ଓଡିଶା

odisha

ETV Bharat / lifestyle

ଖୁଚୁରା ବ୍ୟବସାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ଆସିବ ହ୍ବାଟସଆପ ପେ - ଭାରତରେ ହ୍ବାଟସଆପ ୟୁଜର୍ସ

ଜିଓ-ଫେସବୁକ ଚୁକ୍ତି। ଭାରତରେ ମେସେଜିଂ ପ୍ଲାଟଫର୍ମ ହ୍ବାଟସଆପରେ ରହିଥିବା 40 କୋଟିରୁ ଅଧିକ ଉପଭୋକ୍ତାଙ୍କ ପାଇଁ ଶୀଘ୍ର ହ୍ବାଟସଆପ୍ ପେ ଲଞ୍ଚ ନେଇ କହିଛନ୍ତି ମାର୍କ ଜୁକରବର୍ଗ । ଅଧିକ ପଢନ୍ତୁ..

WhatsApp Pay to start in india
WhatsApp Pay to start in india

By

Published : Aug 1, 2020, 1:32 PM IST

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଏବଂ ଫେସବୁକର ଚୁକ୍ତି ପରେ ଦେଶରେ ଲଞ୍ଚ ହେବାକୁ ଯାଉଛି ହ୍ବାଟସଆପ ପେ । ଏହି ସହଭାଗୀତା ଭାରତର କ୍ଷୁଦ୍ର ବ୍ୟବସାୟୀ ଓ କୃଷକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିବ । ଏ ନେଇ ଫେସବୁକ ସିଇଓ ମାର୍କ ଜୁକରବର୍ଗ ନିଜ ପ୍ରତିଶ୍ରୁତିକୁ ଦୋହରାଇଛନ୍ତି ।

ଫେସବୁକ ପାଇଁ ଦୁନିଆର ସବୁଠୁ ବଡ ବଜାର ଭାରତ । ଭାରତରେ ଫେସବୁକର ମାଲିକାନାରେ ରହିଥିବା ହ୍ବାଟସଆପର 40 କୋଟି ୟୁଜର୍ସ ଅଛନ୍ତି । ଆଉ ଏମାନଙ୍କ ପାଇଁ ଜିନିଷ କ୍ରୟ-ବିକ୍ରୟକୁ ସୁଲଭ ଓ ସହଜ କରିବାକୁ ହ୍ବାଟସଆପ ପେ ଏକ ବଡ ମାଧ୍ୟମ ହେବ ବୋଲି ଜୁକରବର୍ଗ କହିଛନ୍ତି ।

ଗୁରୁବାର ଏକ କାର୍ଯ୍ୟକ୍ରମରେ ବିଶ୍ଲେଷକଙ୍କ ସହ କଥାବାର୍ତ୍ତା କରି ଜୁକରବର୍ଗ କହିଛନ୍ତି କି, ଅନେକ ଲୋକ ହ୍ବାଟସଆପ ବ୍ୟବହାର କରନ୍ତି , ବିଶେଷ କରି ଭାରତରେ ଏହାର ୟୁଜର୍ସ ସଂଖ୍ୟା ଅଧିକ ।

‘‘ ଆମେ ଏହାକୁ ସକ୍ଷମ କରିବାକୁ ଚାହୁଁଛୁ । ଆଉ ଏହା ପେମେଣ୍ଟ କରିବା ପରେ ଆରମ୍ଭ ହେବ । ଜିଓ ସହ ଆମର ଏହି ସହଭାଗୀତାର ଏକ ବଡ ଅଂଶ ହେଉଛି ଭାରତରେ ହଜାରରୁ ଊର୍ଦ୍ଧ୍ବ କାରବାରୀଙ୍କୁ ହ୍ବାଟସଅପରେ ବ୍ୟବସାୟ ପାଇଁ ସୁଯୋଗ ପ୍ରଦାନ କରିବା ବୋଲି ଜୁକରବର୍ଗ ଜୋର ଦେଇ କହିଛନ୍ତି ।

ଫେସବୁକ ମାଲିକାନା ହ୍ବାଟସଆପ କିଛି ସମୟ ଧରି ଭାରତରେ ଏହାର ପେମେଣ୍ଟ ପ୍ଲାଟଫର୍ମ ପରୀକ୍ଷା କରୁଛି । କିନ୍ତୁ ନିୟାମକ ବାଧା ଯୋଗୁଁ ଏହାକୁ ଲଞ୍ଚ କରିବାରେ ସଫଳ ହୋଇପାରି ନାହିଁ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀ କହିଛନ୍ତି କି, ଏହି ମାସରେ ନୂଆ କମର୍ସ ପ୍ଲାର୍ଟଫର୍ମ ଜିଓମାର୍ଟ ଏବଂ ହ୍ବାଟସଆପ ମିଳିତ ଭାବେ କାମ କରି ଲକ୍ଷାଧିକ ଭାରତୀୟ କ୍ଷୁଦ୍ର ବ୍ୟବସାୟୀ ଓ କିରାଣା ଦୋକାନୀଙ୍କ ବିକାଶ ଦିଗରେ ସୁଯୋଗ କରିବେ ।

ଭାରତରେ 40 କୋଟିରୁ ଊର୍ଦ୍ଧ୍ବ ହ୍ବାଟସଆପ ୟୁଜର୍ସ ଆମର ସହଭାଗିତା ପାଇଁ ଅନନ୍ୟ ମୂଲ୍ୟ ଆଣିଥାଏ ବୋଲି ଆରଆଇଏଲର ବାର୍ଷିକ ସାଧାରଣ ବୈଠକରେ ଅମ୍ବାନୀ କହିଛନ୍ତି ।

ଏପେଟ ଜୁକରବର୍ଗ କହିଛନ୍ତି କି, ଭାରତରେ ଏହି ସୁଯୋଗ ପାଇଁ ସେମାନେ ବହୁତ ଉତ୍ସାହିତ ଅଛନ୍ତି ।

ପ୍ରକାଶ ଯେ, ହ୍ବାଟସଆପ ଭାରତରେ 2018ରେ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ହ୍ବାଟସଆପ ବିଜନେସ ଆପ ଲଞ୍ଚ କରିଥିଲା । ଏଥିରେ ଏବେ ଭାରତର 15 ମିଲିୟନରୁ ଅଧିକ ୟୁଜର୍ସ ଅଛନ୍ତି । ତେବେ ଜିଓ ସହ ପାର୍ଟନରସିପ ପରେ ଏହି ଆପରେ କିଛି ପରିବର୍ତ୍ତନ କରାଯାଇପାରେ । ଏପ୍ରିଲ ମାସରେ ଫେସବୁକ ରିଲାଏନ୍ସ ଜିଓରେ 43,574 କୋଟି ଟଙ୍କା ନିବେଶ ନେଇ ଘୋଷଣା କରିଥିଲା । ଏହି ଚୁକ୍ତି ଫଳରେ ଦେଶର କୋଟି କୋଟି ଚାଷୀ ଓ ଖୁଚୁରା ବ୍ୟବସାୟୀ ଜିଓମାର୍ଟ ସହ ସିଧାସଳଖ ଯୋଡି ହୋଇପାରିବେ ବୋଲି ଲକ୍ଷ୍ୟ ରହିଛି ।

ABOUT THE AUTHOR

...view details