ଓଡିଶା

odisha

ETV Bharat / lifestyle

WhatsApp Features 2022: Delete For Everyone ପାଇଁ ନାହିଁ ଚିନ୍ତା - ନୂଆ ସୁବିଧା ଆଣିଲି ମେସେଜିଂ ଆପ୍ ହ୍ବାଟ୍ସଆପ

ଚଳିତ ବର୍ଷ ଲୋକପ୍ରିୟ ମେସେଜିଂ ଆପ୍‌ ହ୍ବାଟ୍ସଆପ୍‌ ନୂଆ ଫିଚର ଆଣିବାକୁ ଯାଉଛି । ଯାହାକି ୟୁଜର୍‌ଙ୍କୁ ଖୁବ ପସନ୍ଦ ଆସିବାକୁ ଯାଉଛି । ଏହି ଫିଚର ମଧ୍ୟରେ ୟୁଜରଙ୍କୁ ଅନେକ ପ୍ରାଇଭେସି ସୁବିଧା ମିଳିବ । ଯେଉଁଥିରେ ପଠାଇ ସାରିଥିବା ମେସେଜ୍‌କୁ ଯେକୌଣସି ସମୟରେ ହଟାଇବାର ସୁବିଧା ମଧ୍ୟ ରହିଛି । ଅଧିକ ପଢନ୍ତୁ

WhatsApp Features 2020: ମେସେଜ ଡିଲିଟ୍‌ ପାଇଁ ରହିବନି ସମୟ ଅବଧି
WhatsApp Features 2020: ମେସେଜ ଡିଲିଟ୍‌ ପାଇଁ ରହିବନି ସମୟ ଅବଧି

By

Published : Jan 25, 2022, 4:45 PM IST

Updated : Jan 25, 2022, 4:57 PM IST

ହାଇଦ୍ରାବାଦ: ହ୍ବାଟ୍ସଆପ ୟୁଜର୍ସଙ୍କ ସୁବିଧା ପାଇଁ ଚଳିତ ବର୍ଷ ଅନେକ ନୂଆ ସୁବିଧା ଆଣିଛି ଅନଲାଇନ ମେସେଜିଂ ଆପ୍‌ ହ୍ବାଟ୍ସଆପ୍‌ । ଗ୍ରାହକଙ୍କୁ ସର୍ବୋତ୍କୃଷ୍ଟ ଚାଟିଂ ଅନୁଭବ ଦେବା ପାଇଁ ଏହି ୱେବ ସଂସ୍ଥା କାର୍ଯ୍ୟ କରୁଛି । ଯେଉଁଥିରେ ଗ୍ରାହକମାନେ ନୋଟିଫିକେସନରେ ପ୍ରୋଫାଇଲ ଫଟୋ ଦେଖିପାରିବା ସହିତ ଯେକୌଣସି ସମୟରେ ପଠାଇଥିବା ମେସେଜକୁ ଡିଲିଟ୍‌ କରିପାରିବେ । ଏହାସହିତ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ପାଇଁ ନିଜ Last Seen ଲୁଚାଇ ପାରିବେ ବୋଲି ଜଣାପଡ଼ିଛି । ଏହି ସୁବିଧାଗୁଡିକ ହ୍ବାଟ୍ସଆପ ୟୁଜର୍ସଙ୍କୁ ପସନ୍ଦ ଆସିବ ବୋଲି ଜଣାପଡ଼ିଛି ।

ଏହି ସୁବିଧାଗୁଡ଼ିକକୁ ପରୀକ୍ଷା କରିବା ପାଇଁ ଏହି ୱେବ କମ୍ପାନୀ ଆପ୍‌ର ବିଟା ଭର୍ସନର ବ୍ୟବହାର କରିଥିଲା । ଯାହାକୁ ୟୁଜର୍ସ ଖୁବ ପସନ୍ଦ କରିଥିଲେ । ଏହି ସମସ୍ତ ଫିଚର ବା ବୈଶିଷ୍ଟ୍ୟକୁ ହ୍ବାଟ୍ସଆପ୍‌ରେ ସାମିଲ କରିବାକୁ ଯାଉଛି ଏହି ସଂସ୍ଥା । ତେବେ ଆସନ୍ତୁ ଜାଣିବା କଣ ଏହି ଫିଚର ସମୂହ...

