ଓଡିଶା

odisha

ETV Bharat / lifestyle

ଖାଆନ୍ତୁ ଏହି ଖାଦ୍ୟ, ଦୂରାନ୍ତୁ ସକାଳର ଥକାପଣ

କର୍ମବ୍ୟସ୍ତତାରେ ପର୍ଯ୍ୟାପ୍ତ ହୋଇପାରୁନି ନିଦ । ଫଳରେ ଯେତେ ଶୋଇଲେ ବି ଲାଗୁଛି ଅଳସୁଆ । ବାରମ୍ବାର ପିଇବାକୁ ପଡୁଛି କଫି ଓ ଚାହା ।

By

Published : Oct 22, 2019, 6:57 AM IST

ଫାଇଲ ଫଟୋ

ହାଇଦ୍ରାବାଦ: କର୍ମବ୍ୟସ୍ତତାରେ ପର୍ଯ୍ୟାପ୍ତ ହୋଇପାରୁନି ନିଦ । ଫଳରେ ଯେତେ ଶୋଇଲେ ବି ଲାଗୁଛି ଅଳସୁଆ । ବାରମ୍ବାର ପିଇବାକୁ ପଡୁଛି କଫି ଓ ଚାହା । ଯଦି ଆପଣ ବି ସକାଳେ ଉଠିବା ମାତ୍ରେ ଏହିପରି ଭାବେ ଥକାପଣ ଅନୁଭବ କରୁଥାଆନ୍ତି ତେବେ ଆପଣ ଜାଣିବା ଦରକାର କି ମାତ୍ରାଧିକ ଚାହା ବା କଫି ଶରୀର ପାଇଁ ଅହିତକର ସାବ୍ୟସ୍ତ ହୋଇପାରେ । ବରଂ ଆପଣ ଯଦି କିଛି ହେଲଦି ଖାଦ୍ୟ ଖାଆନ୍ତି ତାହେଲେ ତୁରନ୍ତ ସତେଜ ଅନୁଭବ କରିବା ସହ ଦିନ ସାରା କାମ କରିବାର ଶକ୍ତି ମଧ୍ୟ ମିଳିପାରିବ ।

ତେବେ ଜାଣି ରଖନ୍ତୁ ସକାଳୁ ଉଠିବା ମାତ୍ରେ ଯଦି ଆପଣ ଥକାପଣ ଅନୁଭବ କରନ୍ତି ତେବେ ସେହି ସମୟରେ କ’ଣ ଖାଇବା ଦରକାର:

1- ଆଲମଣ୍ଡ

ହାଇ କ୍ବାଲିଟି ପ୍ରୋଟିନ ପାଇବାର ସହଜ ଉପାୟ ହେଉଛି ଆଲମଣ୍ଡ । ଫାଇବର ଓ ହେଲଦି ପୋଷକତତ୍ତ୍ବ ପାଇଁ ମଧ୍ୟ ଏହା ବେଶ ଲାଭଦାୟୀ । ତେବେ ସକାଳେ ଉଠି ଯଦି ଆପଣ କିଛି ଆଲମଣ୍ଡ ଖାଆନ୍ତି ତେବେ ଭିଟାମିନ ବି ସହ ଏହା ତୁରନ୍ତ ଶରୀରକୁ ଶକ୍ତି ଯୋଗାଇବାରେ ସାହାଯ୍ୟ କରିଥାଏ ।

2- କଦଳୀ

ଜଲଦିରେ ଥିବା ସମୟରେ କଦଳୀ ଗୋଟିଏ ଖାଇବାକୁ କେହି ଭୁଲନ୍ତି ନାହିଁ । ତୁରନ୍ତ ଶକ୍ତି ୟୋଗାଇବା ସହ ପେଟ ଭରିବାକୁ ଗୋଟିଏ କଦଳୀ ଯଥେଷ୍ଟ । ପୋଟାସିୟମରେ ଭର୍ତ୍ତି ଏହି ଫଳରେ ମ୍ୟାଗ୍ନେସିୟମ ଓ ଭିଟାମିନ ବି ମଧ୍ୟ ଭରପୂର ପରିମାଣରେ ରହିଥାଏ । ଗୋଟିଏ ପାଚିଲା କଦଳୀରେ ଗୋଟିଏ କଞ୍ଚା କଦଳୀ ତୁଳନାରେ ଅଧିକ ଶକ୍ତି ସଞ୍ଚାରକ କାରକ ରହିଥାଏ । ତେଣୁ ସକାଳେ ଯଦି ଆପଣ ଥକାପଣ ଅନୁଭବ କରୁଥାଆନ୍ତି ତେବେ ଗୋଟିଏ ପାଚିଲା କଦଳୀ ଖାଆନ୍ତୁ ଓ ତୁରନ୍ତ ଥକାପଣରୁ ମୁକ୍ତି ପାଆନ୍ତୁ ।

