ବେଜିଂ: ଖୁବଶୀଘ୍ର ଲଞ୍ଚ ହେବାକୁ ଯାଉଛି ଅନର କମ୍ପାନୀର 5ଜି ସ୍ମାର୍ଟଫୋନ । ଏହି ସ୍ମାର୍ଟଫୋନ ଚଳିତବର୍ଷ ଲଞ୍ଚ ହେବା ନେଇ ରବିବାର ସ୍ପଷ୍ଟ କରିଛନ୍ତି କମ୍ପାନୀ ଅଧ୍ୟକ୍ଷ ଜାଓ ମିଙ୍ଗ । ଏହି ସ୍ମାର୍ଟଫୋନର ମୁଖ୍ୟ ଆକର୍ଷଣ ରହିବ ଏହାର 7ଇଞ୍ଚର ଡିସପ୍ଲେ ଓ ଏଥିରେ ଉପଲବ୍ଧ ହେବାକୁ ଥିବା 5ଜି କନେକ୍ଟିଭିଟି ।
ଲଞ୍ଚ ହେବାକୁ ଥିବା ଏହି ନୂଆ ସ୍ମାର୍ଟଫୋନ ଅନର ଏକ୍ସ10 ସିରିଜର ଆଗାମୀ ପ୍ରଡକ୍ଟ ହେବ ବୋଲି ଆକଳନ କରାଯାଇଛି । ଏଥିସହ ଏହି ସ୍ମାର୍ଟଫୋନ ବଜାରରେ ଅନର ଏକସ10 ମାକ୍ସ ନାମରେ ଏଣ୍ଟ୍ରି ନେବ ବୋଲି ଜଣାପଡିଛି । ତେବେ କେବଳ ଅନର ନୁହେଁ, ବରଂ ଆହୁରି ଅନେକ ସ୍ମାର୍ଟଫୋନ କମ୍ପାନୀ ଆଗକୁ 7 ଇଞ୍ଚ ଡିସପ୍ଲେର ସ୍ମାର୍ଟଫୋନ ଲଞ୍ଚ କରିବା ନେଇ ଯୋଜନା ରଖିଛନ୍ତି ।