ଓଡିଶା

odisha

ETV Bharat / lifestyle

ପ୍ରଥମ କରି ଲାଇଭ ଲୋକେସନ ସେୟାରିଂ ଫିଚର ଆଣିବ ସ୍ନାପଚାଟ୍ - ଲାଇଭ ଲୋକେସନ ସେୟାରିଂ ଫିଚର ସ୍ନାପଚାଟ୍

ପ୍ରଥମ କରି ରିଅଲ୍-ଟାଇମ୍ ଲାଇଭ ଲୋକେସନ ସେୟାରିଂ ଫିଚର ଆଣିବ ସ୍ନାପଚାଟ୍ । ଅଧିକ ପଢନ୍ତୁ

ପ୍ରଥମ କରି ଲାଇଭ ଲୋକେସନ ସେୟାରିଂ ଫିଚର ଆଣିବ ସ୍ନାପଚାଟ୍
ପ୍ରଥମ କରି ଲାଇଭ ଲୋକେସନ ସେୟାରିଂ ଫିଚର ଆଣିବ ସ୍ନାପଚାଟ୍

By

Published : Feb 22, 2022, 8:57 PM IST

ୱାଶିଂଟନ: ପ୍ରଥମ କରି ରିଅଲ୍-ଟାଇମ୍ ଲାଇଭ ଲୋକେସନ ସେୟାରିଂ ଫିଚର ଆଣିବ ସ୍ନାପଚାଟ୍ । କୌଣସି ସ୍ଥାୟୀ ଲୋକେସନ ନୁହଁ, ଅସ୍ଥାୟୀ ଲୋକେସନ ସେୟାର କରିବ ସ୍ନାପଚାଟ । ଉଦାହରଣ ସ୍ୱରୂପ, ଯଦି କୌଣସି ବନ୍ଧୁ କିମ୍ବା ପରିବାର ବର୍ଗ ଘରକୁ ଆସିବା ପାଇଁ ରାସ୍ତାରେ ଥିବେ ସେହି ସମୟର ଅସ୍ଥାୟୀ ଲୋକେସନ ସେୟାର କରିବ ସ୍ନାପଚାଟ ।

ଭର୍ଜ ଅନୁଯାୟୀ, iOS ର Find My app ର ଫିଚର ସହ ଏହି ନୂଆ ଫିଚରର ସାମଞ୍ଜସ୍ୟ ରହିଛି । ଯେଉଁଠାରେ ଉପଭୋକ୍ତାମାନେ ସଠିକ୍ ସ୍ଥାନ ଦେଖିପାରିବା ସହ ଏହାକୁ ସେୟାର ମଧ୍ୟ କରିପାରିବେ । କେବଳ ପାରସ୍ପରିକ ବନ୍ଧୁମାନଙ୍କ ସହ ୧୫ ମିନିଟ କିମ୍ବା ବ୍ୟକ୍ତିଗତ ଉପଭୋକ୍ତାଙ୍କ ପାଇଁ କିଛି ଘଣ୍ଟାର ଲୋକେସନ ସେୟାର ହୋଇପାରିବ ବୋଲି ସ୍ନାପଚାଟ୍ ପକ୍ଷରୁ କୁହାଯାଇଛି ।

ଅନ୍ୟପକ୍ଷର ବିନା ନୋଟିଫିକେସନରେ ଜଣେ ୟୁଜର ତାଙ୍କ ଲୋକେସନ ସେୟାରକୁ ପଜ୍(pause) କରି ରଖିପାରିବେ । ଏହି ଫିଚର ଡିଫଲ୍ଟ ଭାବରେ ବନ୍ଦ ହୋଇପାରିବ । ମାତ୍ର ସ୍ନାପଚାଟରେ ଥିବା ସମସ୍ତ ଫ୍ରେଣ୍ଡ(ବନ୍ଧୁ)ଙ୍କ ପକ୍ଷ(Side)ରୁ ରିଅଲ-ଟାଇମ ଲୋକେସନ ବନ୍ଦ ରଖିବାର କୌଣସି ବିକଳ୍ପ ଆବିଷ୍କାର ହୋଇନାହିଁ ।

କିପରି ସେଣ୍ଡ କରିବେ ଲୋକେସନ୍ ?

ଯେଉଁ ବ୍ୟକ୍ତିଙ୍କ ନିକଟକୁ ଲୋକେସନ ପଠାଇବାକୁ ଚାହୁଁଥିବେ, ତାଙ୍କ ପ୍ରୋଫାଇଲ ସିଲେକ୍ଟ କରନ୍ତୁ । ଏହାପରେ ଡୁରେସନ ଅଫ୍ ଲୋକେସନ ସେୟାରିଂ କରିବା ମାତ୍ରେ ତାଙ୍କ ଚାଟ୍ ବକ୍ସରେ ଆପଣଙ୍କ ଲାଇଭ୍ ଲୋକେସନ୍ ସିଧାସଳଖ ଦୃଶ୍ୟମାନ ହେବ ।

ସ୍ନାପଚାଟ ପାଇଁ ଏହି ଅପଡେଟ୍ ହେଉଛି ପ୍ରଥମ ଲାଇଭ୍ ଲୋକେସନ ଫିଚର । ଫ୍ରେଣ୍ଡ୍ସ କେତେବେଳେ ସ୍ନାପ ଚାଟ୍ ବ୍ୟବହାର କରିଛନ୍ତି ଏବଂ କେଉଁଠାରେ ଥିଲେ ସେସବୁ ଜାଣିବାର ଫିଚର ପୂର୍ବରୁ ସ୍ନାପଚାଟରେ ଉପଲବ୍ଧ ଥିଲା । ମାତ୍ର ଲାଇଭ୍ ଲୋକେସନ ଫିଚର ନୂଆ କରି ଆରମ୍ଭ ହେବାକୁ ଯାଉଛି । ତଥ୍ୟ ଅନୁଯାୟୀ, ମାସକୁ 250 ନିୟୁତ ବ୍ୟକ୍ତି ସ୍ନାପଚାଟ୍ ବ୍ୟବହାର କରୁଛନ୍ତି ।

@ANI

ABOUT THE AUTHOR

...view details