3- ପାଳଙ୍ଗ

ଭିଟାମିନ ସି ପାଇବାର ଏହା ଏକ ଭଲ ମାଧ୍ୟମ । କେବଳ ଭିଟାମିନ ସି ନୁହେଁ ବରଂ ଫୋଲେଟ ଓ ଆଇରନ ପାଇବାର ମଧ୍ୟ ଏହା ଏକ ସହଜ ମାଧ୍ୟମ । ଶରୀରରେ ଆଇରନର ଅଭାବ ହେଲେ ମାଂସପେଶୀରେ ପୀଡା ଆଦି ଅନୁଭବ ହୁଏ । ଏପରି ପରିସ୍ଥିତିରେ ପାଳଙ୍ଗ ଖାଇବାକୁ ଭୁଲନ୍ତୁ ନାହିଁ ।

4- ଖଜୁରୀ

ସ୍ବାଦ ସହ ଶରୀର ପାଇଁ ପୁଷ୍ଟିକର ଖାଦ୍ୟ ମଧ୍ୟରୁ ଗୋଟିଏ ହେଉଛି ଖଜୁରୀ । ଏହା ଖାଦ୍ୟ ହଜମ କରିବାରେ ଆପଣଙ୍କୁ ସାହାଯ୍ୟ କରିପାରେ । ଏଥିରେ ଥିବା କ୍ୟାଲସିୟମ, ଫସଫରସ, ପୋଟାସିୟମ, ମ୍ୟାଗ୍ନେସିୟମ, ଜିଙ୍କ ଓ ଆଇରନ ଶରୀର ପାଇଁ ଅତି ଆବଶ୍ୟକୀୟ । ସକାଳୁ ଉଠି କିଛି ଖଜୁରୀ ଖାଆନ୍ତୁ ଓ ଦିନ ସାରା ପାଇଁ ଶକ୍ତି ସଞ୍ଚୟ କରନ୍ତୁ । ଏହାଛଡା ଆପଣ ଚାହିଁଲେ ସକାଳର ଜୁସରେ ମଧ୍ୟ ଖଜୁରୀକୁ ସ୍ଥାନ ଦେଇପାରିବେ ।

5- ତରଭୂଜ

ଶରୀରରେ ଖାଦ୍ୟ ଓ ଜଳର ଅଭାବକୁ ଏକାସଙ୍ଗେ ଦୂର କରିପାରେ ତରଭୂଜ । ସକାଳେ ଉଠି ଯଦି ଆପଣ ଲୋ ବା ଥକାପଣ ଅନୁଭବ କରୁଥାଆନ୍ତି ତେବେ ତରଭୂଜ ଖାଆନ୍ତୁ । ଏହା ଶରୀରକୁ ଜଳୀୟ ଅଂଶ ଯୋଗାଇବା ସହ ପେଟ ଭରିବାରେ ମଧ୍ୟ ସାହାଯ୍ୟ କରିବ । ଏହା ଶରୀରରେ 90 ପ୍ରତିଶତ ଜଳୀୟ ଅଂଶ ଯୋଗାଇବାରେ ସାହାଯ୍ୟ କରେ । ତେଣୁ ଗୋଟିଏ କପ୍‌ ତରଭୂଜ ସହ ଦିନ ଆରମ୍ଭ କରନ୍ତୁ ଓ ସୁସ୍ଥ ରୁହନ୍ତୁ ।

ABOUT THE AUTHOR

...view details