  • ନୋଟିଫିକେସନରେ ଦେଖିହେବ ପ୍ରୋଫାଇଲ ଫଟୋ(Display profile photo in notifications):-ଯେତେବେଳେ କୌଣସି ବନ୍ଧୁ ବା ଗ୍ରୁପ ନିକଟରୁ ନୂଆ ମେସେଜ ଆସିବ, ସେତେବେଳେ ନୋଟିଫିକେସନରେ ପ୍ରୋଫାଇଲ ଫଟୋ ମଧ୍ୟ ଦେଖିବାକୁ ମିଳିବ । iOS ସିଷ୍ଟମ ଅପରେଟର ମୋବାଇଲ ବ୍ୟବହାର କରୁଥିବା ୟୁଜର୍ସମାନେ ଏହି ସୁବିଧା ପାଇପାରିବେ । ସଂସ୍ଥା ନିଜ ନୂଆ ଫିଚରରେ ଏହି ସୁବିଧାକୁ ମଧ୍ୟ ଅନ୍ତର୍ଭୁକ୍ତ କରିଛି ।
  • ନିର୍ଦ୍ଦିଷ୍ଟ କଣ୍ଟାକ୍ଟ ପାଇଁ ‘last seen’ କୁ ଲୁଚାଇ ହେବ:-

ୟୁଜର୍ସମାନେ ନିଜ କଣ୍ଟାକ୍ଟରେ ଥିବା ପ୍ରାୟ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କୁ ଲାଷ୍ଟ ସିନ୍‌ ଦେଖାଇବାକୁ ଚାହାଁନ୍ତି ନାହିଁ । କମ୍ପାନୀ ଏହାକୁ ନଜରରେ ରଖି ନୂତନ ଫିଚର ଏହି ସୁବିଧାକୁ ମଧ୍ୟ ସ୍ଥାନ ଦେଇଛି । ଏହି ଫିଚର ପୂର୍ବରୁ ହ୍ବାଟ୍ସଆପ୍‌ରେ ରହିଛି । ଯେଉଁଥିରେ ୟୁଜର୍ସ ନିଜ ଲାଷ୍ଟ ସିନ୍‌ ହାଇଡ୍‌ କରିବା ପରେ କୌଣସି କଣ୍ଟାକ୍ଟର ଲାଷ୍ଟ ସିନ୍‌ ଦେଖିପାରିନଥାଏ । ଏଥିଲାଗି କେବଳ ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କୁ ନିଜ ଲାଷ୍ଟ ସିନ୍‌ ହାଇଡ୍‌ କରିବାର ସୁବିଧା ଯୋଗାଇବ ହ୍ବାଟ୍ସଆପ୍‌ । ଏଭଳି କ୍ଷେତ୍ରରେ ୟୁଜର୍‌ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ପାଇଁ ଲାଷ୍ଟ ସିନ୍‌କୁ ହାଇଡ୍‌ ରଖିବା ସହିତ ବାକି ସମସ୍ତଙ୍କ ଲାଷ୍ଟ ସିନ୍‌ ଦେଖିପାରିବ । ରିପୋର୍ଟ ଅନୁସାରେ ଆପ୍‌ର ଟେଷ୍ଟ ଭର୍ସନର ଏହାକୁ ସାମିଲ କରାଯାଇଥିବା ବେଳେ ଖୁବଶୀଘ୍ର ଏହାକୁ ଲଞ୍ଚ କରାଯିବ ।

  • ପଠାଇ ଦେଇଥିବା ମେସେଜ୍‌କୁ ଯେକୌଣସି ସମୟରେ ହଟାଯାଇପାରିବ(No time limit for deleting sent messages):-

ଏବେ ହ୍ବାଟ୍ସଆପ୍‌ରେ ୟୁଜର୍ସ ମେସେଜ ପଠାଇ ସାରିବାର ପ୍ରାୟ ୪୦୯୬ ସେକେଣ୍ଡ ବା ୬୮ ମିନିଟ ୧୬ ସେକେଣ୍ଡ ମଧ୍ୟରେ ଉକ୍ତ ମେସେଜକୁ ଡିଲିଟି କରିପାରିବେ । ଏହି ନିର୍ଦ୍ଦିଷ୍ଟ ସମୟ ଅତିକ୍ରମ କରିବା ପରେ ସେମାନେ ଆଉ ପଠାଇ ସାରିଥିବା ମେସେଜକୁ ଡିଲିଟ କରିପାରିବେ ନାହିଁ । କିନ୍ତୁ ରିପୋର୍ଟ ଅନୁସାରେ ହ୍ବାଟ୍ସଆପ୍‌ ସବୁ ଦିନ ପାଇଁ ଏହି ନିୟମକୁ ହଟାଇବାକୁ ଯାଉଛି । ୟୁଜର୍ ଯେତେବେଳେ ଚାହିଁବେ ଅତୀତ ମେସେଜକୁ ହଟାଇ ପାରିବେ ବୋଲି ଜଣାପଡ଼ିଛି ।

