ଓଡିଶା

odisha

ETV Bharat / lifestyle

ଲଞ୍ଚ ହେଲା Samsungର ତୃତୀୟ ଫୋଲ୍ଡେବଲ ଫୋନ Galaxy Z Fold 2

Motorola razr କୁ ଟକ୍କର ଦେବାକୁ ଆସିଲା Samsung Galaxy Z Fold 2 । ପୂର୍ବ ଅପେକ୍ଷା ଅଧିକ ଫ୍ଲେକ୍ସିବଲ ଡିସପ୍ଲେ ସହିତ ଏହି ଫୋନ ପ୍ରସ୍ତୁତ ହୋଇଛି । ଅଧିକ ପଢନ୍ତୁ...

ଲଞ୍ଚ ହେଲା Samsungର ତୃତୀୟ ଫୋଲ୍ଡେବଲ ଫୋନ Galaxy Z Fold 2
ଲଞ୍ଚ ହେଲା Samsungର ତୃତୀୟ ଫୋଲ୍ଡେବଲ ଫୋନ Galaxy Z Fold 2

By

Published : Sep 2, 2020, 4:32 PM IST

ହାଇଦ୍ରାବାଦ: ସ୍ମାର୍ଟଫୋନ କମ୍ପାନୀ ସାମସଙ୍ଗ ତାର ତୃତୀୟ ଫୋଲଡେବଲ ଫୋନ ସାମସଙ୍ଗ Galaxy Z Fold 2 ଲଞ୍ଚ କରିଛି । ଭର୍ଚୁଆଲ ଇଭେଣ୍ଟରେ ଗାଲାକ୍ସି ଅନପ୍ୟାକଡ 2020 ପାର୍ଟ 2 ଭର୍ଚୁଆଲ ଇଭେଣ୍ଟରେ ଲଞ୍ଚ କରାଯାଇଛି । ପୂର୍ବ ଅପେକ୍ଷା ଅଧିକ ଫ୍ଲେକ୍ସିବଲ ଡିସପ୍ଲେ ସହିତ ଏହି ଫୋନ ପ୍ରସ୍ତୁତ ହୋଇଛି । Galaxy Z Fold 2 ତୁଳନାରେ ଏହାକୁ ଅନେକ ଅପଗ୍ରେଡ ଦିଆଯାଇଛି।

ସ୍କ୍ରିନ

ଏହି ସାନଦାର ଫୋନରେ 6.2 ଇଞ୍ଚର କଭର ସ୍କ୍ରିନ ଅଛି। ଆହୁରି ମଧ୍ୟ, ଏହାର ମୁଖ୍ୟ ସ୍କ୍ରିନ ଖୋଲିବାବେଳେ 7.6 ଇଞ୍ଚ । ସାମସଙ୍ଗ ଅନୁଯାୟୀ, ଗାଲାକ୍ସି ଫୋଲ୍ଡର 4.6 ଇଞ୍ଚର କଭର ସ୍କ୍ରିନ ଏବଂ 7.3 ଇଞ୍ଚର ମୁଖ୍ୟ ସ୍କ୍ରିନ ଅଛି ଏବଂ ଏହି ଆଧାରରେ Galaxy Z Fold 2 ଏକ ଅପଗ୍ରେଡ ଅଟେ । ଏହି ଫୋନ 12 GB RAM ଏବଂ 512 GB ମେମୋରୀ ଏବଂ 12 GB RAM ଏବଂ 256 GB ମେମୋରୀ ସହିତ ଲଞ୍ଚ କରାଯାଇଛି ।

