ଓଡିଶା

odisha

ETV Bharat / lifestyle

ଭାରତରେ ଲଞ୍ଚ ହେଲା ଜିଓନି ମାସ୍କ ପ୍ରୋ - ଜିଓନି ମାକ୍ସ ପ୍ରୋ

ଖ୍ୟାତି ସମ୍ପନ୍ନ ସ୍ମାର୍ଟଫୋନ ନିର୍ମାତା ଜିଓନି ବଜେଟ ସ୍ମାର୍ଟଫୋନ ଜିଓନି ମାସ୍କ ପ୍ରୋ ଭାରତରେ ଲଞ୍ଚ କରିଛି । ଏହାର ଦାମ୍ 6 ହଜାର 999 ରହିଛି । ଅଧିକ ପଢନ୍ତୁ...

ଭାରତରେ ଲଞ୍ଚ ହେଲା ଜିଓନି ମାସ୍କ ପ୍ରୋ
ଭାରତରେ ଲଞ୍ଚ ହେଲା ଜିଓନି ମାସ୍କ ପ୍ରୋ

By

Published : Mar 4, 2021, 10:44 PM IST

ନୂଆଦିଲ୍ଲୀ:ଲଞ୍ଚ ହେଲା ଜିଓନି ମାକ୍ସ ପ୍ରୋ । ଖ୍ୟାତି ସମ୍ପନ୍ନ ସ୍ମାର୍ଟଫୋନ ନିର୍ମାତା ଜିଓନି ଏହି ବଜେଟ ସ୍ମାର୍ଟଫୋନକୁ ଭାରତୀୟ ବଜାରରେ ଲଞ୍ଚ କରିଛି । ଏହାର ଦାମ୍ 6 ହଜାର 999 ଟଙ୍କା ରହିଛି । ସ୍ମାର୍ଟଫୋନଟି ସନସାଇନ ଟେକଶ୍ଚର ସହ କଳା, ଲାଲ୍ ଏବଂ ନୀଳ ଆଦି ତିନୋଟି ରଙ୍ଗରେ ବଜାରରେ ଉପଲବ୍ଧ ହେବ । ତେବେ ଏହି ନୂତନ ଜିଓନି ମାକ୍ସ ପ୍ରୋ ଆଜିର ଯୁବପିଢିଙ୍କ ସମସ୍ତ ଡିଜିଟାଲ ଆବଶ୍ୟକତାକୁ ପୂରଣ କରିପାରିବ ବୋଲି ଭାରତର ଜେଆଇପିଏଲ ପରିଚାଳକ ପ୍ରଦୀପ ଜୈନ ପ୍ରକାଶ କରିଛନ୍ତି ।

ଜିଓନି ମାକ୍ସ ପ୍ରୋର ଫିଚର:

.ଏଥିରେ ଫେସ ଅନଲକ ସିଷ୍ଟମ ରହିଛି । ଡିଭାଇସରେ ଫୁଲ ଭିଉ ଡି ଡ୍ରପ ଡିସପ୍ଲେ ଫିଚର ସହ 6.52 ଇଞ୍ଚ HD ଯୁକ୍ତ ସ୍କ୍ରିନ ରହିଛି ।

.ଦୀର୍ଘ କାର୍ଯ୍ୟଦକ୍ଷତା ସୁନିଶ୍ଚିତ କରିବାକୁ ଏହି ସ୍ମାର୍ଟଫୋନଟି 3GB RAM ଏବଂ 32GB ROM ବିଶିଷ୍ଟ ଅଟେ ।

. 6000mAhର ଏହାର ଦୀର୍ଘସ୍ଥାୟୀ ବ୍ୟାଟେରୀ ରହିଛି । ଯଦ୍ବାରା ଉପଭୋକ୍ତାମାନେ ସ୍ମାର୍ଟଫୋନ ସହ ସବୁବେଳେ ଜଡିତ ରହିପାରିବେ । 60 ଘଣ୍ଟା କଲିଂ, 34 ଦିନ ଷ୍ଟାଣ୍ଡବାଏ, 12 ଘଣ୍ଟା ଖେଳ ଏବଂ 13 ଘଣ୍ଟା ଫିଲ୍ମ ଦେଖିବା ସହ ଅଧିକ ଭର୍ଚୁଆଲରେ ଯୋଡି ହୋଇପାରିବେ ।

.ସେହିପରି ଜିଓନି ମାକ୍ସ ପ୍ରୋ 13MP + 2MP ଡୁଆଲ କ୍ୟାମେରା ଏବଂ 8MP ସେଲଫି କ୍ୟାମେରା ଦ୍ବାରା ସଜ୍ଜିତ ହୋଇଛି ।

.ଏହି ସ୍ମାର୍ଟଫୋନ ଏକ ଅକ୍ଟା କୋର ଫ୍ରୋସେସର ଦ୍ବାରା ଚାଳିତ, ଯାହା ସଠିକ ସଂଯୋଗ ଓ କାର୍ଯ୍ୟଦକ୍ଷତାକୁ ନିଶ୍ଚିତ କରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details