  • ହ୍ବାଟ୍ସଆପ୍‌ କମ୍ୟୁନିଟି ଫିଚର(WhatsApp Community feature):-ଗ୍ରୁପ୍ସ ମଧ୍ୟରେ ଦେଖାଯାଉଥିବା ଅନେକ ସମସ୍ୟା ହଟାଇବା ପାଇଁ ହ୍ବାଟ୍ସଆପ ଏକ ସାମ୍ପ୍ରଦାୟିକ ଫିଚର ଆଣିବାକୁ ଯାଉଛି । ଏହି ନୂଆ ଫିଚର ଅନୁସାରେ ଗ୍ରୁପର ଆଡମିନ୍‌ କମ୍ୟୁନିଟି ମଧ୍ୟରେ ୧୦ଟି ଗ୍ରୁପ ତିଆରି କରିପାରିବେ ଏବଂ ଏକା ସମୟରେ ସମସ୍ତଙ୍କୁ ଗୋଟିଏ ମେସେଜ ପଠାଇ ପାରିବେ । ଏହି ବ୍ୟବସ୍ଥା ଦ୍ବାରା ଗ୍ରୁପ୍‌କୁ ନେଇ ହେଉଥିବା ଦ୍ବନ୍ଦ୍ବକୁ ଦୂର କରାଯାଇପାରିବ । ଏହି କମ୍ୟୁନିଟି ଚାଟ୍‌ରେ ପ୍ରାଇଭେସି ମଧ୍ୟ ରଖାଯିବ ।
  • ହ୍ବାଟ୍ସଆପ୍‌ ଲଗ୍‌ଆଉଟ୍‌( WhatsApp logout):-'Delete Account' ବଟନ୍‌କୁ ହଟାଇବା ପାଇଁ logout ବିକଳ୍ପ ଆଣୁଛି ହ୍ବାଟ୍ସଆପ୍‌ । ୟୁଜର୍ସ ଫେସବୁକ ଓ ଅନ୍ୟ ସୋସିଆଲ ନେଟୱାର୍କିଂ ଆପ୍‌ ଭଳି ସେମାନଙ୍କ ହ୍ବାଟ୍ସଆପ୍‌ ଆକାଉଣ୍ଟକୁ ଲଗଆଉଟ୍‌ କରିପାରିବେ । ଏହି ଫିଚରଟି ହ୍ବାଟ୍ସଆପ୍‌ର ବିଟା ଭର୍ସନରେ ଅଣାଯାଇଥିବାବେଳେ ଏହାକୁ ଉଭୟ iOS ଓ Android ଫୋନରେ ସାମିଲ କରାଯିବ । ଏହି ଲଗଆଉଟ୍‌ ଅପସନ୍‌ ଏକାଧିକ ଡିଭାଇସରେ କାର୍ଯ୍ୟ କରିବ ବୋଲି ଜଣାପଡ଼ିଛି ।
  • ହ୍ବାଟ୍ସଆପରେ ଦେଖି ହେବ ଇନଷ୍ଟାଗ୍ରାମ ରିଲ୍ସ(Instagram Reels on WhatsApp):-ୟୁଜର୍ସମାନେ ସିଧାସଳଖ ଭାବେ ହ୍ବାଟ୍ସଆପ୍‌ରେ ଇନଷ୍ଟାଗ୍ରାମ ରିଲ୍ସ ଦେଖିପାରିବେ । ଏଥିଲାଗି ହ୍ବାଟ୍ସଆପ୍‌ ଫେସବୁକ ସହିତ ମିଳିତ ଭାବରେ କାର୍ଯ୍ୟ କରିବ । ଅର୍ଥାତ୍‌ ଯେପରି ଇନଷ୍ଟାଗ୍ରାମର ରିଲ୍ସକୁ ଫେସବୁକରେ ସେୟାର କରିବାର ଅପସନ୍‌ ରହିଛି ସେପରି ଭାବରେ ହ୍ବାଟ୍ସଆପ୍‌ରେ ମଧ୍ୟ ଏହା କାର୍ଯ୍ୟକାରୀ ହେବ ।
  • ପରେ ପଢିବା ଅପସନ୍‌(Read later):-ହ୍ବାଟ୍ସଆପ୍‌ରେ ମଧ୍ୟ ଏଣିକି ୟୁଜର୍ସ Archived Chats ଅପସନ ପାଇପାରିବେ । କୌଣସି ଚାଟ୍‌କୁ Read laterରେ ରଖିବା ପରେ ଉକ୍ତ ବନ୍ଧୁଙ୍କଠାରୁ ଆସୁଥିବା ମେସେଜ୍‌ର ନୋଟିଫିକେସନ ନ ଆସିବା ସହିତ ଏହା ଆରକାଇଭ୍‌ରେ ରହିବ । ଏଥିଲାଗି ସେଟିଙ୍ଗରେ କିଛିଟା ପରିବର୍ତ୍ତନ କରାଯିବ । ହ୍ବାଟ୍ସଆପ ୟୁଜର୍ସ ଗୋଟିଏ ସମୟରେ ଏକାଧିକ ଚାଟ୍‌କୁ ଆରକାଇଭ୍‌ ମଧ୍ୟ କରିପାରିବେ । ଯାହାକି ସେମାନଙ୍କ ପ୍ରାଇଭେସିକୁ ସୁହାଇବ ।
