ନୂଆଦିଲ୍ଲୀ: ଧିରେ ଧିରେ ଅତ୍ୟାଧୁନିକ ଟେକ୍ନୋଲୋଜିର ବଶବର୍ତ୍ତୀ ହେବାରେ ଲାଗିଛି ମଣିଷ । କାରଣ ପ୍ରତିଟି ଛୋଟ ଆବଶ୍ୟକତାକୁ ନେଇ ଟେକ୍ନୋଲୋଜି ଉପରେ ନିର୍ଭରଶୀଳ ହେଉଛି ମଣିଷ । ତେବେ ଏହି ଟେକ୍ନୋଲୋଜି ଆବିଷ୍କାରରେ ଏବେ ଗୋଟିଏ ପାଦ ଆଗେଇଛି ଆଇସିଏନ୍ସି ବା ଦି ଇଣ୍ଟରନେସନ କନଫରେନ୍ସ ଅନ ନ୍ୟୁକ୍ଲିଅର କାର୍ଡିଓଲୋଜି ଆଣ୍ଡ କାର୍ଡିଆକ ସିଟି । ଏହାର ପରୀକ୍ଷଣ ଯୋଗୁଁ ବର୍ତ୍ତମାନ ଉଦ୍ଭାବନ ହୋଇଛି ଏକ ଏଭଳି ମେସିନ ଯାହା କହିପାରିବ ଆପଣଙ୍କ ମୃତ୍ୟୁର ତାରିଖ ।
ଏହି ମେସିନର ନାମ ରହିଛି ‘ମେସିନ ଲର୍ଣ୍ଣିଂ’ । ଏହା କେବଳ ଆପଣଙ୍କ ମୃତ୍ୟୁର ତାରିଖ ନୁହେଁ ବରଂ ଏହା ଆପଣଙ୍କୁ କେବେ ହୃଦଘାତ ଆସିବ ସେନେଇ ମଧ୍ୟ ସୂଚନା ଦେଇ ପାରିବ । ତେବେ ସର୍ଭେରୁ ଜଣା ପଡିଛି କି ଏହି ମେସିନର ଭବିଷ୍ୟବାଣୀ 90 ପ୍ରତିଶତ ସତ । ଉଦାହରଣ ସ୍ବରୂପ ଯଦି ମେସିନରେ ମୃତ୍ୟୁର ତାରିଖ କୋଣସି ମାସର 10 ତାରିଖ ବୋଲି କହିଥାଏ ତେବେ ସେହି ମାସର 9 କିମ୍ବା 11 ତାରିଖ ଆପଣଙ୍କ ଶେଷ ଦିନ ହୋଇପାରେ ।