ହାଇଦ୍ରାବାଦ: ମାଇକ୍ରୋ ବ୍ଲଗିଂ ସାଇଟ ଟ୍ବିଟରରେ ଦିନକୁ ଦିନ ବଢିବାରେ ଲାଗିଛି ଟ୍ରୋଲର୍ସଙ୍କ ସଂଖ୍ୟା। ନିଜ ବ୍ୟକ୍ତିଗତ ମତକୁ ବ୍ୟଙ୍ଗାତ୍ମକ ଶୈଳୀ କିମ୍ବା ଅତି କଠୋର ଓ କଟୁ ଶବ୍ଦ ବ୍ୟବହାର କରି ଟ୍ବିଟ କରୁଛନ୍ତି ଟ୍ରୋଲର୍ସ। ନିଜର ଦବଦବା ବ୍ୟକ୍ତ କରିବାକୁ ଯାଇ ଏମାନେ ଜାଣତ ହେଉ ବା ଅଜାଣତରେ ଲୋକଙ୍କୁ ହଇରାଣ କରିଥାନ୍ତି। ସେମାନଙ୍କୁ କଣ୍ଟ୍ରୋଲ କରିବା ପାଇଁ ଏବେ ଟ୍ବିଟର ଆଣୁଛି ନୂଆ ଫିଚର।
ଏହି ନୂଆ ଫିଚର ଦ୍ବାରା ୟୁଜର୍ସ ନିଜ ଟ୍ବିଟରେ ଫଲୋଅର୍ସଙ୍କ ରିପ୍ଲାଏକୁ କଣ୍ଟ୍ରୋଲ କରିପାରିବେ। ସେମାନଙ୍କ ବିନା ଅନୁମତିରେ କୌଣସି ଫଲୋଅର କିମ୍ବା ଟ୍ବିଟର ୟୁଜର୍ସ ରିପ୍ଲାଏ କରିପାରିବେ ନାହିଁ। ବର୍ତ୍ତମାନ ସମୟରେ ଟ୍ବିଟରର ଚାହିଦା ବଢୁଥିବା ବେଳେ ଟ୍ରୋଲର୍ସଙ୍କ ଦ୍ବାରା ଅନେକ ସମୟରେ ମାନସିକ ବିଷାଦର ଶିକାର ହେଉଛନ୍ତି ୟୁଜର୍ସ।
ଏହି ନୂଆ ଫିଚରକୁ ରୋଲ ଆଉଟ କରିବା ପୂର୍ବରୁ ଏକ ନିର୍ଦ୍ଧିଷ୍ଟ ସମୟ ପାଇଁ ଏହାକୁ ଟ୍ରାଏଲ କରାଯିବ। ପରେ ଏହାର ସଫଳତା ଉପରେ ଶେଷ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି । କମ୍ପାନୀର ପ୍ରଡକ୍ଟ ଡିଭିଜନର ବିପି କାଭ୍ୟୋନ ବେକପୋରଙ୍କ କହିବା ମୁତାବକ କମ୍ପାନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ୟୁଜର୍ସଙ୍କୁ ନିୟନ୍ତ୍ରଣ ସହ ସୁରକ୍ଷା ପ୍ରଦାନ କରିବା। ଏହି ନୂଆ ଫିଚର ଦ୍ବାରା ୟୁଜର୍ସଙ୍କୁ ଟ୍ରୋଲର୍ସଙ୍କ ଠାରୁ ମୁକ୍ତି ମିଳିବ।
ଏହି ନୂଆ ଫିଚରରେ 4ଟି ଅପ୍ସନ ରହିବ । ଯେଉଁଥିରେ ନିଜ ପୋଷ୍ଟରେ ରିପ୍ଲାଏ ଅପ୍ସନର 4ଟି ଅପ୍ସନ ରହିବ। ଏହାଦ୍ବାରା ୟୁଜର୍ସ ନିର୍ଦ୍ଧାରଣ କରିପାରିବେ କି ସେମାନଙ୍କ ପୋଷ୍ଟରେ କିଏ ରିପ୍ଲାଏ କରିପାରିବ କିଏ ନାହିଁ।
ଅପ୍ସନ ଗୁଡିକ ହେଉଛି: