ଓଡିଶା

odisha

ETV Bharat / lifestyle

ଅତିରିକ୍ତ 47 ଚାଇନିଜ ଆପ୍‌ ବ୍ୟାନକୁ ଟେମାର ସ୍ବାଗତ - ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌

ଜାତୀୟସ୍ତରରେ ଘରୋଇ ଫର୍ମଗୁଡିକୁ ସେମାନଙ୍କ ଅଧିକାର ମୁତାବକ ବଜାରରେ ପ୍ରତିଯୋଗିତା ଓ ଚାହିଦା ମୁତାବକ ମୂଲ୍ୟ ଯୋଗାଇବା ପାଇଁ ନିକଟରେ କେନ୍ଦ୍ର ସରକାର ଅନେକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି । ଯାହାକୁ ପ୍ରଶଂସା କରିଛି ଟେଲିକମ ଇକ୍ବିପମେଣ୍ଟ ମ୍ୟାନୁଫ୍ୟାକ୍ଚରର୍ସ ଆସୋସିଏସନ (ଟେମା) ।

tema, indian telecom service, latest technology news, chinese app ban in india, ଟେମା, ଭାରତୀୟ ଟେଲିକମ ଉଦ୍ୟୋଗ, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌, ଭାରତରେ ଚାଇନିଜ ଆପ୍‌ ବ୍ୟାନ
ଅତିରିକ୍ତ 47 ଚାଇନିଜ ଆପ୍‌ ବ୍ୟାନକୁ ଟେମାର ସ୍ବାଗତ

By

Published : Aug 2, 2020, 6:42 AM IST

ନୂଆଦିଲ୍ଲୀ: ଜାତୀୟସ୍ତରରେ ଘରୋଇ ଫର୍ମଗୁଡିକୁ ସେମାନଙ୍କ ଅଧିକାର ମୁତାବକ ବଜାରରେ ପ୍ରତିଯୋଗିତା ଓ ଚାହିଦା ମୁତାବ ମୂଲ୍ୟ ଯୋଗାଇବା ପାଇଁ ନିକଟରେ କେନ୍ଦ୍ର ସରକାର ଅନେକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରଥମେ 59ଟି ଚାଇନିଜ ଆପ୍‌କୁ କେନ୍ଦ୍ର ସରକାର ଦେଶରେ ବ୍ୟାନ କରିସାରିଥିବା ବେଳେ ଏବେ ଏହି ତାଲିକାରେ ସାମିଲ ହୋଇଛି ଆହୁରି 47ଟି ଚାଇନିଜ ଆପ୍‌ । ଯାହାକୁ ପ୍ରଶଂସା କରିଛି ଟେଲିକମ ଇକ୍ବିପମେଣ୍ଟ ମ୍ୟାନୁଫ୍ୟାକ୍ଚରର୍ସ ଆସୋସିଏସନ (ଟେମା) । ତେବେ କେବଳ ଆପ୍‌ ନୁହେଁ ଏଣିକି ଟେଲିକମ ପ୍ରଡକ୍ଟ ଉପରେ ମଧ୍ୟ କିଛି ନୂଆ ନିୟମ ଲାଗୁ ହୋଇଥିବା ମଧ୍ୟ ଟେମା ସ୍ପଷ୍ଟ କରିଛି ।

ଏନେଇ ଧାରା 275(1) ଅଧିନରେ ଏକ୍ସପେଣ୍ଡିଚର ବିଭାଗ(ଡିଓଇ) ନିଜ ଅଧିକାରର ପ୍ରୟୋଗ କରି ରାଜ୍ୟ ସରକାରମାନଙ୍କୁ କିଛି ନିୟମ କଡାକଡି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିୟମ ଆଧାରରେ ଟେଲିକମ ପ୍ରଡକ୍ଟ ଗୁଡିକ କାର୍ଯ୍ୟକ୍ଷମ ହେବା ପୂର୍ବରୁ ସେଗୁଡିକୁ ଟେଷ୍ଟିଂ ପ୍ରକ୍ରିୟା ଦେଇ ଗତି କରିବାକୁ ହେବ । ଏଥିସହ ସମସ୍ତ ନୂଆ ଟେଣ୍ଡର ପାଇଁ ନୂଆ ନିୟମ ମଧ୍ୟ ପ୍ରସ୍ତୁତ କରାଯାଇଛି । ଏହା ଆଧାରରେ ଯଦି କୌଣସି ଚାଇନିଜ କମ୍ପାନୀ ଜେଇଏମରେ ନିଜ ପ୍ରଡକ୍ଟ ବିକ୍ରି କରିବାକୁ ଚାହାନ୍ତି, ତେବେ ସେମାନଙ୍କୁ ପ୍ରଥମେ ରେଜିଷ୍ଟର କରିବାକୁ ହେବ । ଏହା ସମସ୍ତ ମୋବାଇଲ ହ୍ୟାଣ୍ଡ ସେଟ୍‌ କମ୍ପାନୀ ଯଥା ଓପ୍ପୋ, ଭିଭୋ, ସାଓମି ଆଦି କମ୍ପାନୀ ପାଇଁ ଲାଗୁ ହେବା ନେଇ ସ୍ପଷ୍ଟ ହୋଇଛି ।

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିରେ ଟେମା ଅଧ୍ୟକ୍ଷଙ୍କ ପ୍ରତିକ୍ରିୟା
କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିରେ ଟେମା ଅଧ୍ୟକ୍ଷଙ୍କ ପ୍ରତିକ୍ରିୟା-2

ଏନେଇ ଟେମା ଉପାଧ୍ୟକ୍ଷଙ୍କ କହିବା ଅନୁଯାୟୀ କେନ୍ଦ୍ର ସରକାରଙ୍କ ପଦକ୍ଷେପ ଦ୍ବାରା ଖୁବଶୀଘ୍ର ଜାତୀୟ ସୀମା ଓ ଡାଟା ଉପରେ ଅଙ୍କୁଶ ଲାଗିବ । ଯାହା ଉଭୟଙ୍କୁ ଅଧିକ ସୁରକ୍ଷା ଦେବ ଓ ଘରୋଇ ଫର୍ମଗୁଡିକୁ ନିଯୁକ୍ତି ସୁଯୋଗ ଯୋଗାଇବ ।

ସେପଟେ ଟେମା ସରକାରଙ୍କ ଏହି ନିଷ୍ପତ୍ତି ପରେ ପରେ ସମସ୍ତ ଘରୋଇ କମ୍ପାନୀମାନଙ୍କ ସୁବିଧା ପାଇଁ ପିପିପି ଏଆଇଆଇ ନିର୍ଦ୍ଦେଶକୁ ମଧ୍ୟ ଯଥାଶୀଘ୍ର ଲାଗୁ କରିବା ପାଇଁ ଅପିଲ କରିଛି । ଏହାଦ୍ବାରା ଭାରତ ଟେଲିକମ ମାନୁଫ୍ୟାକ୍ଚରିଂ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରିବ ବୋଲି ଟେମା ମତ ପ୍ରକାଶ କରିଛି ।

ଏମେରିଟ୍ସ ଅଧ୍ୟକ୍ଷ ପ୍ରୋଫେସର ଏନ କେ ଗୋୟଲଙ୍କ ପ୍ରତିକ୍ରିୟା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details