ଓଡିଶା

odisha

ETV Bharat / lifestyle

ଟିକଟକ ବ୍ୟାନ ପରେ ବଢୁଛି ମିତ୍ରୋର ଲୋକପ୍ରିୟତା, 2.5 କୋଟିରୁ ଉର୍ଦ୍ଧ୍ବ ଡାଉନଲୋଡ - ଟିକଟକ ବ୍ୟାନ ପରେ ବଢୁଛି ମିତ୍ରୋର ଲୋକପ୍ରିୟତା

ଭାରତରେ ସର୍ଟ ଭିଡିଓ ଆପ ଟିକଟକ ବ୍ୟାନ ହେବା ପରେ ଏବେ ମିତ୍ରୋ ଆପର ଚାହିଦା ବଢିବାରେ ଲାଗିଛି । ଅଧିକ ପଢନ୍ତୁ...

ଟିକଟକ ବ୍ୟାନ ପରେ ବଢୁଛି ମିତ୍ରୋର ଲୋକପ୍ରିୟତା, 2.5 କୋଟିରୁ ଉର୍ଦ୍ଧ୍ବ ହୋଇଛି ଡାଉନଲୋଡ
ଟିକଟକ ବ୍ୟାନ ପରେ ବଢୁଛି ମିତ୍ରୋର ଲୋକପ୍ରିୟତା, 2.5 କୋଟିରୁ ଉର୍ଦ୍ଧ୍ବ ହୋଇଛି ଡାଉନଲୋଡ

By

Published : Jul 9, 2020, 5:03 PM IST

ହାଇଦ୍ରାବାଦ: ଚୀନର ଭିଡିଓ ସେୟାରିଂ ଆପ ଟିକଟକ ଉପରେ ଭାରତ ନିଷେଧାଦେଶ ଜାରି କରିବା ପରେ, ସେହିଭଳି ଫିଚର ପ୍ରଦାନ କରୁଥିବା ସ୍ୱଦେଶୀ ଆପ ମିତ୍ରୋ ଅଧିକ ଲୋକପ୍ରିୟ ହେବାରେ ଲାଗିଛି । ଛୋଟ ଭିଡିଓଗୁଡିକ ପାଇଁ ଏହିପରି ଏକ ସ୍ୱଦେଶୀ ଆପ ବର୍ତ୍ତମାନ ବହୁତ ଚର୍ଚ୍ଚାରେ ଅଛି । ଯାହାକୁ ଏପର୍ଯ୍ୟନ୍ତ 2.5 କୋଟି .ୟୁଜର୍ସ ଡାଉନଲୋଡ କରିଛନ୍ତି । ମିତ୍ରୋ ଆପ କହିଛି ଯେ, ଗୁଗୁଲ ପ୍ଲେ ଷ୍ଟୋରରୁ ତାଙ୍କ ଆପ 2.5 କୋଟିରୁ ଅଧିକ ଥର ଡାଉନଲୋଡ ହୋଇଛି ଏବଂ ସେ ଖୁବ ଶୀଘ୍ର ଆହୁରୀ ଅଧିକ ଲୋକଙ୍କ ମଧ୍ୟରେ ଆଦୃତ ହେବ ।

ଲଦାଖରେରେ ଚୀନ ଓ ଭାରତ ମଧ୍ୟରେ ସଂଘର୍ଷ ମଧ୍ୟରେ ଦେଶରେ ବଢୁଥିବା ଉତ୍ତେଜନା କାରଣରୁ ମିତ୍ରୋ ଆପ ଟିକଟକ ପାଇଁ ଏକ ବିକଳ୍ପ ଭାବରେ ଉଭା ହୋଇଛି । ତଥାପି, ବୈଷୟିକ ନୀତିର ଉଲ୍ଲଂଘନ ପାଇଁ ଏହି ଆପକୁ କିଛି ସମୟ ପୂର୍ବରୁ ଗୁଗଲ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଥିଲା । ଗୁଗୁଲ ଦ୍ବାରା ଉଠାଯାଇଥିବା ସମସ୍ୟାଗୁଡିକ ସଂଶୋଧନ କରିବା ପରେ, ଆପ କେବଳ ଯେ ଗୁଗୁଲରେ ପୁନଃ ପ୍ରଦର୍ଶନ କରିନାହିଁ, ବରଂ ଟିକଟକ ଉପରେ ନିଷେଧାଦେଶ ପରେ ଏହା ଅଧିକ ଲୋକପ୍ରିୟ ହେବାରେ ଲାଗିଛି।

ଜାତୀୟ ସୁରକ୍ଷା ଚିନ୍ତାକୁ ନେଇ ଭାରତ ସରକାର ଗତ ମାସ ଶେଷରେ ଦେଶରେ ଟିକଟକ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ । ଯାହାଦ୍ବାରା ମିତ୍ରୋ ଆପର ଲୋକପ୍ରିୟତା ଆହୁରି ବଢିଯାଇଥିଲା। ବେଙ୍ଗାଲୁରୁ ସ୍ଥିତ ଆପ ମଙ୍ଗଳବାର ଦାବି କରିଛି ଯେ, ପ୍ଲାଟଫର୍ମରେ ଘଣ୍ଟା ପ୍ରତି ପ୍ରାୟ 40 ନିୟୁତ ଭିଡିଓ ଦେଖାଯାଉଥିବାବେଳେ ପ୍ରତିଦିନ ପ୍ରାୟ 1 ମିଲିୟନ ନୂଆ ଭିଡିଓ ପ୍ରସ୍ତୁତ କରାଯାଉଛି ।

ଏହି ଆପ 2ଟି କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟର ଦ୍ୱାରା ତିଆରି କରାଯାଇଥିଲା । ଏହା ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଆଇଆଇଟି) ରୁର୍କିର ଆଲୁମନାସ ଶିବାଙ୍କ ଅଗ୍ରୱାଲ ଏବଂ ମହାରାଷ୍ଟ୍ରର ନାଗପୁର ସ୍ଥିତ ବିଶ୍ୱଶ୍ବରୈୟା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିର ପୂର୍ବ ଛାତ୍ର ଅନିଶ ଖଣ୍ଡେଲୱାଲଙ୍କ ଦ୍ବାରା ଲଞ୍ଚ କରାଯାଇଛି ।

ABOUT THE AUTHOR

...view details