ଓଡିଶା

odisha

ETV Bharat / lifestyle

ଲକଡାଉନରେ ଛାତ୍ରଛାତ୍ରୀଙ୍କ ପାଇଁ HRD ବିଭାଗର ନୂଆ ଶୈକ୍ଷିକ ଫଣ୍ଡା - tech related news

ଲକଡାଉନ୍ ଅବଧିରେ, HRD ମନ୍ତ୍ରଣାଳୟ କ୍ରମାଗତ ଭାବରେ ଅନଲାଇନ୍ ଶିକ୍ଷା ପଦକ୍ଷେପ ସହିତ ଛାତ୍ରମାନଙ୍କୁ ଶିଖିବା ଏବଂ ଜ୍ଞାନ ବୃଦ୍ଧିରେ ସାହାଯ୍ୟ କରୁଛି । ଏବେ ସୁଦ୍ଧା ଛାତ୍ରଛାତ୍ରୀଙ୍କ ପାଇଁ ଇ -ଜ୍ଞାନକୋଷ, ଭର୍ଚୁଆଲ୍ ଲ୍ୟାବ୍, ଫିଟନେସ୍ କ୍ଲାସ୍ ଇତ୍ୟାଦି ଆଣିଛନ୍ତି।

Ministry of HRD: Learn online during Lockdown.
ଲକଡାଉନରେ HRD ବିଭାଗର ଅନଲାଇନ ଶୈକ୍ଷିକ ଫଣ୍ଡା

By

Published : May 11, 2020, 4:30 PM IST

ହାଇଦ୍ରାବାଦ୍: କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ସ୍କୁଲ କଲେଜ ଓ ବିଦ୍ୟାଳୟକୁ ବନ୍ଦ ରଖାଯାଇଛି। ବର୍ତ୍ତମାନ ସମୟରେ ମଧ୍ୟ ପରିସ୍ଥିତି ସୁଧୁରିବା ପରିବର୍ତ୍ତେ ଆହୁରୀ ସାଙ୍ଘାତିକ ହେବା ସହ ବିଗିଡିବାରେ ଲାଗିଛି। ଯାହାଫଳରେ ଗୋଟିଏ କ୍ଲାସ ରୁମରେ 30 ରୁ 40 ପିଲା ବସି ପଢିବା ସମ୍ଭବ ପର ନୁହେଁ। ତେଣୁ ଛାତ୍ରଙ୍କ ପାଠକୁ ଆଗେଇ ନେବା ସହ ଅନଲାଇନରେ ଆପ୍ସ ଏବଂ ୟ୍ୟୁଟବରେ ଶିକ୍ଷାଦାନ କରାଯାଉଛି।

ଏହି ଲକଡାଉନ ସମୟରେ ମାନବ ସମ୍ବଳ ଓ ବିକାଶ ମନ୍ତ୍ରଣାଳୟ(HRD) ପକ୍ଷରୁ ଅନେକ ଅନଲାଇନ ପାଠ୍ୟକ୍ରମ ଆରମ୍ଭ କରିଛି। ଯାହା ଦ୍ବାରା ଛାତ୍ରଛାତ୍ରୀ ମାନେ ଘରେ ବସି ଜ୍ଞାନ ଅର୍ଜନ କରିବା ସହ ସମୟର ସଠିକ୍ ଉପଯୋଗ କରିପାରିବେ।

ସେହିପରି କିଛି ଦିନ ତଳେ ଏଚଆରଡି ମନ୍ତ୍ରଣାଳୟ ପରିବେଶ ପ୍ରେମୀଙ୍କ ପାଇଁ ଓ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଇ-ଜ୍ଞାନକୋଶର ପ୍ରବର୍ତ୍ତନ କରିଥିଲେ। ବର୍ତ୍ତମାନର ଲକଡାଉନରେ HRD ବିଭାଗର ନୂଆ ଅନଲାଇନ ଶୈକ୍ଷିକ ଫଣ୍ଡା ବା ଭର୍ଚ୍ୟୁଆଲ୍ କ୍ଲାସ ସମସଙ୍କୁ ସହାୟ ହେଉଛି।

ତେବେ ଇ- ଜ୍ଞାନକୋଷରେ ପବନ ଶକ୍ତି, ସୌର ଶକ୍ତି, ବର୍ଜ୍ୟବସ୍ତୁ ପରିଚାଳନା, ୱାଇଲ୍ଡ ଲାଇଫ୍ ଏବଂ ଅନ୍ୟାନ୍ୟ ବିଷୟଗୁଡ଼ିକରେ ପାଠ୍ୟକ୍ରମ ଉପଲବ୍ଧ ରଖାଯାଇଛି। ଯାହାଦ୍ବାରା ସ୍ନାତକୋତ୍ତର ଏବଂ ସ୍ନାତକୋତ୍ତର ସ୍ତରର ଛାତ୍ରମାନେ ଭର୍ଚୁଆଲ୍ ଲ୍ୟାବ୍ ଆକସେସ କରି ପଢି ପାରିବେ।

ଏଥିରେ ରହିଥିବା ବିଷୟ ବସ୍ତୁ ଗୁଡିକ ହେଲା ଇଲେକ୍ଟ୍ରୋନିକ୍ସ ଯୋଗାଯୋଗ, ଭୌତିକ ବିଜ୍ଞାନ, ମେକାନିକାଲ୍ ଇଞ୍ଜିନିୟରିଂ ଇତ୍ୟାଦି। ଛାତ୍ରମାନେ ୱେବ୍ ରିସୋର୍ସ, ଭିଡିଓ-ଲେକଚର୍, ଆନିମେଟେଡ୍ ପ୍ରଦର୍ଶନ ଇତ୍ୟାଦିରେ ଜ୍ଞାନ ଆହରଣ କରିପାରିବେ।

ଏହାସହ ମନ୍ତ୍ରାଳୟର ମଧ୍ୟ ଫିଟ୍ ଭାରତ ପରି ଲାଇଭ୍ ଲାଇଭ୍ ଫିଟନେସ କ୍ଲାସ ୟ୍ୟୁଟିବ୍ ଚ୍ୟାନେଲ ଆରମ୍ଭ କରିଛନ୍ତି। ସେହିପରି ସ୍ବୟଂ କାର୍ଯ୍ୟକ୍ରମ ମାଧ୍ୟମରେ ଭାରତ ସରକାର ଶିକ୍ଷା କ୍ଷେତ୍ରରେ 3ଟି ବଡ ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି। ତାହା ହେଲା ପ୍ରବେଶ, ସମାନତା ଓ ଗୁଣବତ୍ତା।

ଏହାସହ ଜାନୁୟାରୀ 2020 ରେ ଏହି ପାଠ୍ୟକ୍ରମ ପାଇଁ ନାମ ଲେଖାଇଥିବା ଛାତ୍ର ଏବଂ ଶିକ୍ଷାର୍ଥୀମାନଙ୍କ ପାଇଁ ଏକ ଖୁସି ଖବର, ସେମାନେ ସେମାନଙ୍କର ପାଠ୍ୟକ୍ରମ ସ୍ବୟଂ ସାଇଟରେ ଜାରି ରଖିବାକୁ ଯୋଗ୍ୟ ଅଟନ୍ତି। ଅଧିକ ସୂଚନା ପାଇଁ www.swayam.gov.in ଲଗଇନ୍ କରନ୍ତୁ।

ABOUT THE AUTHOR

...view details