ନୂଆଦିଲ୍ଲୀ: ବ୍ୟକ୍ତିଗତ ମତାମତ ପୋଷଣ କରିବାର ଅନ୍ୟତମ ଉତ୍ତମ ମାଧ୍ୟମ ଟ୍ବିଟର । ଯେଉଁଠାରେ ନା ଥାଏ କୌଣସି ବାଧା ନା ଥାଏ ମତ ଦେବାର କୌଣସି ପ୍ରତିବନ୍ଧକ । ତେବେ ନିଜ ୟୁଜର୍ସମାନଙ୍କ ପାଇଁ ଶୁକ୍ରବାର ଟ୍ବିଟର ରୋଲ କରିଛି ଏକ ନୂଆ ଫିଚର । ଯାହାର ଆଧାରରେ ଏବେ ୟୁଜର୍ସମାନେ ନିଜ ବ୍ୟକ୍ତିଗତ ତଥ୍ୟ ଲିକ କରୁଥିବା ଟ୍ବିଟ ବିରୁଦ୍ଧରେ ଅଭିଯୋଗ କରିପାରିବେ ବା ଏହାକୁ ରିପୋର୍ଟ କରି ପାରିବେ ।
ଏଣିକି ଟ୍ବିଟରରେ ରିପୋର୍ଟ କରିବା ହେବ ସହଜ - ଟ୍ବିଟର
ବ୍ୟକ୍ତିଗତ ମତାମତ ପୋଷଣ କରିବାର ଅନ୍ୟତମ ଉତ୍ତମ ମାଧ୍ୟମ ଟ୍ବିଟର । ତେବେ ନିଜ ୟୁଜର୍ସମାନଙ୍କ ପାଇଁ ଶୁକ୍ରବାର ଟ୍ବିଟର ରୋଲ କରିଛି ଏକ ନୂଆ ଫିଚର । ଯାହାର ଆଧାରରେ ଏବେ ୟୁଜର୍ସମାନେ ନିଜ ବ୍ୟକ୍ତିଗତ ତଥ୍ୟ ଲିକ କରୁଥିବା ଟ୍ବିଟ ବିରୁଦ୍ଧରେ ଅଭିଯୋଗ କରିପାରିବେ ବା ଏହାକୁ ରିପୋର୍ଟ କରି ପାରିବେ ।
ପୂର୍ବରୁ ଏହି ଫିଚର ଲାଗୁ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ଏଥିରେ ଅଣାଯାଇଛି କିଛି ନୂଆ ପରିବର୍ତ୍ତନ । ଯେଉଁଥରେ ବର୍ତ୍ତମାନ ଜଣେ ୟୁଜର୍ସ ଟ୍ବିଟକୁ ରିପୋର୍ଟ କରି ଏଥିରେ ସେୟାର କରାଯାଇଥିବା ତଥ୍ୟକୁ ଖୋଲାଖୋଲି ଭାବେ ଦର୍ଶାଇ ପାରିବେ । ତେବେ ଏହା ସୋସିଆଲ ମିଡିଆରେ ବଢୁଥିବା ଅପରାଧକୁ ରୋକିବା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ପ୍ରକାଶ କରିଛନ୍ତି ଟ୍ବିଟର ସିଇଓ ଜ୍ୟାକ୍ ଡୋର୍ସେ ।
ଏହି ନୂଆ ଫିଚର ଆସିବା ପରେ ୟୁଜର୍ସମାନେ ଏକ ନୂଆ ମେନ୍ୟୁ ପାଇ ପାରିବେ । ଯେଉଁଠିକୁ ଯାଇ ୟୁଜର୍ସମାନେ ନିଜ କମ୍ପ୍ଲେନ (ଅଭିଯୋଗ) ଦାଖଲ କରିପାରିବେ । ଏହି ମେନ୍ୟୁରେ ୟୁଜର୍ସମାନେ କଣ୍ଟାକ୍ଟ ନମ୍ବର, ଫିଜିକାଲ ଲୋକେସନ୍, ଫାଇନାନସିଆଲ ଇନଫର୍ମେସନ ଓ ପିକ୍ଚର୍ସ ଆଦିର ଅପ୍ସନ ପାଇପାରିବେ । ତେବେ ଏହି ଅପ୍ସନ ସବୁରେ ଆବଶ୍ୟକୀୟ ତଥ୍ୟ ଦେଇ ୟୁଜର୍ସମାନେ କମ୍ପ୍ଲେନ ଦାଖଲ କରିପାରିବେ ।