ ସେମାନେ ଆଖିର କୋଣରୁ ଦେଖନ୍ତି ।
ପ୍ରଶ୍ନ -ଆଖି ସମସ୍ୟା ଠାବ କରିବାରେ ବାପାମାଆଙ୍କ ଭୂମିକା କଣ ରହିବ ?