  • ହ୍ବାଟ୍ସଆପ୍‌ ବୀମା( WhatsApp Insurance):-ଭାରତରେ ଅନେକ ୟୁଜର୍ସ ହ୍ବାଟ୍ସଆପ୍‌ ଜରିଆରେ ବୀମା କ୍ରୟ କରୁଛନ୍ତି । କିଛି ବୀମା କମ୍ପାନୀ ସହିତ ହ୍ବାଟ୍ସଆପ୍‌ ସହଭାଗିତା କରି ୟୁଜର୍ସଙ୍କୁ ବୀମା ପ୍ଲାନ ଭେଟୁଥିବା ଦେଖିବାକୁ ମିଳିଛି । ହ୍ବାଟ୍ସଆପ ପ୍ରଥମରୁ SBI ଜେନେରାଲ ସ୍ୟାକେଟ ସ୍ବାସ୍ଥ୍ୟବୀମା ଓ HDFC ପେନସନ ଭଳି ବୀମା ଯୋଗାଉଛି ।
  • ମେସେଜକୁ ନେଇ ପ୍ରତିକ୍ରିୟା(Message reactions):-ଇନଷ୍ଟାଗ୍ରାମ ଓ ଫେସବୁକ ଭଳି ହ୍ବାଟ୍ସଆପ ମଧ୍ୟ ମେସେଜରେ ପ୍ରତିକ୍ରିୟା ପ୍ରକାଶ କରିବା ପାଇଁ ଫଟୋଗ୍ରାଫର ବ୍ୟବହାର କରିବ । ମେସେଜରେ ରିଆକ୍ସନ ଦେବା ପାଇଁ ପ୍ରାୟ ୬ଟି ଇମୋଜିକୁ ଅନ୍ତର୍ଭୁକ୍ତ କରିବ ବୋଲି କମ୍ପାନୀ କହିଛି । ୟୁଜର୍ସ ଉଭୟ ଗ୍ରୁପ ଓ ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କୁ ମେସେଜରେ ପ୍ରତିକ୍ରିୟା ଦେଇପାରିବେ । ଏହାସହିତ 'Reaction Alerts' ଅପସନ ମଧ୍ୟ ରହିବ । ଏହାକୁ ୟୁଜର୍ସ ନିଜ ମନ ମୁତାବକ ଦେଖାଇପାରିବେ ।
  • ସେୟାରିଂ ବେଳେ ନୂଆ ଗ୍ରହଣକାରୀଙ୍କୁ ଚୟନ କରିପାରିବେ(Edit receipts while sharing media):-ଯେତେବେଳେ ଆମେ କୌଣସି ଫଟୋ ଓ ଭିଡିଓ ସେୟାର କରିଥାଉ ସେତେବେଳେ ପୂର୍ବରୁ ସେୟାର କରିଥିବା ବନ୍ଧୁ କିମ୍ବା ଗ୍ରୁପଙ୍କୁ ଡିଭାଇସ ଦେଖାଇ ଦେଇଥାଏ । କିନ୍ତୁ ନୂଆ ଫିଚର୍‌ରେ ହ୍ବାଟ୍ସଆପ୍‌ରେ କୌଣସି ଜିନିଷ ସେୟାର କରିବା ପୂର୍ବରୁ ୟୁଜର୍‌ ନୂଆ ଗ୍ରହଣକାରୀଙ୍କୁ ଚୟନ କରିପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 25, 2022, 4:57 PM IST

ABOUT THE AUTHOR

...view details