ଓଡିଶା

odisha

ଭଏସ ଚାଟ 2.0 ଲଞ୍ଚ କଲା ଟେଲିଗ୍ରାମ

By

Published : Mar 23, 2021, 8:55 PM IST

ଟେଲିଗ୍ରାମ ମେସେଞ୍ଜର ଉନ୍ନତ ଓ ଅଧିକ ଫିଚର ସହ ଭଏସ ଚାଟ 2.0 ବିକଶିତ କରିଛି । ଏହି ଫିଚରଟି କେବଳ ଟେଲିଗ୍ରାମ ଗ୍ରୁପଗୁଡିକ ପାଇଁ ଉପଲବ୍ଧ ଅଟେ । ଅଧିକ ପଢନ୍ତୁ...

ଭଏସ ଚାଟ 2.0 ଲଞ୍ଚ କଲା ଟେଲିଗ୍ରାମ
ଭଏସ ଚାଟ 2.0 ଲଞ୍ଚ କଲା ଟେଲିଗ୍ରାମ

ନୂଆଦିଲ୍ଲୀ:ନିକଟରେ ଟେଲିଗ୍ରାମ ମେସେଞ୍ଜର ଉନ୍ନତ ଓ ଅଧିକ ଫିଚର ସହ ଭଏସ ଚାଟ 2.0 ବିକଶିତ କରିଛି । ଯାହା ଅସୀମିତ ଅଂଶଗ୍ରହଣକାରୀଙ୍କ ଲାଗି ଚ୍ୟାନେଲରେ ଲାଇଭ ଭଏସ ଚାଟ ସେସନ ପାଇଁ ସହାୟକ ହେବ । ଡିସେମ୍ବର 2020ରେ ଲଞ୍ଚ ହୋଇଥିବା ଏହି ଫିଚରଟି କେବଳ ଟେଲିଗ୍ରାମ ଗ୍ରୁପଗୁଡିକ ପାଇଁ ଉପଲବ୍ଧ ଅଟେ ।

ଏହି ଅପଡେଟରେ ରେକର୍ଡ ଭଏସ ଚାଟ, ଅଂଶଗ୍ରହଣକାରୀଙ୍କ ସମୃଦ୍ଧ ତାଲିକା, ହ୍ୟାଣ୍ଡ ମେକାନିକସ ବୃଦ୍ଧି, ଶ୍ରୋତାମାନଙ୍କ ପାଇଁ ଇନଭାଇଟ୍ ଲିଙ୍କ, ଭଏସ ଚାଟ୍ ଟାଇଟେଲ ଆଦି ବୈଶିଷ୍ଟ୍ୟ ରହିଛି । ଟେଲିଗ୍ରାମ କମ୍ପାନୀ ଏକ ବିବୃତ୍ତିରେ କହିଛି, ଉପରୋକ୍ତ ଫିଚର ବ୍ୟତୀତ ଜଣାଶୁଣା ବ୍ୟକ୍ତିତ୍ବମାନେ ବର୍ତ୍ତମାନ ନିଜ ଚ୍ୟାନେଲ ଭାବେ ଭଏସ ଚାଟରେ ସାମିଲ ହୋଇପାରିବେ । ଏହାସହ ଗୋପନୀୟତା ରକ୍ଷା ପାଇଁ ସେମାନଙ୍କ ବ୍ୟକ୍ତିଗତ ଆକାଉଣ୍ଟ ମଧ୍ୟ ଏନେଇ ଜରୁରୀ ନୁହେଁ । ଏହାଦ୍ବାରା ପବ୍ଲିକ ଗ୍ରୁପ ଏବଂ ଚ୍ୟାନେଲର ଆଡମିନିମାନେ ବର୍ତ୍ତମାନ ଲକ୍ଷ ଲକ୍ଷ ଲାଇଭ ଶ୍ରୋତାମାନଙ୍କ ପାଇଁ ଭଏସ ଚାଟର ମଧ୍ୟ ଆୟୋଜନ କରିପାରିବେ ।

ଭଏସ ଚାଟ ଆରମ୍ଭ କରିବା ପାଇଁ ପ୍ରଥମେ ପ୍ରୋଫାଇଲ ବା କୌଣସି ଗ୍ରୁପ କିମ୍ବା ଚ୍ୟାନେଲ ଖୋଲିବାକୁ ହେବ । ତୁମେ ଆଡମିନ ଥିଲେ ଏହାପରେ ଭିଡିଓ ଚାଟ ଚୟନ କରି ଚାଟ ଆରମ୍ଭ କରିପାରିବ । ତେବେ ଆଡମିନି ଏହି ଲାଇଭ ଚାଟ ସେସନର ରେକର୍ଡ ମଧ୍ୟ କରିପାରିବେ । ଏହି ଅଡିଓ ଫାଇଲ ସ୍ବତଃପ୍ରବୃତ ଭାବେ ଉଇଣ୍ଡୋର 'ସେଭ ମେସେଜରେ' ସଂରକ୍ଷିତ ହୋଇରହିବ ।

ଏକ ଲାଇଭ ଚାଟ୍ ସେସନରେ ଯଦି ଅଂଶଗ୍ରହଣକାରୀମାନେ ମ୍ୟୁଟ କରିଥାନ୍ତି, ତେବେ ଶ୍ରୋତାମାନେ କଥା ହେବାକୁ ଚାହିଁଲେ ହାତ ଉପରକୁ ଟେକି ଆଡମିନମାନଙ୍କୁ ସତର୍କ କରିପାରିବେ । ପବ୍ଲିକ ଗ୍ରୁପ ଓ ଚ୍ୟାନେଲଗୁଡିକର ଆଡମିନ ବର୍ତ୍ତମାନ ଇନଭାଇଟ୍ ଲିଙ୍କ ମଧ୍ୟ ସୃଷ୍ଟି କରିପାରିବେ, ଯାହା କ୍ଲିକ୍ କରିବା ପରେ ତୁରନ୍ତ ଭଏସ୍ ଚାଟ୍ ଖୋଲିବ | ଏହା ବ୍ୟତୀତ, ବକ୍ତା ଏବଂ ଶ୍ରୋତାମାନଙ୍କ ପାଇଁ ପୃଥକ ଲିଙ୍କ୍ କରାଯାଇପାରିବ | ଏପରିକି ସେଲିବ୍ରିଟିମାନେ ନିଜ ବ୍ୟକ୍ତିଗତ ଆକାଉଣ୍ଟ ବଦଳରେ ଟେଲିଗ୍ରାମରେ ସେମାନଙ୍କ ପବ୍ଲିକ ଆକାଉଣ୍ଟ ନାମ ସହ ଭଏସ ଚାଟରେ ଯୋଗଦାନ କରିପାରିବେ । ଏହାବ୍ୟତୀତ ଉପଭୋକ୍ତାମାନେ ବର୍ତ୍ତମାନ କୌଣସ ମେସେଜ ପ୍ରେରଣ କରିବା ପରେ ପ୍ରାପକ ମେସେଜ ପାଇବା ପୂର୍ବରୁ ଏହାକୁ କ୍ୟାନସଲ ମଧ୍ୟ କରିପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details