ଲଞ୍ଚ ହେଲା Samsungର ତୃତୀୟ ଫୋଲ୍ଡେବଲ ଫୋନ Galaxy Z Fold 2

ବ୍ୟାଟେରୀ

Samsung Galaxy Z Fold 2 ରେ 4500 mAh ବ୍ୟାଟେରୀ ଅଛି, ଯାହା ଗାଲାକ୍ସି ଫୋଲ୍ଡ (4380 mAh) ଠାରୁ ଅଧିକ ଶକ୍ତିଶାଳୀ । Samsung Galaxy Z Fold 2 ହେଉଛି ସାମସଙ୍ଗର ତୃତୀୟ ଫୋଲଡେବଲ ସ୍ମାର୍ଟଫୋନ । ଏହାପୂର୍ବରୁ କମ୍ପାନୀ ଗାଲାକ୍ସି ଫୋଲ୍ଡ ଏବଂ Samsung Galaxy philp ଲଞ୍ଚ କରିଛି। Samsung Galaxy Z Fold 2 ମିଷ୍ଟିକ ବ୍ଲାକ ଏବଂ ମିଷ୍ଟିକ ବ୍ରୋଞ୍ଜ ରଙ୍ଗ ବିକଳ୍ପରେ ଉପଲବ୍ଧ ।

କ୍ୟାମେରା ଓ ଫିଚର

ନୂତନ ଡିଭାଇସରେ 10 ମେଗାପିକ୍ସେଲ ସେଲଫି କ୍ୟାମେରା ଅଛି ଏବଂ ରିୟର କ୍ୟାମେରାରେ 3ଟି ସେନସର ଦିଆଯାଇଛି । ବ୍ୟାକ କ୍ୟାମେରାରେ 10MP ଜୁମ ଉପଲବ୍ଧ ସହିତ 12MP ଅଲ୍ଟ୍ରା ୱାଇଡ, 12MP ଓ୍ବାଇଡ ଆଙ୍ଗେଲ ଏବଂ 12MP ଟେଲିଫୋଟୋ କ୍ୟାମେରା ରହିଛି । ଯାହା ସହିତ 10x ଜୁମ ଉପଲବ୍ଧ ରହିଛି ।

ମୂଲ୍ୟ

ଏହି ଫୋନ ଭାରତରେ କେବେ ଲଞ୍ଚ ହେବ ସେ ସମ୍ପର୍କରେ କୌଣସି ସୂଚନା ନାହିଁ। କିନ୍ତୁ ଯୁକ୍ତରାଷ୍ଟ୍ରରେ ଏହି ଫୋନ 1,999 ଡଲାରରେ କିଣାଯାଇପାରିବ, ଅର୍ଥାତ ପ୍ରାୟ 1,48,300 ଟଙ୍କା । ଏହି ଫୋନ ବିଶ୍ୱର 40 ଟି ବଜାରରେ ଉପଲବ୍ଧ ହେବ, ଯେଉଁଥିରେ ଆମେରିକା ଏବଂ ଦକ୍ଷିଣ କୋରିଆ ପ୍ରମୁଖ । ଏହି ଫୋନଟି 18 ସେପ୍ଟେମ୍ବରରୁ ଆମେରିକା ଏବଂ ଦକ୍ଷିଣ କୋରିଆରେ କିଣାଯାଇଥିବାବେଳେ ଗତକାଲି ଠାରୁ ଏହାର ପ୍ରି ବୁକିଂ ଆରମ୍ଭ ହୋଇଛି ।

ଏହା Motorola razrkକୁ ଟକ୍କର ଦେବ

Samsung Galaxy Z Fold 2, Motorola razr କୁ ଟକ୍କର ଦେବ । ଏହାର 6 GB RAM + 128 GB ଷ୍ଟୋରେଜ ଭାରିଆଣ୍ଟର ମୂଲ୍ୟ 1,24,999 ଟଙ୍କା । ଏହି ଫୋନରେ 6.2 ର OLED HD Plus ଡିସପ୍ଲେ ରହିଛି । କାର୍ଯ୍ୟଦକ୍ଷତା ପାଇଁ କ୍ୱାଲକମ ସ୍ନାପଡ୍ରାଗନ 710 SoCକୁ ଦିଆଯାଇଛି । ଏହି ସମୟରେ, ଏହି ଫୋନ ଆଣ୍ଡ୍ରଏଡ 9.0 ପାଇ ଅପରେଟିଂ ସିଷ୍ଟମରେ କାମ କରେ । 16 ମେଗାପିକ୍ସେଲ ପ୍ରାଇମେରୀ କ୍ୟାମେରା ଦିଆଯାଇଛି । ଏହି ଫୋନରେ 2,510 mAh ବ୍ୟାଟେରୀ ଅଛି ।

ABOUT THE AUTHOR

...view details