ଓଡିଶା

odisha

ETV Bharat / lifestyle

ଆସନ୍ତା ବର୍ଷ ଆସିବ ମୋଟୋରୋଲା ନିଓର ଫିଚର - ମୋଟୋରୋଲା ନିଓର ଫିଚର

ଆସନ୍ତା ବର୍ଷ ମୋଟୋରୋଲା ନିଓର ଫିଚର ଲଞ୍ଚ କରାଯିବା ନେଇ ସୂଚନା । ଟ୍ରିପଲ କ୍ୟାମେରା ସେଟ୍‌ଅପ ସହ ଡିସ୍‌ପ୍ଲେରେ ରହିବ FDH+ ରିଜୋଲ୍ୟୁସନ । ଅଧିକ ପଢ଼ନ୍ତୁ...

Features of Motorola Nio, Motorola Nio Features to launch next year, ମୋଟୋରୋଲା ନିଓର ଫିଚର, ମୋଟୋରୋଲା ସ୍ନାପଡ୍ରାଗନ୍ 865
ଆସନ୍ତା ବର୍ଷ ଆସିବା ମୋଟୋରୋଲା ନିଓର ଫିଚର

By

Published : Nov 25, 2020, 4:54 PM IST

ନୂଆଦିଲ୍ଲୀ: ମୋଟୋରୋଲା ସ୍ନାପଡ୍ରାଗନ୍ 865 ଦ୍ବାରା ଚାଳିତ ଏକ ନୂତନ ଫ୍ଲାଗସିପ୍ ଡିଭାଇସ୍ ‘ନିଓ’ ଉପରେ କାମ କରୁଛି ଯାହାକୁ ଆସନ୍ତା ବର୍ଷ ଲଞ୍ଚ କରାଯିବ ବୋଲି ସୂଚନା ରହିଛି ।

ମୋଟୋରୋଲା ନିଓରେ କ’ଣ ରହିବ ଫିଚର:-

ମୋଟୋରୋଲାର ନୂତନ ଫ୍ଲାଗସିପ ମଧ୍ୟରେ ରହୁଥିବା ସ୍ନାପଡ୍ରାଗନ 865 ଚିପ୍‌ 8GB RAM ଓ 128GB ଅନବୋର୍ଡ ଷ୍ଟୋରେଜ ବିଶିଷ୍ଟ ହେବ ବୋଲି ଗିଜ୍‌ବୋଟ ନ୍ୟୁଜ୍‌ ରିପୋର୍ଟ କରିଛି ।

ଆସନ୍ତା ବର୍ଷ ଆସିବା ମୋଟୋରୋଲା ନିଓର ଫିଚର

ଏହାସହ ଡିସ୍‌ପ୍ଲେରେ FDH+ ରିଜୋଲ୍ୟୁସନ ରହିବ ଓ ପେନାଲରେ ଅନ୍ତତଃ 90Hz ରିଫ୍ରେସ ରେଟ ରହିବ ବୋଲି ଆଶା କରାଯାଉଛି ।

ଏହି ଫୋନର ପଛରେ ରହିବ ଟ୍ରିପଲ କ୍ୟାମେରା ସେଟଅପ୍‌ ଯେଉଁଥିରେ 64MP ସେନ୍ସର ସହ ୱାଇଡ ଆଙ୍ଗଲ୍‌ ଲେନ୍ସ, ଏକ 16MP ସେନ୍ସର ସହ ଅଲ୍ଟ୍ରା ୱାଇଡ ଆଙ୍ଗଲ୍‌ ଲେନ୍ସ ଓ 2MP ଗଭୀର ସେନ୍ସର ।

ଆସନ୍ତା ବର୍ଷ ଆସିବା ମୋଟୋରୋଲା ନିଓର ଫିଚର

ଫୋନ ଆଗରେ ରହିବ ଡୁଆଲ କ୍ୟାମେରା ସେଟ୍‌ଅପ, ଯେଉଁଥିରେ ରହିବ 16MP ସେନ୍ସର ସହ ୱାଇଡ-ଆଙ୍ଗଲ୍‌ ଲେନ୍ସ ଓ 8MP ଅଲ୍ଟ୍ରା ୱାଇଡ ଆଙ୍ଗଲ୍‌ ଲେନ୍ସ ।

ଅନ୍ୟାନ୍ୟ ଫିଚର ମଧ୍ୟରେ ରହିବ ଡୁଆଲ ସିମ ସପୋର୍ଟ ଓ ଆଣ୍ଡ୍ରଏଡ 11 ।

@IANS

ABOUT THE AUTHOR

...view details