ଓଡିଶା

odisha

ETV Bharat / lifestyle

ୟୁଟ୍ୟୁବ ମ୍ୟୁଜିକ୍ ଓ ପ୍ରମିୟମ୍ ସର୍ଭିସର ଉଠାନ୍ତୁ ମଜା

ଭାରତରେ ୟୁଟ୍ୟୁବ ମ୍ୟୁଜିକ୍ ସର୍ଭିସ୍ ସହ ୟୁଟ୍ୟୁବ୍ ପ୍ରିମିୟମର ସେବା ମଧ୍ୟ ଆରମ୍ଭ ହୋଇଛି । ଏହି ସେବା ହିନ୍ଦୀ ଓ ଇଂରାଜୀ ସମେତ 9ଟି ଆଞ୍ଚଳିକ ଭାଷାରେ ଲଞ୍ଚ କରାଯାଇଛି । ଏହି ସର୍ଭିସର ମଜା ଉଭୟ ଆଣ୍ଡ୍ରଏଡ୍ ଓ ଆଇଫୋନ୍ ସ୍ମାର୍ଟଫୋନରେ ମ୍ୟୁଜିକ୍ ପ୍ରେମୀ ଉଠାଇ ପାରିବେ ।

ଫାଇଲ ଫଟୋ

By

Published : Mar 14, 2019, 1:11 PM IST

ନୂଆଦିଲ୍ଲୀ: ଭାରତରେ ଇଣ୍ଟରନେଟ୍ ସେବା ଶସ୍ତା ହେବା ପରେ ଅନଲାଇନ୍ ମ୍ୟୁଜିକର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି । ଏବେ ସିଧାସଳଖ ଅନଲାଇନ ମ୍ୟୁଜିକ୍ ସାଇଟରେ ଯାଇ ନିଜ ପସନ୍ଦର ଗୀତ ଶୁଣିବାକୁ ପ୍ରାୟ ସମସ୍ତେ ପସନ୍ଦ କରୁଛନ୍ତି । ତେବେ ଏହାକୁ ନଜରରେ ରଖି ଗୁଗୁଲ ଏବେ ଅନଲାଇନ୍ ମ୍ୟୁଜିକ୍ ଷ୍ଟ୍ରିମିଙ୍ଗ୍ ସର୍ଭିସ୍ ଲଞ୍ଚ କରିଛି । ଯାହାର ନାଁ 'ୟୁଟ୍ୟୁବ ମ୍ୟୁଜିକ୍' ରଖାଯାଇଛି ।

ଆଜି ଯାଏଁ ସମସ୍ତେ ୟୁଟ୍ୟୁବର ବ୍ୟବହାର ଭିଡିଓ ଦେଖିବା ପାଇଁ କରୁଥିଲେ । କିନ୍ତୁ ଏବେ ଏହି ପ୍ଲାଟଫ୍ରମରେ ଅଡିଓ ବି ଶୁଣି ପାରିବେ । ଭାରତରେ ଏହି ସେବା ହିନ୍ଦୀ ଓ ଇଂରାଜୀ ସମେତ 9ଟି ଆଞ୍ଚଳିକ ଭାଷାରେ ଲଞ୍ଚ କରାଯାଇଛି । ସେହି ଭାଷା ଗୁଡିକ ହେଉଛି ତାମିଲ୍, ତେଲୁଗୁ, ପଞ୍ଜାବୀ, ମରାଠୀ,ଗୁଜୁରାତୀ, ବଙ୍ଗଳା, କନ୍ନଡ, ମଲୟାଲମ ଓ ଭୋଜପୁରୀ ।

ତେବେ ଶ୍ରୋତା ଏହା ଦ୍ବାରା ବିଶେଷ ସୁବିଧା ପାଇପାରିବେ । ୟୁଟ୍ୟୁବ ମ୍ୟୁଜିକ୍ ଦ୍ବାରା ଲାଇଭ୍ ପର୍ଫମାନ୍ସ, ରିମିକ୍ସ, ଅଫିସିଆଲ୍ ଆଲବମ୍ ଓ କଭର ମ୍ୟୁଜିକ୍ ଆଦି ସୁବିଧା ଉଠାଇପାରିବେ । ଏହି ସର୍ଭିସ୍ ଦ୍ବାରା ଗୀତ ଡାଉନଲୋଡ କରିବା ସମୟରେ ବେକଗ୍ରାଉଣ୍ଡରେ ବି ଗୀତ ପ୍ଲେ କରି ମଧ୍ୟ ଶୁଣି ପାରିବେ । ଏହି ସର୍ଭିସର ମଜା ଉଭୟ ଆଣ୍ଡ୍ରଏଡ୍ ଓ ଆଇଫୋନ୍ ସ୍ମାର୍ଟଫୋନରେ ମ୍ୟୁଜିକ୍ ପ୍ରେମୀ ଉଠାଇ ପାରିବେ ।

ଭାରତରେ ମ୍ୟୁଜିକ୍ ସର୍ଭିସ୍ ସହ ୟୁଟ୍ୟୁବ୍ ପ୍ରିମିୟମର ସେବା ମଧ୍ୟ ଆରମ୍ଭ ହୋଇଛି । ତେବେ ୟୁଜର୍ସଙ୍କୁ ଏହି ସେବାର ସବସ୍କ୍ରିପସନ୍ ପାଇଁ ପ୍ରତି ମାସରେ 129ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏହା ଛଡା ୟୁଜର୍ସ 189ଟଙ୍କାର ସବସ୍କ୍ରିପସନ୍ ପ୍ୟାକ୍ ଆପଣାଇ ପାରିବେ । ଏହି ପ୍ୟାକ୍ ଦ୍ବାରା ଘରର 6 ଜଣ ସଦସ୍ୟ ଏହାର ଫାଇଦା ଉଠାଇ ପାରିବେ ।

ABOUT THE AUTHOR

...view details