ହାଇଦ୍ରାବାଦ: Oppo କମ୍ପାନୀ ଏହାର ନୂତନ ସ୍ମାର୍ଟଫୋନ 'Oppo A72 5G' ଲଞ୍ଚ କରିଛି। ଏହା ଏକ 5G ରେଡି ସ୍ମାର୍ଟଫୋନ, ଏଥିରେ ଏକ ପାଓ୍ବାରଫୁଲ ପ୍ରୋସେସର ସହ ପଞ୍ଚ-ହୋଲ ଡିସପ୍ଲେ ରହିଛି । ଫଟୋଗ୍ରାଫି ପାଇଁ ଏଥିରେ 3 ଟି କ୍ୟାମେରା ଅଛି । ଏହାର ମୂଲ୍ୟ ଏବଂ ଉପଲବ୍ଧତା ବିଷୟରେ ଆସନ୍ତୁ ଜାଣିବା ।
ମୂଲ୍ୟ
ନୂଆ Oppo A72 5G ର 8 GB RAM ଏବଂ 128 GB ଇଣ୍ଟରନାଲ ଷ୍ଟୋରେଜ ଭାରିଏଣ୍ଟର ମୂଲ୍ୟ 1,899 ଚୀନ ୟୁଆନ (ପ୍ରାୟ 20,200 ଟଙ୍କା) ରହିଛି । ଏହି ଫୋନ ଭାଓଲେଟ, ନିୟୋନ ଏବଂ ବ୍ଲାକ ରଙ୍ଗ ରେ ଉପଲବ୍ଧ । ଏହି ଫୋନ ଭାରତରେ କେବେ ଲଞ୍ଚ ହେବ ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।
ସ୍ପେସିଫିକେସନ
ନୂଆ Oppo A72 5G ସ୍ମାର୍ଟଫୋନରେ 6.5 ଇଞ୍ଚ ଫୁଲ HD+ ଡିସପ୍ଲେ ଅଛି, ଯାହା 1,080x2,400 ପିକ୍ସେଲ ରେଜୋଲୁସନ ସହିତ ରହିଛି । ବର୍ତ୍ତମାନ ସ୍ମାର୍ଟଫୋନ କମ୍ପାନୀଗୁଡିକ ସେମାନଙ୍କର ଅଧିକାଂଶ ସ୍ମାର୍ଟଫୋନରେ ଏହି ଡିସପ୍ଲେ ବ୍ୟବହାର କରୁଛନ୍ତି । ପରଫରମାନ୍ସ ପାଇଁ, ଏଥିରେ 720 ପ୍ରୋସେସର ରହିଛି । ଏହି ଫୋନ ଆଣ୍ଡ୍ରଏଡ 10 ଅପରେଟିଂ ସିଷ୍ଟମରେ କାମ କରେ ପ୍ରୋସେସର ଦୃଷ୍ଟିରୁ ଏହା ଏକ ଭଲ ସ୍ମାର୍ଟଫୋନ ବୋଲି ପ୍ରମାଣିତ ହୋଇପାରେ ।
ପାଓ୍ବାର ପାଇଁ, ଏହି ଫୋନରେ 4040mAh ବ୍ୟାଟେରୀର ସପୋର୍ଟ ଅଛି, ଯାହା 18W ଫାଷ୍ଟ ଚାର୍ଜିଂ ଦେବ । ଏହା ବ୍ୟତୀତ, 5G, WIFI, ବ୍ଲୁଟୁଥ, ଜିପିଏସ ଏବଂ USB ପୋର୍ଟ ଟାଇପ-ସି ଫିଚର ରହିଛି ।
କ୍ୟାମେରା
ଫଟୋଗ୍ରାଫି ପାଇଁ, ଏହି ଫୋନର ପଛ ଭାଗରେ ଟ୍ରିପଲ ରିୟର କ୍ୟାମେରା ସେଟଅପ ରହିଛି । ଯେଉଁଥିରେ 16 ମେଗାପିକ୍ସେଲ ପ୍ରାଇମେରୀ ସେନସର, 8 ମେଗାପିକ୍ସେଲ ଅଲଟ୍ରା ୱାଇଡ ଆଙ୍ଗଲ ଲେନ୍ସ ଏବଂ 2 ମେଗାପିକ୍ସେଲ ଲେନ୍ସ ଅଛି । କେବଳ ଏତିକି ନୁହେଁ, ଏହି ଫୋନରେ ସେଲଫି ପାଇଁ 16 ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଅଛି ।