ଓଡିଶା

odisha

ETV Bharat / lifestyle

ଡିଜିଟାଲ ମେସେଜିଂ ଜନ୍ମଦାତା 'ଟ୍ବିଟର'ର ଆଜି ଜନ୍ମ ଦିନ - tweet

ସୋସିଆଲ ମିଡିଆର ଲୋକପ୍ରିୟ ପ୍ଲାର୍ଟଫମ ଟ୍ବିଟର । ଆମେରିକୀୟ ମାଇକ୍ରୋବ୍ଲଗିଂ ଏବଂ ସୋସିଆଲ ନେଟୱାର୍କିଂ ସେବା ଟ୍ବିଟର ଏବେ ବର୍ତ୍ତମାନ ସମୟରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହାକୁ କିଏ ଓ କେବେ ପ୍ରସ୍ତୁତ କରିଥିଲେ ସେନେଇ ଅଧିକ ପଢନ୍ତୁ...

ଆଜିର ଦିନରେ ସୋସିଆଲ ମିଡିଆର ରୂପ ବଦଳାଇଥିଲା ଟ୍ବିଟର
ଆଜିର ଦିନରେ ସୋସିଆଲ ମିଡିଆର ରୂପ ବଦଳାଇଥିଲା ଟ୍ବିଟର

By

Published : Jul 15, 2020, 12:11 PM IST

ନୂଆଦିଲ୍ଲୀ: ଆମେରିକୀୟ ମାଇକ୍ରୋବ୍ଲଗିଂ ଏବଂ ସୋସିଆଲ ନେଟୱାର୍କିଂ ସେବା ଟ୍ବିଟର । ଯେଉଁଥିରେ ମେସେଜ ସେୟାର, ଫଟୋ ପୋଷ୍ଟକୁ ’ଟ୍ବିଟ’ ବୋଲି କୁହାଯାଇଥାଏ । ବର୍ତ୍ତମାନ ସମୟରେ ଏହି ଟ୍ବିଟର ଏବେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ମେସେଜ ଚାଟ ବ୍ୟତୀତ ଦୁନିଆର ଟିକନିକ ଖବର ଖୁବ ଶୀଘ୍ର ମିଳିପାରୁଛି । ତେଣୁ କୌଣସି ଜିନିଷ ଜାଣିବାକୁ ହେଲେ ପ୍ରଥମେ ଖୋଜା ପଡୁଛି ଟ୍ବିଟର।

ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଟ୍ବିଟର ବେଶ ଲୋକପ୍ରିୟ ହୋଇପାରିଥିବା ଏହି ଟ୍ବିଟର ଆଜିର ଦିନରେ ଅର୍ଥାତ ଜୁଲାଇ 15ରେ ସର୍ବସାଧାରଣଙ୍କ ପାଇଁ ଆରମ୍ଭ ହୋଇଥିଲା । ଏହାକୁ 2006 ମାର୍ଚ୍ଚ ମାସରେ ଜ୍ୟାକ ଡୋର୍ସି, ନେହା ଗ୍ଲାସ, ବିଜ ଷ୍ଟୋନ ଏବଂ ଇଭାନ ୱିଲିୟମ୍ସ ଏହି ଟ୍ବିଟରକୁ ତିଆରି କରିଥିଲେ ।

ରେଜିଷ୍ଟ୍ରାର ୟୁଜର୍ସ କେବଳ ପୋଷ୍ଟ, ଲାଇକ ଓ ରିଟ୍ବିଟ ଓ ଟ୍ବିଟ କରିପାରିବେ । ରେଜିଷ୍ଟ୍ରାର କରିନଥିବା ବ୍ୟକ୍ତି ବିଭିନ୍ନ ପୋଷ୍ଟ ଗୁଡିକୁ ଦେଖିପାରିବେ । କିନ୍ତୁ ସେମାନେ ଲାଇକ, ରିଟ୍ବିଟ ଓ ଟ୍ବିଟ କରିପାରିବେ ନାହିଁ ।

ଟ୍ବିଟର.ଆଇଏନସି କାଲିଫର୍ଣ୍ଣଆର ସାନ ଫ୍ରାନ୍ସିସ୍କୋରେ ଅବସ୍ଥିତ । ସମଗ୍ର ବିଶ୍ବର ଏହାର 25ଟି ଅଫିସ ରହିଛି । ପ୍ରଥମେ ଟ୍ବିଟର 140ଟି ଅକ୍ଷରକୁ ନେଇ ସୀମିତ ଥିଲା । କିନ୍ତୁ ନଭେମ୍ବର 2017 ରେ CJK ନଥିବା ଭାଷା ପାଇଁ ଏହାକୁ ଦୁଇଗୁଣ କରି 280 କୁ ବୃଦ୍ଧି କରାଯାଇଛି। ଅଧିକାଂଶ ଆକାଉଣ୍ଟ୍ ପାଇଁ ଅଡିଓ ଏବଂ ଭିଡିଓ ଟ୍ୱିଟ୍ 140 ସେକେଣ୍ଡରେ ସୀମିତ ରହିଥାଏ ।

2012 ସୁଦ୍ଧା, 100 ମିଲିୟନରୁ ଅଧିକ ୟୁଜର୍ସ ଦିନକୁ 340 ନିୟୁତ ଟ୍ୱିଟ୍ ପୋଷ୍ଟ କରିଥିଲେ । ଦିନକୁ ହାରାହାରି 1.6 ବିଲିୟନ ସର୍ଚ୍ଚ କରାଯାଉଥିଲା। 2013 ରେ, ଦଶଟି ସର୍ବାଧିକ ପରିଦର୍ଶିତ ୱେବସାଇଟ୍ ମଧ୍ୟରେ ଟ୍ବିଟରର ନାଁ ଥିଲା । ଏହାକୁ "ଇଣ୍ଟରନେଟର SMS" ଭାବରେ ବର୍ଣ୍ଣନା କରାଯାଇଥିଲା । ପ୍ରତି ବର୍ଷ ଟ୍ବିଟର ବ୍ୟବହାରୀଙ୍କ ସଂଖ୍ୟା ଧିରେ ଧିରେ ବଢିବାରେ ଲାଗିଛି । 2018 ସୁଦ୍ଧା, ଟ୍ୱିଟରରେ ମାସିକ 321 ମିଲିୟନରୁ ୟୁଜର୍ସ ରହିଛନ୍ତି ।

ABOUT THE AUTHOR

...view details