ଓଡିଶା

odisha

ETV Bharat / lifestyle

ଗୁଜୁରାତି ଖାଆନ୍ତୁ ତ୍ୱଚାରେ ମ୍ୟାଜିକ ଦେଖନ୍ତୁ... - strikes

ଯେତେବେଳେ କୌଣସି ତରକାରୀ କଥା ପଡେ ସେ ସମୟରେ ପ୍ରଥମେ ଗୁଜୁରାତି କଥା ଆସେ । ବିଶେଷକରି ସକାଳ ସମୟରେ ବେଡରୁ ଉଠିବାପରେ ଗୁଜୁରାତି ଚା ଟିକେ ହୋଇଗଲେ ଦିନ ହିଁ ତାଜା ହୋଇଯାଏ । ତେବେ ସମସ୍ତେ ଗୁଜୁରାତିର ସ୍ୱାସ୍ଥ୍ୟଗତ ଉପକାରିତା ବିଷୟରେ ଜାଣିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ୍ ମିଡିଆ

By

Published : Mar 16, 2019, 2:55 PM IST

ଏହାକୁ ଆମେ ଗଳା ପଡିବା ଠୁ ଆରମ୍ଭ କରି ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବ୍ୟବହାର କରିଥାଉ । କିନ୍ତୁ ଆପଣ ଜାଣିଛନ୍ତି କି ଗୁଜୁରାତି କୁ ତ୍ୱଚାର ସୁନ୍ଦରତା ବଢାଇବା ପାଇଁ ବ୍ୟବହାର କରାଯାଏ । ଆଜ୍ଞା ହଁ ଏହା ତ୍ୱଚା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାକୁ ଚୁଟକିରେ ସମାଧାନ କରିଥାଏ । ତେବେ ଆସନ୍ତୁ ଜାଣିବାର ଏହାର ବ୍ୟବହାର ଓ ଉପକାରିତା ।

ଗୁଜୁରାତିରେ ଭରପୂର ମାତ୍ରାରେ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ରହିଛି । ଯାହା ମୁହଁରେ ହୋଇଥିବା ବ୍ରଣର କଳାଦାଗକୁ ଦୂରେଇ ଦେଇଥାଏ । ଏହାସହ ତ୍ୱଚାର ରଙ୍ଗରେ ପରିବର୍ତ୍ତନ ଆଣିଥାଏ ।

ଆସନ୍ତୁ ଜାଣିବା ଏହାର ବ୍ୟବହାର ବିଷୟରେ

ପ୍ରଥମେ କିଛି ମହୁରେ ଗୋଟେ ଚାମଚ ଗୁଜୁରାତି ଗୁଣ୍ଡ ମିଶାନ୍ତୁ । ଏହାପରେ ଏକ ପେଷ୍ଟ ପ୍ରସ୍ତତ କରନ୍ତୁ । ପେଷ୍ଟଟିକୁ ମୁହଁରେ ହୋଇଥିବା ଦାଗରେ ଲଗାନ୍ତୁ । ଏହାପରେ ଗୋଟିଏ ରାତି ପାଇଁ ଛାଡି ଦିଅନ୍ତୁ । ପରଦିନ ସକାଳ ସମୟରେ ମୁହଁକୁ ଥଣ୍ଡା ପାଣିରେ ଧୋଇଦିଅନ୍ତୁ ଓ ଫରକ ଦେଖନ୍ତୁ ।

ଗୁଜୁରାତିରେ ପ୍ରଚୁର ମାତ୍ରାରେ ଭିଟାମିନ ସି, ଆଣ୍ଟିଅକ୍ସିଡାଣ୍ଟ ରହିଛି । ଏହାକୁ ଖାଇବା ଦ୍ୱାରା ରକ୍ତ ସଂଞ୍ଚାଚନ ସଠିକ ଭାବେ ହୋଇଥାଏ । ଏହାକୁ ବ୍ୟବହାର ଦ୍ୱାରା ତ୍ୱଚାରେ ହୋଇଥିବା ଆଲର୍ଜି ଭଲ ହୋଇଯାଇଥାଏ ।

ଏହାସହ ଗୁଜୁରାତିର ସୁଗନ୍ଧ ଚିନ୍ତା ଦୂର କରି ଦେଇଥାଏ । ଏହାସହ ଶରୀରର ନର୍ଭସ ସିଷ୍ଟମକୁ ଆରାମ ମିଳିଥାଏ । ଭଲ ନିଦ ପାଇଁ ଗୁଜୁରାତି ବହୁତ ଉପକାରୀ । ଯଦି ରାତିରେ ଶୁଖ ନିଦ୍ରା ଚାହୁଁଥିବେ ତେବେ ରାତିରେ ଗୁଜୁରାତି ଖାଇ ଶୁଅନ୍ତୁ ଓ ସକାଳେ ମୁହଁରେ ଗ୍ଲୋ ଦେଖନ୍ତୁ ।

For All Latest Updates

ABOUT THE AUTHOR

...view details