ହାଇଦ୍ରାବାଦ: ବର୍ତ୍ତମାନ ସମୟରେ ବଜାରକୁ ଆସୁଥିବା ସମସ୍ତ ମୋବାଇଲରେ ଡୁଆଲ ସିମର ସୁବିଧା ରହୁଛି । ତେବେ କିଛି ଇ-ୟୁଜର୍ସ ଅଛନ୍ତି ଯାହାଙ୍କର ଦୁଇଟି ହ୍ବାଟସଆପ ଆକାଉଣ୍ଟ ଅଛି । କିନ୍ତୁ ଆପଣ ଜାଣନ୍ତି କି ଆପଣ ଗୋଟିଏ ମୋବାଇଲରେ ଦୁଇଟି ହ୍ବାଟସଆପ ଆକାଉଣ୍ଟ କିପରି ଚଲାଇ ପାରିବେ । ଏହି ଫିଚର ଅନେକ ସ୍ମାର୍ଟଫୋନରେ ଉପଲବ୍ଧ । ଏହି ଫିଚର ଆପକୁ କ୍ଲୋନିଂ ଫିଚର କୁହାଯାଏ । ଏହା ମାଧ୍ୟମରେ, ଯେକୌଣସି ଆପ ର କ୍ଲୋନ କରି ଏହାର ବ୍ୟବହାର କରାଯାଇପାରିବ ।
ବଜାରରେ ଏପରି ଅନେକ ଆଣ୍ଡ୍ରଏଡ ସ୍ମାର୍ଟଫୋନ ଅଛି ଯେଉଁଥିରେ ଆପ କ୍ଲୋନିଂ କିମ୍ବା ଆପ ଟ୍ୱିନ ଫିଚର ଅଛି । ସାମସଙ୍ଗ, ସାଆଓମି ସହିତ ଅନେକ କମ୍ପାନୀ ଏହି ଫିଚର ପ୍ରଦାନ କରନ୍ତି । କିନ୍ତୁ ଯଦି ଆପଣଙ୍କର ଏପରି ସ୍ମାର୍ଟଫୋନ ଅଛି, ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ସେଥିରେ ଅନେକ ଆପ ଅଛି ଯାହା କ୍ଲୋନିଂ ର କାମ କରିଥାଏ । ତେବେ ଜାଣନ୍ତୁ ଗୋଟିଏ ମୋବାଇଲରେ ଦୁଇଟି ହ୍ବାଟସଆପ କିପରି ଚଲାଇବେ ।
ସର୍ବପ୍ରଥମେ, ଯଦି ଆପଣଙ୍କର ମୋବାଇଲରେ ହ୍ବାଟସଆପ ନାହିଁ, ଏହାକୁ ଇନଷ୍ଟଲ କରନ୍ତୁ ।
ଏହାପରେ ଫୋନର ସେଟିଂକୁ ଯାଆନ୍ତୁ ।
ସେଟିଂକୁ ଯିବା ପରେ ତଳକୁ ସ୍କ୍ରୋଲ କରନ୍ତୁ ।