ହାଇଦ୍ରାବାଦ:ରେଡମି ନିଜର ନୂଆ ସ୍ମାର୍ଟଫୋନ ରେଡମି ନୋଟ 10 ସିରିଜ ଭର୍ଚୁଆଲ ମାଧ୍ୟମରେ ଭାରତରେ ଲଞ୍ଚ କରିଛି । ଏହି ନୋଟ 10 ସିରିଜରେ 3ଟି ସ୍ମାର୍ଟଫୋନ ଯଥାକ୍ରମେ, ରେଡମି ନୋଟ 10 ପ୍ରୋ ମାସ୍କ, ରେଡିମି ନୋଟ 10 ପ୍ରୋ ଏବଂ ରେଡମି ନୋଟ 10 ରହିଛି ।
ରେଡମି ନୋଟ 10 ପ୍ରୋ ମ୍ୟାକ୍ସର ଫିଚର:
ଏଥିରେ 5MP ସୁପର ମାକ୍ରୋ ଲେନ୍ସ, 8MP ଅଲ୍ଟ୍ରା-ୱାଇଡ୍ ଲେନ୍ସ ଓ 2mp ଗଭୀର ସେନସର ଯୁକ୍ତ 108MPର ବ୍ୟାକ୍ କ୍ୟାମେରା ରହିଛି । କ୍ୟାମେରାରେ ନାଇଟ ମୋଡ୍ 2.0, ମ୍ୟାଜିକ୍ କ୍ଲୋନ୍ ମୋଡ୍, ଲଙ୍ଗ ଏକ୍ସପୋଜର୍ ମୋଡ୍, ଭିଡିଓ ପ୍ରୋ ମୋଡ୍, ଡୁଆଲ୍ ଭିଡିଓ ଏବଂ ଭ୍ଲଗ୍ ମୋଡ୍ ରହିଛି | ନାଇଟ ମୋଡ୍ ସେଲଫି ସହିତ 16MP ଇନ-ଡିସପ୍ଲେ ପଞ୍ଚ-ହୋଲ୍ ସାମ୍ନା କ୍ୟାମେରା ମଧ୍ୟ ଅଛି । ଏଥିରେ 3D କର୍ଭ ଗ୍ଲାସ୍ ବଡି, ଫିଙ୍ଗର ପ୍ରିଣ୍ଟ ସ୍କାନର ଏବଂ ଡବଲ ଟ୍ୟାପ ଗେସଚର ରହିଛି । ଏହି ସ୍ମାର୍ଟଫୋନଟି ତିନୋଟି ଭିନ୍ନ ଭିନ୍ନ ଦାମ୍ ଯଥାକ୍ରମେ 18 ହଜାର 999, 19 ହଜାର 999 ଏବଂ 21 ହଜାର 999 ରହିଛି ।
ଏହା 192 ଗ୍ରାମ ଓଜନ ବିଶିଷ୍ଟ ଏବଂ 8.1ଏମଏମ ଫ୍ଲାଟ ଅଟେ । ରେଡମି ନୋଟ ପ୍ରୋ ମ୍ୟାକ୍ସ କ୍ବାଲକୋମ ସ୍ନାପଡ୍ରାଗନ 732ଜି ମୋବାଇଲ ପ୍ରୋସେସର ଯୁକ୍ତ ଅଟେ । ସ୍ମାର୍ଟଫୋନରେ 8GB LPDDR4X ରାମ୍ ଏବଂ 128GB UFS2.2 ଷ୍ଟୋରେଜ କ୍ଷମତା ରହିଛି । ଏଥିରେ 5020mAh ଯୁକ୍ତ ଦୀର୍ଘକାଳୀନ ଚାର୍ଜ କ୍ଷମତା ସମ୍ପନ୍ନ ଓ 33Wର ଦ୍ରୁତ ବ୍ୟାଟେରୀ ଚାର୍ଜିଂ କ୍ଷମତା ରହିଛି ।