ନୂଆଦିଲ୍ଲୀ: ଘରୋଇ ମୋବାଇଲ ଫୋନ ନିର୍ମାତା ଲାଭା ଏକ ନୂଆ ଫିଚର ଫୋନ ଲଞ୍ଚ କରିଛି । ଏହାର ମୂଲ୍ୟ ମାତ୍ର 1 ହଜାର 5ଶହ 99ଟଙ୍କା ରହିଥିବା ବେଳେ ଏଥିରେ ପଲ୍ସ ଓ ହାର୍ଟବିଟ ସହ ବ୍ଲଡ ପ୍ରେସର ମାପିବାର ସେନସର ସୁବିଧା ରହିଛି । ଏହି ହ୍ୟାଣ୍ଡସେଟ ଆମାଜନ, ଫ୍ଲିପକାର୍ଟ ଓ ରିଟେଲ ଷ୍ଟୋରମାନଙ୍କରେ ରୋଜ ଗୋଲ୍ଡ ରଙ୍ଗରେ ଉପଲବ୍ଧ ହେଉଛି ।
ଏହା ଗୋଟିଏ ଭାରତୀୟ ବ୍ରାଣ୍ଡ ଭାବରେ ଗ୍ରାହକଙ୍କୁ ନିରବଚ୍ଛିନ୍ନ ଭାବରେ ବିଭିନ୍ନ ସୁବିଧା ଉପଲବ୍ଧ କରି ଆସିଛି । ବିଶେଷ କରି ବର୍ତ୍ତମାନର ପରିସ୍ଥିତିକୁ ଲକ୍ଷ୍ୟ କରି ଏହାକୁ ତିଆରି କରାଯାଇଥିବା ଲାଭା ଇଣ୍ଟରନ୍ୟାସନାଲର ଉତ୍ପାଦନ ମୁଖ୍ୟ ପ୍ରକାଶ କରିଛନ୍ତି ।