ଓଡିଶା

odisha

ETV Bharat / lifestyle

ମାଇକ୍ରୋସଫ୍ଟର ନୂଆ ଫିଚର, 1000 ଲୋକଙ୍କ ସହ ଭିଡିଓ କଲ ହେବ ସହଜ - Live Reactions

ଜୁମକୁ ଟକ୍କର ଦେଲା ମାଇକ୍ରୋସଫ୍ଟ । ଜୁମରେ 100 ଜଣଙ୍କ ସହ ଭିଡିଓ କଲ କରିବା ପାଇଁ ଫିଚର ଆଣିଥିବାବେଳେ, ଏବେ ମାଇକ୍ରୋସଫ୍ଟ କମ୍ପାନୀ ଏକ ହଜାର ୟୁଜର୍ସ ଏକା ସାଙ୍ଗରେ ଭିଡିଓ କର କରିପାରିବା ଭଳି ନୂଆ ଫିଚର ଆଣିଛି । ଅଧିକ ପଢନ୍ତୁ...

ମାଇକ୍ରୋସଫ୍ଟର ନୂଆ ଫିଚର, 1000 ଲୋକଙ୍କ ସହ ଭିଡିଓ କଲ ହେବ ସହଜ
ମାଇକ୍ରୋସଫ୍ଟର ନୂଆ ଫିଚର, 1000 ଲୋକଙ୍କ ସହ ଭିଡିଓ କଲ ହେବ ସହଜ

By

Published : Jul 12, 2020, 4:47 PM IST

ହାଇଦ୍ରାବାଦ: କୋରୋନା ଭାଇରସ ମହାମାରୀକୁ ରୋକିବା ପାଇଁ ଲଗାଯାଇଥିବା ଲକଡାଉନ ମଧ୍ୟରେ ଭିଡିଓ କନଫରେନ୍ସିଂ ଆପର ଧାରା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହି ସମୟ ମଧ୍ୟରେ ଜୁମ ଆପ ପରି ଆପ୍ଲିକେଶନର କ୍ରେଜ ଦେଖାଦେଇଥିଲା । ଜୁମ ଆପ ଅଧୀନରେ 100 ଲୋକ ଏକାସାଙ୍ଗରେ ଭିଡିଓ କଲ କରିପାରିବେ ।

ଏଭଳି ସ୍ଥିତିରେ ମାଇକ୍ରୋସଫ୍ଟ ଏହାକୁ ଟକ୍କର ଦେଇଛି । ମାଇକ୍ରୋସଫ୍ଟ ଏହାର ମାଇକ୍ରୋସଫ୍ଟ ଟିମରେ ଏକ ନୂତନ ଫିଚର ଆଡ କରିଛି । ଯାହା ଅଧୀନରେ ଆପଣ ଏକାସାଙ୍ଗରେ ଏକ ହଜାର ଲୋକଙ୍କୁ ଭିଡିଓ କଲ କରିପାରିବେ । ଆସନ୍ତୁ ଜାଣିବା ଏହି ଫିଚର କିପରି କାମ କରେ ।

ଟୁଗେଦର ମୋଡ

ଏହି ମୋଡ ଅଧୀନରେ, ଯେତେବେଳେ ଆପଣ ଅଧିକ ଲୋକଙ୍କ ସହିତ ଭିଡିଓ କଲ କରିବେ ସେତେବେଳେ ଆପଣଙ୍କୁ ଜଣାପଡେ ଯେ ଗ୍ରୁପର କେଉଁ ସଦସ୍ୟ ଏହି ସମୟରେ କହୁଛନ୍ତି । ଏହା ୟୁଜର୍ସ ମାନଙ୍କ ମଧ୍ୟରେ କମ୍ୟୁନିକେସନ କରିବା ସହଜ କରିଥାଏ ।

ଭିଡିଓ ଫିଲ୍ଟର

ମାଇକ୍ରୋସଫ୍ଟ ଟିମର ଏହି ଫିଚର ଭିଡିଓ ଫିଲ୍ଟର ଇନଷ୍ଟାଗ୍ରାମ ଏବଂ ସ୍ନାପଚାଟରେ ମିଳୁଥିବା ଫିଲ୍ଟର ସହିତ ସମାନ । ଏକ ଭିଡିଓ କଲ ଆରମ୍ଭ କରିବା ପୂର୍ବରୁ ୟୁଜର୍ସମାନେ ସେମାନଙ୍କର ପ୍ରିୟ ଫିଲ୍ଟର ଚୟନ କରିପାରିବେ, ଯାହା ଦ୍ବାରା ଆପଣଙ୍କର ଆଲୋକ ବହୁତ ଭଲ ହୋଇପାରେ ।

ଲାଇଭ ରିଆକ୍ସନ

ଏଥିରେ, ୟୁଜର୍ସମାନଙ୍କୁ ଲାଇଭ ଭିଡିଓ କଲିଂ ସମୟରେ ଇମୋଜି ପଠାଇବାକୁ ମଧ୍ୟ ଅନୁମତି ଦିଆଯାଇଛି । ଏହି ଇମୋଜି ମାଧ୍ୟମରେ, ଆପଣ କଲ କରିବା ସମୟରେ ଆପଣଙ୍କର ପ୍ରତିକ୍ରିୟା ଦେଇପାରିବେ ।

ଚାଟ ବୁବୁଲସ

ଚାଟ ବୁବୁଲସ ଫେସବୁକ ମେସେଞ୍ଜର ପରି କାମ କରେ । ଏହି ଫିଚର ଅଧୀନରେ, ଯଦି ଭିଡିଓ କଲିଂ ସମୟରେ ଏକ ନୂଆ ମେସେଜ ଆସେ, ତେବେ ଆପଣଙ୍କୁ ପୁନର୍ବାର ଚାଟ ସ୍କ୍ରିନକୁ ଯିବାକୁ ପଡିବ ନାହିଁ ।

1000 ଅଂଶଗ୍ରହଣକାରୀ

ମାଇକ୍ରୋସଫ୍ଟ ଟିମର ନୂଆ ଅପଡେଟ ମାଧ୍ୟମରେ, ଏକ ଭିଡିଓ କଲରେ 1000 ସଦସ୍ୟଙ୍କୁ ଏହି ସୁବିଧା ଦିଆଯାଇଛି । କେବଳ ଏତିକି ନୁହେଁ, ଯଦି ୟୁଜର୍ସଙ୍କୁ ଏକ ବଡ଼ ସ୍ତରରେ ଭିଡିଓ କଲିଂ କରିବାକୁ ପଡିବ, ତେବେ କେବଳ ଭ୍ୟୁ-ଓନଲି ଫିଚର ଅନୁଯାୟୀ, 20 ହଜାର ୟୁଜର୍ସ ଏକତ୍ର ଯୋଡି ହୋଇପାରିବେ ।

ABOUT THE AUTHOR

...view details