ହାଇଦ୍ରାବାଦ: ଭିଡିଓ ମିଟ ଆପ ଜୁମ ଘୋଷଣା କରିଛି ଯେ, ଏହା ବର୍ତ୍ତମାନ ସ୍ମାର୍ଟ ହୋମ ଡିସପ୍ଲେରେ ଉପଲବ୍ଧ ହେବ । ଯେଉଁଥିରେ ଆମାଜନ ଇକୋ ସୋ, ଫେସବୁକ ପୋର୍ଟାଲ ଏବଂ ଗୁଗୁଲ ନେଷ୍ଟ ହବ ମ୍ୟାକ୍ସ ରହିଛ।
ପୋର୍ଟାଲରେ ଜୁମ ସେପ୍ଟେମ୍ବରରେ ସର୍ବସାଧାରଣରେ ଉପଲବ୍ଧ ହେବାର ଆଶଙ୍କା ରହିଛି । ଏବଂ ବର୍ଷ ଶେଷ ସୁଦ୍ଧା ଇକୋ ସୋ ଏବଂ ଗୁଗୁଲ ନେଷ୍ଟ ହବ ମ୍ୟାକ୍ସରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି ।
ଜୁମର ମୁଖ୍ୟ ଉତ୍ପାଦ ଅଧିକାରୀ ଓଡେଡ ଗେଲ କହିଛନ୍ତି, "ଏହି ଲୋକପ୍ରିୟ ଡିଭାଇସ ଗୁଡିକୁ ଜୁମ ଆଣିବାକୁ ଉତ୍ସାହିତ ଅଟେ। ଏହା ପୂର୍ବ ଅପେକ୍ଷା ଅଧିକ ସ୍ପଷ୍ଟ ହୋଇଛି ଯେ, ଲୋକମାନେ ବୃତ୍ତିଗତ ଭାବରେ ଏବଂ ବ୍ୟକ୍ତିଗତ ଭାବରେ ସେମାନଙ୍କର ଭିଡିଓ ଯୋଗାଯୋଗ ଆବଶ୍ୟକତା ପାଇଁ ସହଜ ବ୍ୟବହାର ପ୍ରଦର୍ଶନ ଖୋଜୁଛନ୍ତି"।
ଫେସବୁକ ପାଇଁ ଭବିଷ୍ୟତରେ ପୋର୍ଟାଲ ଟିଭି ପାଇଁ ପୋର୍ଟାଲ ମିନି, ପୋର୍ଟାଲ ଏବଂ ପୋର୍ଟାଲ ପ୍ଲାସରେ ଉପଲବ୍ଧ ହେବ । ଇକୋ ଶୋ 8 ଠାରୁ ଆରମ୍ଭ କରି ଜୁମ ଆମେରିକାର ଆମାଜନ ଇକୋ ଶୋ ଡିଭାଇସରେ ଚଳିତ ବର୍ଷ ଶେଷ ହେବ ।